• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

jhsbajhd
'ଭକ୍ତର ଗୁହାରୀ ଶୁଣିଲେ ଭାବଗ୍ରାହୀ'

ଭୁବନେଶ୍ୱର: ପୁରୀ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ଜଗନ୍ନାଥ ପ୍ରେମୀ ଓ କୋଟି କୋଟି ଭକ୍ତଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଛି। ଏନେଇ ଗୃହ ମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ନେତା ଓ ମହାରାଜା ଖୁସି ବ୍ୟକ୍ତ କରିଛନ୍ତି। ରଥଯାତ୍ରାକୁ ଅନୁମତି ନେଇ ଗଜପତି ମହାରାଜାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ‘ଭାବଗ୍ରାହୀ ମହାପ୍ରଭୁ ଭକ୍ତଙ୍କ ପ୍ରାର୍ଥନା ଶୁଣିଲେ। ଭାବଗ୍ରାହୀ ମହାପ୍ରଭୁ ଶ୍ରୀଜଗନ୍ନାଥ ଅଗଣିତ ଭକ୍ତଙ୍କ ଗୁହାରୀ ଶୁଣିଲେ। ପୂର୍ବ ରାୟକୁ ପୁନର୍ବିଚାର କରିଥିବାରୁ […]

  • Wednesday, 14 July 2021
cm naveen
ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ପୁରୀ: ରଥଯାତ୍ରା ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ। ସଂଧ୍ୟା ୫ଟାରେ ଭିଡିଓ କନ୍ଫରେନସିଂରେ  ନବୀନ ପଟ୍ଟନାୟକ ସମୀକ୍ଷା କରିବେ। ରଥଯାତ୍ରା ପାଇଁ ଅନୁମତି ପରେ ପୁରୀ ଭକ୍ତ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ଆଇନ ମନ୍ତ୍ରୀ, ମୁଖ୍ୟ ସଚିବ, ଡିଜିପି ଉପସ୍ଥିତ ଅଛନ୍ତି। ପରିଚାଳନା କମିଟି କାର୍ଯ୍ୟକାରୀ ଅଧ୍ୟକ୍ଷ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଏଡିଜି କ୍ରାଇମବ୍ରାଞ୍ଚ, କେନ୍ଦ୍ରାଞ୍ଚଳ ଡିଆଇଜି ମଧ୍ୟ ବୈଠକରେ ଉପସ୍ଥିତ ଅଛନ୍ତି। ରଥଯାତ୍ରା ପ୍ରସ୍ତୁତି ନେଇ ମୁଖ୍ୟ ଶାସନ […]

  • Wednesday, 14 July 2021
ratho-main
'ପୁରୀ ନୁହେଁ, ସାରା ରାଜ୍ୟର ରଥଯାତ୍ରା ନେଇ ଯୁକ୍ତି ବାଢିଥିଲେ ସରକାର'

ପୁରୀ: ଶ୍ରୀଜିଉଙ୍କ ଘୋଷଯାତ୍ରାକୁ ନେଇ ନିନ୍ଦିତ ହେବା ପରେ ଶେଷରେ ସ୍ପଷ୍ଟୀକରଣ ରଖିଛି ରାଜ୍ୟ ଆଇନ ବିଭାଗ। ରଥଯାତ୍ରା ହେବ କି ନହେବ ତାହା ଏବେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ନିର୍ଭର କରୁଥିବା ବେଳେ ଆସନ୍ତାକାଲି ଶୁଣାଣି ବେଳେ ଆଇନ୍ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଆଇନ ବିଭାଗ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛି। ଗତ ୧୮ ତାରିଖରେ ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣି ବେଳେ ରାଜ୍ୟ ସରକାର ମୂଳପୀଠ ପୁରୀ ନୁହେଁ, ବରଂ ସାରା ରାଜ୍ୟର ହଜାର […]

  • Wednesday, 14 July 2021
puri rath yatra 2020
Puri Rath Yatra 2020:କାଲି ରଥରେ ଆଜ୍ଞାମାଳ ବିଜେ ନୀତି

