• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

 ଧରାପୃଷ୍ଠକୁ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ । ନୂଆ ଦିଶା, ନୂଆ ରାହା ଦେଖାଇବାକୁ ପୃଥିବୀ ପୃଷ୍ଠକୁ ଓହ୍ଲାଇଛନ୍ତି । ଆଜିର ଦିନକୁ ବଡ଼ ଦିନ ଭାବେ ପାଳନ କରାଯାଉଛି । ବିଶ୍ୱର କୋଣ ଅନୁକୋଣରେ ରହୁଥିବା କୋଟି କୋଟି ଖ୍ରୀଷ୍ଟ ଧର୍ମାବଳମ୍ବୀ ଏହାକୁ ପାଳନ କରୁଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ବି ଆଜି ମଧ୍ୟରାତ୍ରୀରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହୋଇଛି ।

ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, କୋଚି, ହିମାଚଳପ୍ରଦେଶର ଚର୍ଚ୍ଚରେ ପ୍ରଭୁଙ୍କୁ ଆରାଧନା କରାଯାଇଛି । ହେଲେ ଗତବର୍ଷ ଭଳି ଏବର୍ଷ ବି କୋଭିଡ୍ କଟକଣା ଯୋଗୁଁ ସେଲିବ୍ରେସନ୍ ଫିକା ପଡ଼ିଛି । ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ସମେତ ଓଡ଼ିଶାରେ ମଧ୍ୟରାତ୍ରୀର ସମସ୍ତ କାର୍ଯ୍ୟକ୍ରମ ଉପରେ କଟକଣା ଲାଗିଛି । ସେହିଭଳି ଚର୍ଚ୍ଚକୁ ସାଧାରଣ ଶ୍ରଦ୍ଧାଳୁଙ୍କ ବାରଣ ଥିବାରୁ ଲୋକେ ଚର୍ଚ୍ଚ ବାହାରୁ ଫେରିଛନ୍ତି ।

ସେପଟେ ସଜେଇ ହୋଇଛି ପୁରା ଭାଟିକାନ୍ ସିଟି । ପ୍ରଭୁ ଯୀଶୁଙ୍କ ଆଗମନ ପାଇଁ ଏଠି ହୋଇଥିଲା ସ୍ୱତନ୍ତ୍ର ବ୍ୟବସ୍ଥା । ସେଣ୍ଟ ପିଟର୍ ବାସିଲିକାରେ ପୋପ୍ ଫ୍ରାନସିସ୍ କୁନି ଯୀଶୁଙ୍କ ପ୍ରତିକୃର୍ତ୍ତିକୁ ଅନାବରଣ କରିଥିଲେ । ଏହାପରେ ବିଧି ଅନୁସାରେ କ୍ୟାରୋଲ୍ ଗାଇଥିଲେ ଉପସ୍ଥିତ ଥିବା ଶ୍ରଦ୍ଧାଳୁ । ଗତ ବର୍ଷ ଅପେକ୍ଷା ଏବର୍ଷ ସେଣ୍ଟ ପିଟର୍ ବାସିଲିକାରେ ଶ୍ରଦ୍ଧାଳୁଙ୍କ ସଂଖ୍ୟାକୁ ବଢ଼ାଇ ୨ ହଜାରକୁ କରାଯାଇଥିଲା । ଗତବର୍ଷ ଇଟାଲୀରେ ଲକଡାଉନ୍ ଥିବାରୁ ମାତ୍ର ୨ ଶହ ଜଣରେ କାର୍ଯ୍ୟକ୍ରମ ହୋଇଥିଲା ।