କରୋନାର ନୂଆ ଭ୍ୟାରିଆଣ୍ଟ୍ ଓମିକ୍ରନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ସତର୍କତା ମୂଳକ ପଦକ୍ଷେପ । ଗତକାଲି ଦକ୍ଷିଣ ଆଫ୍ରିକାରୁ ଆସିଥିବା ଯାତ୍ରୀଙ୍କ ନମୁନାକୁ ସଂଗ୍ରହ କରି ଜିନମ୍ ସିକ୍ୱେନସିଂ ପାଇଁ ପଠାଯିବ ।
ମାଡୁଛି ଓମିକ୍ରନ, ବଢୁଛି କଟକଣା । ବିଦେଶ ଫେରନ୍ତାଙ୍କ ପାଇଁ ଆସିଲା ନୂଆ ଗାଇଡଲାଇନ । ଜାଣନ୍ତୁ କଣ ରହିଛି ନୂଆ ଗାଇଡଲାଇନ ।
ଦେଶକୁ ଆସିଲା କି ତୃତୀୟ ଲହର ? ନୂଆ ଭାରିଏଣ୍ଟ ଲାଗି ଟେନସନ୍ରେ ସରକାର
ସତରେ ଡରାଇଲାଣି ତୃତୀୟ ଲହର ଆଶଙ୍କା । ଓମିକ୍ରନ ଭାରିଏଣ୍ଟ ମୁକାବିଲା ଲାଗି ପ୍ରସ୍ତୁତି ଆରମ୍ଭ । ଡେଲ୍ଟା ଭାରିଏଣ୍ଟ ଠାରୁ ବି ଅଧିକ ମାରାତ୍ମକ ଓମିକ୍ରନ ଭାରିଏଣ୍ଟ । ଦୁଇ ଡୋଜ୍ ଟିକା ନେଇଥିବା ବ୍ୟକ୍ତିଙ୍କୁ ବି ସହଜରେ ସଂକ୍ରମିତ କରିପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ।
ସମସ୍ତେ ସତର୍କ ରହିବା ଆବଶ୍ୟକ । ଏହା ସମସ୍ତଙ୍କ ଦାୟିତ୍ୱ । ବର୍ତ୍ତମାନ ସାରା ଦେଶରେ ପାଳନ ହେଉଥିବା ଆଜାଦି କା ଅମୃତ ମହୋତ୍ସବର ଉଦ୍ଦେଶ୍ୟ ଯୁବପୀଢିଙ୍କ ମଧ୍ୟରେ ପ୍ରତିଫଳନ ହୋଇଥିବା ମୋଦି କହିଛନ୍ତି ।
ବିଦେଶରୁ ଆସିଲେ କ୍ୱାରେଣ୍ଟିନ୍ ବାଧ୍ୟତାମୂଳକ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆତଙ୍କ ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡ୍ ଲାଇନ୍ ଜାରି ହୋଇଛି।
ସମ୍ବଲପୁର ବୁର୍ଲା ଭୀମସାରରେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ଚିହ୍ନଟ । ଏହାପରେ ୬୦ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା ।
ବୁର୍ଲା ଭୀମସାର୍ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୫୯ ଜଣ ଛାତ୍ରଛାତ୍ରୀ ହୋଇଥିବାବେଳେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି।
ବିଶ୍ୱରେ ନୂଆ ଭାରିଆଣ୍ଟ ଓମିକ୍ରନର ଭୟ । ଏହାଭିତରେ ଦକ୍ଷିଣ ଆଫ୍ରିକାରୁ ବେଙ୍ଗଳୁରୁ ଆସିଥିବା ଦୁଇ ଆଫ୍ରିକୀୟ ନାଗରିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଆତଙ୍କ ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡ୍ଲାଇନ୍ ଜାରି ହୋଇଛି।
କୋଭିଡ୍ ସ୍ଥିତିର ଉଚ୍ଚସ୍ତରୀୟ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ । ମାରାତ୍ମକ ଭ୍ୟାରିଆଣ୍ଟ ଓମିକ୍ରନ୍କୁ ନେଇ ବଢୁଛି ଚିନ୍ତା । ଦକ୍ଷିଣ ଆଫ୍ରିକା, ବୋସ୍ତଓ୍ୱାନା ଓ ହଂକଂରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ।
ଦକ୍ଷିଣ ଆଫ୍ରିକାରେ ଚିନ୍ତାଜନକ ଭାବେ ସଂକ୍ରମଣ ବଢ଼ାଇଥିବା କରୋନାର ନୂଆ ଭ୍ୟାରିଏଣ୍ଟର ନାଁ ଓମିକ୍ରନ । ଓମିକ୍ରନ କରୋନାର ଅନ୍ୟ ଭ୍ୟାରିଏଣ୍ଟଠାରୁ ଅଧିକ ମାରାତ୍ମକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ-ହୁ ପକ୍ଷରୁ କୁହାଯାଇଛି।
କରୋନା ଭାଇରସ୍ର ନୂଆ ଭ୍ୟାରିଏଣ୍ଟର ‘ଓମିକ୍ରନ୍’ ଚିହ୍ନଟ ପରେ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି।