ପୁରୀ: ଆସନ୍ତାକାଲି ରଥରେ ହେବ ଆଜ୍ଞାମାଳ ବିଜେ ନୀତି। କାଲି ସକାଳଧୂପ ପରେ ଆଜ୍ଞାମାଳ ବିଜେ ନୀତି ହେବ। ଆଜ୍ଞାମାଳ ଆସିବା ପରେ ରଥ ନଗଡ଼ିଲେ ନୀତି ବନ୍ଦ ଆଶଙ୍କା କରାଯାଇଛି। ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ପରିଚାଳନା କମିଟି ସଦସ୍ୟ। ଆବଶ୍ୟକ ପଡ଼ିଲେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଆନ୍ତୁ ବୋଲି କହିଛନ୍ତି। ବିଧି ଅନୁସାରେ ରଥଯାତ୍ରାର ପୂର୍ବଦିନ ଶ୍ରୀଜିଉଙ୍କ ତିନି ବାଡ଼ରୁ ତିନିଟି ଆଜ୍ଞାମାଳ ଆସି ତିନି […]

maharaja
'ଆଇନ୍ ଅନୁଯାୟୀ ରଥଯାତ୍ରା କରିବାକୁ ବାଧ୍ୟ'

ପୁରୀ: ରଥଯାତ୍ରା ବନ୍ଦ ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଯେମିତି ହେଉ ପୁରୀ ରଥଯାତ୍ରା କରାଇବାକୁ ପଦକ୍ଷେପ ନେବାକୁ ଚିଠିରେ ଲେଖିଛନ୍ତି। ରାୟର ପୁନର୍ବିଚାର ଲାଗି ସୁପ୍ରିମକୋର୍ଟ ଯିବାକୁ ଚିଠିରେ ଅନୁରୋଧ କରାଯାଇଛି। ପରିଚାଳନା କମିଟିର ନିଷ୍ପତ୍ତି ଆଧାରରେ ଚିଠିରେ ଗଜପତି ଲେଖିଛନ୍ତି। ବିଭିନ୍ନ ପୁରାଣ ଓ ଇତିହାସର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ସେ ଚିଠି ଲେଖିଛନ୍ତି। ସେ ଚିଠିରେ ଲେଖିଛନ୍ତି ଯେ, ଜଗନ୍ନାଥ ଅବତାର ନୁହନ୍ତି […]

  • Wednesday, 14 July 2021
dibya
Puri Rath Yatra 2020:'ସରକାର ବୁଝିଲେନି ଭକ୍ତଙ୍କ ଭାବନା'

ପୁରୀ: ରଥଯାତ୍ରା ପ୍ରସଙ୍ଗକୁ ନେଇ ଆଜି ସନ୍ଧ୍ୟାରେ ଛତିଶା ନିଯୋଗ ବୈଠକ ବସିଥିଲା। ତେବେ ବୈଠକ ଶେଷ ହେବାପରେ ମହାରାଜା ଦିବ୍ୟସିଂହ ଦେବ କହିଥିଲେ, ବୈଠକରେ ପ୍ରାୟ ସାଢେ ୩ ଘଣ୍ଟା ଧରି ଆଲୋଚନା ହେଲା। ସୁପ୍ରିମକୋର୍ଟରେ ସରକାର ସାନି ମତ ରଖିବା ଉପରେ ମତ ପ୍ରକାଶ ପାଇଥିଲା। ମୂଳପୀଠରେ ରଥଯାତ୍ରା ବନ୍ଦ ହେବା କଥା ନୁହେଁ। ବିନାଭକ୍ତରେ ରଥଯାତ୍ରା ଲାଗି ପରିଚାଳନା କମିଟି ପ୍ରସ୍ତାବ ଦେଇଥିଲା। ଭକ୍ତମାନଙ୍କ ଭାବନାକୁ ରାଜ୍ୟ ସରକାର ଗ୍ରହଣ କଲେନି। ସେ […]

ratha-yatrra
Puri Rath Yatra 2020:ରଥଯାତ୍ରା ପାଇଁ ମଉଳିନି ଆଶା, ସୁପ୍ରିମକୋର୍ଟରେ ଦାୟର ହେଲା ୩ ପିଟିସନ

ଭୁବନେଶ୍ୱର: ଏବେ ବି ବନ୍ଦ ହୋଇନି ଶ୍ରୀକ୍ଷେତ୍ରରେ ଘୋଷଯାତ୍ରାର ବାଟ। ରଥଯାତ୍ରା ପାଇଁ ପୁଣି ସୁପ୍ରିମକୋର୍ଟରେ ଦାୟର ହେଲା ୩ ପିଟିସନ। ଏବର୍ଷ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ କୋର୍ଟରେ ମୋଡିଫିକେସନ ପିଟିସନ ଦାୟର ହୋଇଛି। ପକ୍ଷଭୁକ୍ତ ଆବେଦନକାରୀ ଅଫତାବ ହୁସେନ ଏହି ପିଟିସନ ଦାୟର କରିଛନ୍ତି। ରାୟରେ ଆଂଶିକ ପରିବର୍ତ୍ତନ କରିବାକୁ ସେ ଆବେଦନ କରିଛନ୍ତି। ଏବର୍ଷ କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦେବାକୁ ସେ ପିଟିସନରେ ଆବେଦନ କରିଛନ୍ତି। ପୁରୀ ସହରକୁ […]

puri rath yatra 2020
Puri Rath Yatra 2020: ରଥଯାତ୍ରାକୁ ନେଇ ପୁଣି ପିଟିସନ୍: 'ସଟଡାଉନ୍ ଘୋଷଣା କରି ରଥଯାତ୍ରା କରାଯାଉ'

ଭୁବନେଶ୍ୱର: ରଥଯାତ୍ରା ପାଇଁ ପୁଣି ପିଟିସନ। ପୁରୀରେ ରଥାଯାତ୍ରା ପାଇଁ ସୁପ୍ରିମକୋର୍ଟରେ ଦାୟର ହେଲା ମୋଡିଫିକେସନ ପିଟିସନ। ରାୟରେ ପରିବର୍ତ୍ତନ କରିବାକୁ ପିଟିସନରେ ଆବେଦନ କରିଯାଇଛି। ଗତକାଲି ସୁପ୍ରିମକୋର୍ଟରେ ରଥଯାତ୍ରା ବନ୍ଦ ନେଇ ରାୟ ଦେବା ପରେ ମୋଡିଫିକେସନ ପିଟିସନ ଦାୟର କରାଯାଇଛି। ପକ୍ଷଭୁକ୍ତ ଆବେଦନକାରୀ ଅଫତାବ ହୁସେନ ପିଟିସନ ଦାୟର କରିଛନ୍ତି। ରାୟରେ ଆଂଶିକ ପରିବର୍ତ୍ତନ କରିବାକୁ ପିଟିସନରେ ଆବେଦନ କରାଯାଇଛି। କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦେବାକୁ ସେ ଆବେଦନ କରିଛନ୍ତି। ପୁରୀ ସହରକୁ […]

jaguni
'ରଥଯାତ୍ରା ବନ୍ଦ କରିବା ଅର୍ଥ କଳଙ୍କମୟ ଇତିହାସ'

ପୁରୀ: ରଥଯାତ୍ରା ବନ୍ଦ ହେଲେ ଓଡ଼ିଶା ସରକାର, ଭକ୍ତଙ୍କ ପାଇଁ ଖରାପ ହେବ। ରଥଯାତ୍ରା ହେଲେ କରୋନା ଭୟ ଦୂର ହୋଇଯିବ। ଏହି ଯାତ୍ରା ସରକାରଙ୍କ ପାଇଁ ବଡ଼ ଚାଲେଂଜ, ସରକାର ନିଶ୍ଚିତ କରିବେ। ରଥ ବନ୍ଦ ହେଲେ କଳଙ୍କମୟ ଇତିହାସ ସୃଷ୍ଟି ହେବ କହିଲେ ଜଗୁନି। ରଥଯାତ୍ରା ପ୍ରସଙ୍ଗକୁ ନେଇ ପ୍ରଭୁ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ (ଜଗୁନି) ମହାପାତ୍ର ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଆମେ ମଣିଷ ହୋଇ କେବେ […]

