Advertisment

ଏପ୍ରିଲରୁ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ

ମହାମାରୀ କରୋନା ପାଇଁ ରାଜ୍ୟରେ ବନ୍ଦ ରହିଥିଲା ସମସ୍ତ ସ୍କୁଲ୍‌। ଯେଉଁଥିପାଇଁ ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ ରହିଥିଲା। ଏପ୍ରିଲ୍‌ରେ ସ୍କୁଲରେ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ । ପିଲାଙ୍କୁ ପୁଣି ମଧ୍ୟାହ୍ନ ଭୋଜନ ଦେବାକୁ ଗଣଶିକ୍ଷା ବିଭାଗର ଚିଠି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Mid Day Meal

Mid Day Meal

ଏପ୍ରିଲ୍‌ରୁ ସ୍କୁଲରେ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା । ପିଲାଙ୍କୁ ପୁଣି ମଧ୍ୟାହ୍ନ ଭୋଜନ ଦେବାକୁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ବିଭାଗ MDM ୟୁନିଟ୍ ନୋଡାଲ ଅଫିସର । କୋଭିଡ ଗାଇଡ୍ ଲାଇନ୍ ସହ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ଗଲା ପ୍ରାୟ ଦୁଇ ବର୍ଷ ଧରି କୋଭିଡ ପାଇଁ ପ୍ରାଥମିକ ସ୍କୁଲଗୁଡ଼ିକରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ବନ୍ଦ ରହିଥିଲା । ସଂକ୍ରମଣ ଭୟରେ ସରକାର ଗତ ମାର୍ଚ୍ଚ ୨୦୨୦ରୁ ମଧ୍ୟାନ୍ନ ଭୋଜନ ବ୍ୟବସ୍ଥା ବନ୍ଦ ରଖିଥିଲେ । ତେବେ ରାଜ୍ୟରେ ଏବେ କରୋନାର ପ୍ରାଦୁର୍ଭାବ କମିବା ପରେ ପିଲାଙ୍କ ପାଇଁ ପୁଣି ସ୍କୁଲରେ ମଧ୍ୟାନ୍ନ ଭୋଜନ୍ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ତେବେ ଏହା ପୂର୍ବରୁ ସ୍କୁଲଗୁଡ଼ିକରେ ଥିବା ରୋଷଶାଳା, ବାସନକୁସନ, ଅନ୍ୟା ସମଗ୍ରୀର ପରିସ୍କାର ପରିଚ୍ଛନ୍ନତାକୁ ଯାଞ୍ଚ୍ କରିବାକୁ ନେଇ ବିଭାଗ ନିର୍ଦ୍ଦେଶ ଦେଇଛି ।

ମହାମାରୀ କରୋନା ପାଇଁ ରାଜ୍ୟରେ ବନ୍ଦ ରହିଥିଲା ସମସ୍ତ ସ୍କୁଲ୍‌। ଯେଉଁଥିପାଇଁ ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ ରହିଥିଲା। ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ବାବଦକୁ ଟଙ୍କା ପ୍ରଦାନ କରାଯାଉଥିଲା। ଟଙ୍କା ସେମାନଙ୍କ ଆକାଉଣ୍ଟରେ ଜମା କରାଯାଉଥିଲା। ଆଉ କିଛି ସ୍ଥାନରେ ଚାଉଳ ଓ ଡାଲି ବଣ୍ଟନ କରାଯାଉଥିଲା। ଏବେ କିନ୍ତୁ କରୋନା କୋପ କମିଟି।

Advertisment

ପୂର୍ବ ପରି ସ୍କୁଲ୍‌ ଖୋଲିଛି । ପିଲାମାନେ କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ସ୍କୁଲ ଆସି ପାଠ ପଢ଼ୁଛନ୍ତି। ପିଲାମାନେ ଯେପରି ସ୍କୁଲରେ ଭୋକିଲା ନରହିବେ, ସେଥିପ୍ରତି ଧ୍ୟାନ ଦେଇ ରାଜ୍ୟ ସରକାର ପୁଣି ଥରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଅର୍ଥ ଏପ୍ରିଲ୍‌ ମାସରୁ ପିଲାମାନେ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇବେ।

Odisha Mid-day Meal
Advertisment
Advertisment