ଏହି ଦୀପଦାନ ସମାରୋହ ଶ୍ରୀମନ୍ଦିର ସିଂହଦ୍ୱାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏକ ଲକ୍ଷ ଦୀପ ଜଳାଯିବ। ଆସନ୍ତା ୧୨ ତାରିଖ ଦେବଦୀପାବଳିରେ ଏକ ଲକ୍ଷ ଦୀପଦାନ କରାଯିବ ।
ମାଟିର ଦୀପ ପ୍ରଜ୍ଜ୍ୱଳନ ସହ ଏହି ଅବସରରେ ଚିତାକର୍ଷକ ଆତସବାଜି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଛି । ଏହାକୁ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଲୋକ ଉତ୍ସବରେ ସାମିଲ ହୋଇଛନ୍ତି ।
କାର୍ତ୍ତିକ ପୂର୍ଣ୍ଣିମା ଦିନ ଦେବ ଦୀପାବଳି ପାଳନ କରାଯାଏ। କୁହାଯାଏ ଏହିଦିନ ଦେବଦେବୀମାନେ ମଧ୍ୟ ସ୍ୱର୍ଗଲୋକରୁ ପୃଥିବୀକୁ ଆସି ଦୀପାବଳି ପର୍ବ ପାଳନ କରନ୍ତି। ଏହା ପଛରେ କ'ଣ ରହିଛି କିମ୍ବଦନ୍ତୀ ଆସନ୍ତୁ ଜାଣିବା।
ପବିତ୍ର ଦେବଦୀପାବଳୀର ଅନ୍ତିମ ଦିନରେ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ନୀତି ପାଳନ ହୋଇଛି ।ଅନ୍ତିମ ଦିନରେ ପିତାମାତା ନନ୍ଦ, ଯଶୋଦା, ଦେବକୀ, ବସୁଦେବ ଏବଂ ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀଙ୍କୁ ଶ୍ରାଦ୍ଧ ପ୍ରଦାନ କରାଯାଇଛି
ପର୍ଯ୍ୟଟନର ବିକାଶ ପାଇଁ ନିଆରା ପ୍ରୟାସ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ତଥା ଉତ୍ତରପ୍ରଦେଶ ବାରାଣସୀରେ ଅନୁଷ୍ଠିତ ହୋଇଛି ୩ ଦିନିଆ ହଟ୍ ଏୟାର୍ ବେଲୁନ୍ ସୋ । ଦେବ ଦୀପାବଳି ପାଇଁ ୩ ଦିନ ଧରି ସକାଳୁ ଚାଲିଥିବା ହଟ୍ ଏୟାର୍ ବେଲୁନ୍ ଫେଷ୍ଟିଭାଲ୍ର ମନଲୋଭା ଦୃଶ୍ୟକୁ ବାରାଣସୀ ବାସୀ ଖୁବ୍ ଉପଭୋଗ କରିଛନ୍ତି ।