  • Wednesday, 14 July 2021
puri rath yatra 2020
‘ହାତୀ ମିଳୁନାହାନ୍ତି, ରଥ ଟାଣିବା ଲାଗି ସେବାୟତ ପ୍ରସ୍ତୁତ’

ପୁରୀ: ରଥଯାତ୍ରାକୁ ଆଉ ରହିଲା ମାତ୍ରେ ଏକ ସପ୍ତାହ। କିନ୍ତୁ ଏହାକୁ ନେଇ ରାଜ୍ୟ ସରକାର ଏଯାଏ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ନାହାନ୍ତି। ବିନା ଭକ୍ତରେ ରଥଯାତ୍ରା କିପରି ହେବ ସେନେଇ ସରକାର ତୁରନ୍ତ ଘୋଷଣା କରିବାକୁ ଦଇତାପତି ଦାବି କରିଛନ୍ତି। ବର୍ତ୍ତମାନ ହାତୀ ମିଳୁନଥିବାରୁ ରଥ କିପରି ଟଣାଯିବ ସେନେଇ ଦଇତାପତିମାନେ ପ୍ରଶ୍ନ ଉଠାଇଛନ୍ତି। ବରିଷ୍ଠ ଦଇତାପତି ବିନାୟକ ଦାସମହାପାତ୍ର କହିଛନ୍ତି ଯେ, ରାଜ୍ୟ ସରକାର ରଥଯାତ୍ରା ଓ ରଥ ଟଣା ନେଇ ଶୀଘ୍ର […]

swami
'ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ରଥଯାତ୍ରା ପାଳନ ହେଉ'

ଭୁବନେଶ୍ୱର: ବିଧି ପାଳନ କରାଯିବା ଆବଶ୍ୟକ, ପରମ୍ପରା ରହିବା ଦରକାର। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ରଥଯାତ୍ରା ପାଳନ ହେବା ଆବଶ୍ୟକ। ଟିଭି ମାଧ୍ୟମରେ ଭକ୍ତ ରଥଯାତ୍ରା ଦେଖିବାର ମଧ୍ୟ ସୁଯୋଗ ରହିଛି ବୋଲି ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି। ନିର୍ଣ୍ଣାୟକ ମତ ଦେଇ ନଥିଲେ ବି ଜଗତଗୁରୁ ଅନୁକଳ୍ପ ଚିନ୍ତା କରିଛନ୍ତି। ପୁରୀ ରଥଯାତ୍ରା ପ୍ରସଙ୍ଗରେ ପ୍ରତିକ୍ରିୟାରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ, ବିଧି ପାଳନ କରାଯିବା ଆବଶ୍ୟକ, ପରମ୍ପରା ରହିବା ଦରକାର। କେନ୍ଦ୍ର […]

  • Wednesday, 14 July 2021
jagannath
ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା, ଏବେ କେମିତି ଅଛନ୍ତି ଶ୍ରୀଜିଉ?

ପୁରୀ: ସ୍ନାନ ଯାତ୍ରାରେ ଅତ୍ୟଧିକ ସ୍ନାନ ଯୋଗୁ ଜ୍ୱରରେ ପଡ଼ିଛନ୍ତି ଶ୍ରୀଜିଉ। ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା। ଅନବସରର ଆଜି ତୃତୀୟ ଦିନରେ ଶ୍ରୀଅଙ୍ଗ ଫିଟା ନୀତି ଅନୁଷ୍ଠିତ ହେବ। ଦ୍ୱିପହର ଧୂପ ପରେ ମହାପ୍ରଭୁଙ୍କ ଶ୍ରୀ ଅଙ୍ଗରୁ ଓଦା ବସ୍ତ୍ରକୁ ଓଲାଗି କରିବେ ଦଇତାପତି ସେବକ। ଅନବସରର ଗୁପ୍ତ ସେବା ପ୍ରକାରେ ଦ୍ୱିପହର ଧୂପ ପରେ ଅଣସର ତାଟି ଖୋଲାଯିବ। ଦଇତାପତି ସେବକ ତିନି ଠାକୁରଙ୍କ ଶ୍ରୀଅଙ୍ଗରୁ ଓଦା ବସ୍ତ୍ରକୁ ଓଲାଗି କରିବା […]

  • Wednesday, 14 July 2021
Lord Jagannath
ଜନ୍ମବେଦୀରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି: ଆଜିଠୁ ଆଡ଼ପ ମଣ୍ଡପରେ ହେବ ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି

ଜନ୍ମବେଦୀରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରଥରେ ଦିନଟିଏ କାଟିବା ପରେ ଗତକାଲି ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପୂଜା ପାଉଛନ୍ତିଅ କାଳିଆ ସାଆନ୍ତଙ୍କ ସହ ଭାଇ ବଡ଼ଠାକୁର ବଳଭଦ୍ର ଓ ଭଉଣୀ ସୁଭଦ୍ରା ।

Jagannath
ପହଣ୍ଡିରେ ଯାଉଛନ୍ତି ଶ୍ରୀ ଜଗନ୍ନାଥ

ଗୋଟି ପହଣ୍ଡିରେ ଯାଉଛନ୍ତି ଶ୍ରୀ ଜଗନ୍ନାଥ ମହାପ୍ରଭୁ। ଆଗରେ ସୁଦର୍ଶନ, ପରେ ବଡ଼ଭାଇ ଆଉ ତାହା ପଛକୁ ଦେବୀ ସୁଭଦ୍ରା ଓ ସର୍ବାଶେଷରେ ଯାଉଛନ୍ତି କାଳିଆ ଗୋସାଇଁ

Bol
ଏଥର ବି ବୋଲ୍‌ବମ୍ ଉପରେ ରୋକ୍ ଲଗାଇଲେ ରାଜ୍ୟ ସରକାର

ଚଳିତ ବର୍ଷ ମଧ୍ୟ ବୋଲ୍‌ବମ୍ ଉପରେ ରୋକ୍ ଲଗାଇଛନ୍ତି ରାଜ୍ୟ ସରକାର । ଏ ନେଇ ଏସ୍‌ଆର୍‌ସିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ନିର୍ଦ୍ଦେଶନାମା ଅନୁସାରେ କୌଣସି ଧାର୍ମିକ ସ୍ଥାନ କି ଜଳାଶୟରୁ ପାଣି ଉଠାଇ ପାରିବେନି କାଉଡ଼ିଆ

Balabhadra Pahandi
ଶ୍ରୀଗୁଣ୍ଡିଚା ଘରକୁ ଯାଉଛନ୍ତି ଶ୍ରୀଜିଉ, ଗୋଟି ପହଣ୍ଡିରେ ବିଜେ ହେବେ ମହାପ୍ରଭୁ

ସେପଟେ ଆସନ୍ତାକାଲି ଆଡ଼ପ ଅବଢା ମିଳିବ ବୋଲି ଜଣାପଡ଼ିଛି। ତେବେ ୭ ଦିନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ରହିବେ ଶ୍ରୀଜିଉ। ଏହା ପରେ ପଞ୍ଚମୀ ଦିନ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। ଏହିଦିନ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର ବିଧି ରହିଛି।

Makes Chariot For Ratha Jatra
କୁନି ଭକ୍ତଙ୍କ କୁନିରଥ

ଭକତ ଡୋରିରେ ବନ୍ଧା କାଳିଆ ଠାକୁର । କୁନି ଭକତର କୁନି ରଥ । ପୁରୀ ଯିବାକୁ ଇଛା ଥିଲା ହେଲେ ସେ ଯାଇ ପାରିଲାନି ଜଗାକୁ ଦର୍ଶନ କରିବା ପାଇଁ , ସେଥିପାଇଁ ତ କୁନି ରଥ ତିଆରି କରି ରଥ ଟାଣିଛି କୁନି ଭକ୍ତ । କାଳିଆ ପ୍ରେମରେ ପଡିଯାଇଛି ସୁନ୍ଦରଗଡ଼ ଜିଲ୍ଲାର ୨ ବର୍ଷର ବାଳକ ।

Baripada Jagannath Temple
ବାରିପଦା ଜଗନ୍ନାଥ ମନ୍ଦିର ଚାରିପାଖରେ ୧୪୪ ଧାରା ଜାରି କଲା ପ୍ରଶାସନ

ବାରିପଦା ଜଗନ୍ନାଥ ମନ୍ଦିର ଚାରିପାଖରେ ୧୪୪ ଧାରା ଜାରି କଲା ପ୍ରଶାସନ। ମନ୍ଦିର ଚାରିପାଖ ୫ ଶହ ମିଟର ଦୂରତା ପର୍ଯ୍ୟନ୍ତ ଏହି ୧୪୪ ଧାରା ଜାରି ହୋଇଛି। ଆାଜିଠାରୁ ବାହୁଡ଼ା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ସୂଚନା ଦେଇଛନ୍ତି ଏସଡିପିଓ। ଶାନ୍ତିଶୃଂଖଳା ରକ୍ଷା ପାଇଁ ଘଟଣା ସ୍ଥଳରେ ୩ ପ୍ଲାଟୁନ ପୋଲିସ ଫୋର୍ସ ଓ ୨୦ ଅଫିସରଙ୍କୁ ମୁତୟନ କରାଯାଇଛି। ପରମ୍ପରା ଅନୁସାରେ ପୁରୀ ରଥ ଯାତ୍ରାର ପର ଦିନ ଏଠାରେ ରଥଯାତ୍ରା ହୋଇଥାଏ।

dry food
ରଥାଋଢ ଚତୁର୍ଦ୍ଧାମୃର୍ତ୍ତିଙ୍କୁ ଶୁଖିଲା ଭୋଗ କାହିଁକି ଅର୍ପଣ କରାଯାଏ ?

ରଥାଋଢ ଚତୁର୍ଦ୍ଧାମୃର୍ତ୍ତିଙ୍କୁ ଅର୍ଣ୍ଣ ଭୋଗ ଲାଗିନଥାଏ । ପୂର୍ବ କାଳରୁ ଚାଲି ଆସିଛି ଏହି ପରମ୍ପରା। ପ୍ରଭୁଙ୍କ ନିକଟରେ ଶଂଖ କୋରା,ନଡିଆ କୋରା,ବଡ଼ କୋରା,ସାନ କୋରା ଓ ମଝାଲ କୋରା ସହିତ ବିଭିନ୍ନ ଫଳ ଭୋଗ ଲାଗି କରାଯାଏ ।

abhada
ଆଜି ବାହାରିବ ନୀଳାଚଳ ଅବଢ଼ା

ପୁରୀ: ଆଜି ବାହାରିବ ନୀଳାଚଳ ଅବଢ଼ା। ଗତକାଲି ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ ସରିବା ପରେ ଆଜି ନୀଳାଚଳ ଅବଢ଼ା ବାହାରିବ। ତେବେ ଭକ୍ତ କେମିତି ଅବଢ଼ା ପାଇବେ ସେଥିପାଇଁ ବ୍ୟବସ୍ଥା କରାଯିବ ବୋଲି ସୁଆର ମହାସୁଆର ନିଯୋଗ ପକ୍ଷରୁ କୁହାଯାଇଛି। ଶ୍ରୀଜିଉ ଆଡ଼ପ ମଣ୍ଡପରେ ଥିବା ବେଳେ ଯେମିତି ଆଡ଼ପ ଅବଢ଼ା ପାଇଁ ବସ୍‌ ଷ୍ଟାଣ୍ଡ୍‌ ପାଖରେ ବ୍ୟବସ୍ଥା କରାଯାଇଥିଲା, ନୀଳାଚଳ ଅବଢ଼ା ପାଇଁ ମଧ୍ୟ ସେଭଳି ବ୍ୟବସ୍ଥା କରିବାକୁ ଉପଜିଲ୍ଲାପାଳଙ୍କ ସହ କଥା ହୋଇଥିବା ନେଇ […]

