Advertisment

ପୁଣି ଉପରମୁହାଁ ହେଲାଣି କରୋନା;୨୮୮ ଜଣ ଆକ୍ରାନ୍ତ, ୩ ମୃତ

ଗତ କିଛିଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ କମୁଥିବା ବେଳେ ଏବେ ପୁଣିଥରେ ସଂକ୍ରମଣ ବୃଦ୍ଧିକୁ ନେଇ ଚିନ୍ତା ବଢ଼ିଛି। ରାଜ୍ୟର କିଛି ସ୍ଥାନରେ କଣ୍ଟେନମେଣ୍ଟ ଜୋନ ମଧ୍ୟ ଦେଖାଗଲାଣି । ତେବେ କରୋନାର ତୃତୀୟ ଲହରୀକୁ ନେଇ ସଚେତନ ରହିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯଇଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
COVID-19

COVID-19

ଭୁବନେଶ୍ୱର: ଗତ କିଛିଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ କମୁଥିବା ବେଳେ ଏବେ ପୁଣିଥରେ ସଂକ୍ରମଣ ବୃଦ୍ଧିକୁ ନେଇ ଚିନ୍ତା ବଢ଼ିଛି। ରାଜ୍ୟର କିଛି ସ୍ଥାନରେ କଣ୍ଟେନମେଣ୍ଟ ଜୋନ ମଧ୍ୟ ଦେଖାଗଲାଣି । ତେବେ କରୋନାର ତୃତୀୟ ଲହରୀକୁ ନେଇ ସଚେତନ ରହିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯଇଛି ।

Advertisment

ଆଜି ରାଜ୍ୟରେ ଆଉ ୨୮୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କର ମୃତ ଘଟିଛି । କ୍ୱାରେଣ୍ଟିନରୁ ୧୬୬ଟି ଓ ଲୋକାଲ୍ କେସ୍ ୧୨୨ଟି ଚିହ୍ନଟ ହୋଇଛି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୫୩ ଜଣ ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ୪୭ ହଜାର ୬୭୪କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ୨ଜଣ ଓ ଜଗତସିଂହପୁରରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮,୩୯୯କୁ ବୃଦ୍ଧି ପାଇଛି ।

ଗତକାଲି ବୁର୍ଲା ଭୀମସାର୍‌ରେ ୨୨ ଜଣ ଡାକ୍ତରୀ ଛାତ୍ରଛାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ସେହିପରି ସୁନ୍ଦରଗଡ଼ ସହରରେ ଥିବା ଏକ ବାଳିକା ବିଦ୍ୟାଳୟର ୫୩ ଛାତ୍ରୀ କରୋନା ସଂକ୍ରମିତ ଖବର ଜଣାପଡ଼ିବା ପରେ ଚିନ୍ତା ଆହୁରି ବଢ଼ିଛି। ସୁନ୍ଦରଗଡ଼ ସହରର ଏକ ସରକାରୀ ଅନୁଦାନପ୍ରାପ୍ତ ବାଳିକା ହାଇସ୍କୁଲର ୫୩ ଛାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସ୍କୁଲର ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ୫୩ ଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ସ୍କୁଲ୍‌ର ପ୍ରଧାନ ଶିକ୍ଷୟିତ୍ରୀ ସୂଚନା ଦେଇଛନ୍ତି। ଛାତ୍ରୀମାନେ ପଜିଟିଭ୍‌ ଚିହ୍ନଟ ହେବା ପରେ ସପ୍ତାହେ ସ୍କୁଲ ବନ୍ଦ ପାଇଁ ନିଷ୍ପତ୍ତି ନିଆଯିବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି।

Advertisment

ସେପଟେ ବୁର୍ଲା ଭୀମସାର୍‌ର ଡାକ୍ତରୀ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହେବା ପରେ ଚିନ୍ତା ବଢ଼ିଛି। ଏନେଇ ଜଣାପଡ଼ିବା ପରେ ଭୀମସାର୍‌ କର୍ତ୍ତୃପକ୍ଷ ଏକ ବୈଠକ ଡକାଇଛନ୍ତି। ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନିଆଯିବ ବୋଲି ଭୀମସାର୍‌ ଅଧିକ୍ଷକ ସୂଚନା ଦେଇଛନ୍ତି।

ଭୀମସାର୍‌ର ୨୨ଜଣ ଡାକ୍ତରୀ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ପ୍ରଥମ ବର୍ଷର ଛାତ୍ରୀଙ୍କ ସହ ତୃତୀୟ ଓ ଚତୁର୍ଥ ବର୍ଷର ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ୨ ନମ୍ବର କୋଭିଡ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଭୀମସାର୍‌ ଅଧୀକ୍ଷକ କୋଭିଡ୍ ହସ୍ପିଟାଲରେ ପହଞ୍ଚି କରୋନାରେ ଆକ୍ରାନ୍ତ ହୋଇଥିବା ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି।

Odisha COVID-19
Advertisment
Advertisment