ଗୋଟିଏ ସ୍କୁଲରେ ୨୬ ଜଣ ଛାତ୍ରୀଙ୍କୁ କରୋନା। ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର ଚମକପୁର ଆବାସିକ ବାଳିକା ବିଦ୍ୟାଳୟର ୨୬ ଜଣ ଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ରାଜ୍ୟରେ କରୋନା ଗ୍ରାଫ୍ ଏବେ ତଳ ଉପର ହେଉଛି। ରାଜ୍ୟରେ ଆଉ ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି।
ଗତ କିଛିଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ କମୁଥିବା ବେଳେ ଏବେ ପୁଣିଥରେ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି। କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ଏବେ ଚିନ୍ତାର କାରଣ ପାଲଟିଛି। ସେପଟେ ସ୍କୁଲ୍କୁ ସ୍କୁଲ୍ ଡେଉଁଛି କରୋନା।
ସଂକ୍ରମଣ ବେକାବୁ । ଭାରି ଭୟଙ୍କର ହେଲାଣି ଏ କରୋନା । ଥରେ ନୁହେଁ କି ଦୁଇ ଥର ନୁହେଁ ବରଂ ୩୦ ଥର ରୂପ ବଦଳାଇଲାଣି କରୋନା ।
ରାଜ୍ୟରେ ବି ପୁଣି କଡ଼ ଲେଉଟାଇବା ଆରମ୍ଭ କଲାଣି କରୋନା। ଏଇ ମାସରେ କ୍ରମାଗତ ୧୫ ଦିନ ଧରି ଦୈନିକ ସଂକ୍ରମଣ ୨ଶହ ଉପରେ ରହିବା ପରେ ଗତକାଲି ହଠାତ୍ ପୁଣି ୩ ଶହ ପାର୍ କରିଥିଲା।
ନୂଆଦିଲ୍ଲୀ: କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ଚିହ୍ନଟ ଓ ୟୁରୋପରେ ଏହାର ଦ୍ରୁତ ସଂକ୍ରମଣ ଖବର ପରେ ଶେଆର ମାର୍କେଟ କ୍ରାଶ୍ ହୋଇଥିବା ଦେଖିବାକୁ ମିଳିଛି। Sensex ଆଜି ୧୪ ଶହ ପଏଣ୍ଟ ଖସିଛି। ୭ ମାସରେ ଏହା ହେଉଛି ଗୋଟିଏ ଦିନରେ ସର୍ବାଧିକ ହ୍ରାସ। ଏପରିକି Nifty ୧୭ ହଜାର ତଳକୁ ଖସି ଆସିଛି। ଏସିଆର ସବୁ ଶେଆର ମାର୍କେଟ କ୍ରାଶ୍ ହୋଇଥିବା ଜଣାପଡ଼ିଛି
ନୂତନ ଭାରିଏଣ୍ଟ୍ B. 1.1.529 ଉପରେ ଅନୁସନ୍ଧାନ କରୁଛନ୍ତି ବ୍ରିଟେନ ବୈଜ୍ଞାନିକ । ଏହାପୂର୍ବରୁ ଆଫ୍ରିକାର ଛଅଟି ଦେଶକୁ ବିମାନ ଚଳାଚଳ ସ୍ଥଗିତ ରଖିବାକୁ ଘୋଷଣା କରାଯାଇଛି ।
ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। କରୋନା ଏହାର ଲକ୍ଷଣ ବଦଳାଉ ଥିବାବେଳେ ଲୋକେ ବାହାରେ କଟକଣା ମାନୁ ନାହାନ୍ତି। ଯାହାକି ଏହା ଆଗକୁ ବିପଦ ସୃଷ୍ଟି କରିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।
ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଲାଣି । ବଢୁଥିବା ସଂକ୍ରମଣ ସାରା ରାଜ୍ୟରେ ଚିନ୍ତାର ବିଷୟ ପାଲଟିଲାଣି । ଆଜି ରାଜ୍ୟରେ ଦିନକରେ ୩୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି ।
ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଗତ କିଛିଦିନ ଧରି ସଂକ୍ରମଣ କମିବା ପରେ ପୁଣିଥରେ ସଂକ୍ରମଣ ବଢ଼ୁଥବି ଦେଖିବାକୁ ମିଳିଛି।
ଗତ କିଛିଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ କମୁଥିବା ବେଳେ ଏବେ ପୁଣିଥରେ ସଂକ୍ରମଣ ବୃଦ୍ଧିକୁ ନେଇ ଚିନ୍ତା ବଢ଼ିଛି। ରାଜ୍ୟର କିଛି ସ୍ଥାନରେ କଣ୍ଟେନମେଣ୍ଟ ଜୋନ ମଧ୍ୟ ଦେଖାଗଲାଣି । ତେବେ କରୋନାର ତୃତୀୟ ଲହରୀକୁ ନେଇ ସଚେତନ ରହିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯଇଛି ।
ଇକମୋ ଚିକିତ୍ସାରେ ସଂପୂର୍ଣ୍ଣ ସୁସ୍ଥ ନ ହେବାରୁ ତାଙ୍କର ପ୍ରତ୍ୟାରୋପଣ କରିବା ଲାଗି ଡାକ୍ତର ପରାମର୍ଶ ଦେଇଥିଲେ। ପରିବାର ଲୋକଙ୍କ ସ୍ୱୀକୃତି ପରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା