• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀ: ଆସନ୍ତାକାଲି ବଡ଼ ଦିନ । ଖ୍ରୀଷ୍ଟ ଧର୍ମାବଳମ୍ବୀଙ୍କ ସବୁଠୁ ବଡ଼ ପର୍ବ । ଡିସେମ୍ୱର ୨୫ ତାରିଖ ମଧ୍ୟରାତ୍ରୀରେ ଧରାପୃଷ୍ଠକୁ ଓହ୍ଲାଇବେ ଯୀଶୁ ଖ୍ରୀଷ୍ଟ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର । ଦେଶର ବିଭିନ୍ନ ଚର୍ଚ୍ଚରେ ଏବେ ସ୍ୱତନ୍ତ୍ର ଆୟୋଜନ କରାଯାଉଛି । ଆଜିଠୁ ଆରମ୍ଭ ହେବ ସେଲିବ୍ରେସନ୍ । ସେଥିପାଇଁ ସଜେଇ ହୋଇଛି ଚର୍ଚ୍ଚ ଓ ବଜାର । ଦେଶର ବିଭିନ୍ନ ସ୍ଥାନ ତଥା ଦିଲ୍ଲୀ, କୋଲକାତା, ମୁମ୍ବାଇ, ବେଙ୍ଗାଲୁରୁ, ଗୌହାଟି, ପୁଡୁଚେରୀରେ ଚଳିତ ବର୍ଷ କିଛିଟା ସ୍ୱତନ୍ତ୍ର ଆୟୋଜନ ହୋଇଛି ।

ଏକ୍ସମାସ୍ ପାଇଁ ବଜାରରେ ଲୋକେ ନୂଆ କପଡ଼ା, ମିଠାଇ, ଘର ସଜ୍ଜା ଉପକରଣ ଆଦି କିଣୁଛନ୍ତି । ତେବେ ଏଥର ଦିଲ୍ଲୀ ସମେତ ଅନେକ ସ୍ଥାନରେ କରୋନା କଟକଣା ଯୋଗୁଁ ନାଇଟ୍ ସେଲିବ୍ରେସନ୍ ଉପରେ କଟକଣା ଲଗାଯାଇଛି । କେବଳ ଅଳ୍ପ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ନେଇ ଚର୍ଚ୍ଚରେ କାର୍ଯ୍ୟକ୍ରମର ଆାୟୋଜନ ହେବ ।

ସୂଚନା ଅନୁସାରେ, ନୂଆ ବର୍ଷରେ ନ୍ୟୁ ୟର ପାର୍ଟି ଆଦିକୁ ମନା କରାଯାଇଛି । । ଏହାସହ ଡିସେମ୍ବର ୨୫ ବଡ଼ ଦିନ ବା ଖ୍ରୀଷ୍ଟମାସ ଡେ ସେଲିବ୍ରେସନ୍‌କୁ ମଧ୍ୟ ମନା । ଦିଲ୍ଲୀ ସରକାର ଏଭଳି ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଓମିକ୍ରନ୍‌ ଭ୍ୟାରିଏଣ୍ଟ ପୂର୍ବର ସବୁ ଭ୍ୟାରିଏଣ୍ଟଠାରୁ ଅଧିକ ଶକ୍ତିଶାଳୀ ବା ଅଧିକ ସଂକ୍ରାମକ କ୍ଷମତା ସମ୍ପନ୍ନ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି ।

ଦେଶରେ ଦିନକୁ ଦିନ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହାକୁ ନଜରରେ ରଖି ଦିଲ୍ଲୀର କେଜ୍ରିୱାଲ ସରକାର ନୂଆ ବର୍ଷରେ ନ୍ୟୁ ୟର୍‌ ପାର୍ଟି ସେଲିବ୍ରାସନ୍‌ କରିବାକୁ ମନା କରିଛନ୍ତି । ସରକାରଙ୍କ ନିର୍ଦେଶ ଯେଭଳି କଡ଼ାକଡ଼ି ଭାବେ ପାଳନ ହେବ ସେନେଇ, ଦିଲ୍ଲୀ ପୋଲିସକୁ କଡାକଡି ନଜର ରଖିବାକୁ କୁହାଯାଇଛି । ଏହି କ୍ରମରେ ଖ୍ରୀଷ୍ଟମାସ ସେଲିବ୍ରେସନ୍‌ କରିବାକୁ ମନା କରିଛନ୍ତି ଦିଲ୍ଲୀ ସରକାର । କାରଣ ଖ୍ରୀଷ୍ଟମାସ ସେଲିବ୍ରେସନ୍‌ କାରଣରୁ ସହରର ବିଭିନ୍ନ ସ୍ଥାନରେ ଭିଡ଼ ଜମିବାର ସମ୍ଭାବନା ରହିଛି । ଯାହା ଦ୍ୱାରା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାର ଆଶଙ୍କା ରହିଛି । ଓମିକ୍ରନ୍‌ ଚେନ୍‌କୁ ବ୍ରେକ୍‌ କରିବାକୁ ହେଲେ ଏଭଳି କଡ଼ା ପଦକ୍ଷେପ ନେବାକୁ ହେବ ବୋଲି ଦିଲ୍ଲୀ ସରକାର କହିଛନ୍ତି ।