  • Tuesday, 13 July 2021
puri gajapati
ସଫଳ ରଥଯାତ୍ରା ଆୟୋଜନ ପାଇଁ ଧନ୍ୟବାଦ ଜଣାଇଲେ ଗଜପତି ମହାରାଜ

ପୁରୀ: କୋଭିଡ କଟକଣା ଭିତରେ ଏବର୍ଷ ରଥଯାତ୍ରା ସଫଳତାର ସହ ସରିବା ପରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ତାଙ୍କର ଯାତ୍ରା ସଫଳତାର ସହ ସମ୍ପନ୍ନ ହୋଇଥିବା ଗଜପତି କହିଛନ୍ତି। ‘ସଫଳ ରଥଯାତ୍ରା ଆୟୋଜନ ପାଇଁ ରାଜ୍ୟ ସରକାର, ଶ୍ରୀମନ୍ଦିର, ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ସେବାୟତଙ୍କୁ ଧନ୍ୟବାଦ। ସେବାୟତଙ୍କ ଉତ୍ସର୍ଗୀକୃତ ସେବା ଦ୍ୱାରା ରଥଯାତ୍ରା ସଫଳ ହେଲା। ଏଥିସହ କୋଭିଡ୍ ନିୟମ ମାନି ଘରେ ରହି […]

  • Tuesday, 13 July 2021
puri
ପୁରୀରେ ୨ ଛଦ୍ମବେଶୀ ସେବାୟତ ଅଟକ

ପୁରୀ: ମଙ୍ଗଳ ଆଳତି ବେଳେ ପାଟ ପିନ୍ଧି ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିଥିବା ୨ଜଣ ଛଦ୍ମବେଶୀ ସେବାୟତଙ୍କୁ ପୁଲିସ୍‌ ଅଟକ ରଖିଛି। ସୂଚନା ଅନୁସାରେ, ଆଜି ସକାଳେ ୨ ଜଣ ବାହାର ଭକ୍ତ ପାଟ ପିନ୍ଧି ସେବାୟତଙ୍କ ବେଶରେ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିଥିଲେ। ଏହି ସମୟରେ ମଙ୍ଗଳ ଆଳତି ଚାଲିଥିଲା। ସେମାନଙ୍କର ଚାଲିଚଳଣ ଦେଖି ଅନ୍ୟ ସେବାୟତଙ୍କ ସନ୍ଦେହ ସୃଷ୍ଟି ହେବାରୁ ସେମାନଙ୍କୁ ଚିହ୍ନଟ କରାଯାଇଥିଲା। ଏହାପରେ ପୁଲିସ୍‌କୁ ଖବର ଦିଆଯାଇଥିଲା। କୁମ୍ଭାରପଡ଼ା ପୁଲିସ୍‌ ୨ଜଣଙ୍କୁ […]

puri rath yatra 2020
‘କରୋନା ରିପୋର୍ଟ ନେଗେଟିଭ୍‌ ଥିଲେ, ବାହୁଡ଼ା ଯାତ୍ରାରେ ସାମିଲ ହୋଇପାରିବେ ସେବାୟତ’

ପୁରୀ: ଦୁଇ ଥର କୋଭିଡ୍-୧୯ ଟେଷ୍ଟ୍‌ ପରେ ଯେଉଁ ସେବାୟତଙ୍କ ନମୁନା ନେଗେଟିଭ୍ ଆସିବ କେବଳ ସେହିମାନେ ହିଁ ଆଗାମୀ ବାହୁଡ଼ା ଯାତ୍ରାରେ ସାମିଲ ହୋଇପାରିବେ। ଏହାସହ ସେବାୟତଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟାର ସମାଧାନ ଲାଗି ଦୁଇଟି ମେଡିକାଲ କ୍ୟାମ୍ପ କରାଯିବ, ଯେଉଁଥିରେ ସବୁ ବିଭାଗର ଡାକ୍ତର ରହିବେ। ଖାଲି ଏତିକି ନୁହେଁ, ପୁରୀରେ ଡୋରର୍‌ ଟୁ ଡୋର୍‌‌ ବୁଲି ସ୍ୱାସ୍ଥ୍ୟ ସୂଚନା ଗ୍ରହଣ କରାଯିବା ସହ ଶ୍ରୀମନ୍ଦିର କର୍ମଚାରୀ, ପୋଲିସ, ମ୍ୟୁନିସିପାଲଟି କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ […]

Rath yatra 2020
ରଥଯାତ୍ରା 2020:ସୁପ୍ରିମକୋର୍ଟଙ୍କ ଏହିସବୁ ସର୍ତ୍ତାବଳୀ ଭିତରେ ଚାଲିଛି ପୁରୀ ରଥଯାତ୍ରା

ପୁରୀ: ଉତ୍ସବ ମୁଖର ଶ୍ରୀକ୍ଷେତ୍ର। ଆଜି ମହାପ୍ରଭୁଙ୍କ ପ୍ରସିଦ୍ଧ ଘୋଷଯାତ୍ରା। ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ଗୁଣ୍ଡିଚା ଘରକୁ ଯିବେ। ବଡଦାଣ୍ଡରେ ଆଜି ଗଡିବ ତିନିରଥ।ତେବେ ପୂର୍ବ ବର୍ଷ ଭଳି ଏଥର ଗହଳି ଚହଳି ନାହିଁ। କରୋନା କଟକଣା ପାଇଁ ଭକ୍ତଙ୍କ ଭିଡ଼ ବି ନାହିଁ। ସୁପ୍ରିମକୋର୍ଟଙ୍କ କିଛି ସର୍ତ୍ତାବଳୀ ମଧ୍ୟରେ ଆଜି ପୁରୀରେ ରଥଯାତ୍ରା ହେଉଛି। ବହୁ କଳ୍ପନା ଜଳ୍ପନା ମଧ୍ୟରେ ଶେଷରେ ନିର୍ଦ୍ଦିଷ୍ଟ ସର୍ତ୍ତ ରଖି କେବଳ […]

BeFunky-collage (2)
ରଥଯାତ୍ରା ବନ୍ଦ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କ ଘର ଉପରକୁ ଅଣ୍ଡା ମାଡ଼

ଭୁବନେଶ୍ୱର: ରଥଯାତ୍ରା ବନ୍ଦ ନେଇ ଆବେଦନ କରିଥିବା ଆବେଦନକାରୀଙ୍କ ଘର ଉପରକୁ ଅଣ୍ଡା ମାଡ଼ ହୋଇଛି। ରଥଯାତ୍ରା କରିବାକୁ ଅନୁମତି ନ ଦେବାକୁ ଅପିଲ୍ କରିଥିବା ଆବେଦନକାରୀ ଓକିଲ ସୁଶାନ୍ତ ପାଢୀଙ୍କ ଭୁବନେଶ୍ୱର ସ୍ଥିତ ଭଡା ଘର ଉପରକୁ ଏହି ଅଣ୍ଡା ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ବମିଖାଲ ସାଈ ବିହାର ସ୍ଥିତ ସୁଶାନ୍ତଙ୍କ ଘର ଉପରକୁ କିଛି ଲୋକ ଅଣ୍ଡାମାଡ଼ କରିବା ସହ ତାଙ୍କର ଗାଡ଼ି ବି ଭାଙ୍ଗି ଦେଇଛନ୍ତି। ଏ ନେଇ ସୁଶାନ୍ତ ଅଭିଯୋଗ […]