Advertisment

ଜୀବନ ଯୁଦ୍ଧରେ ହାରିଗଲେ ଅମ୍ରିତ ପ୍ରଧାନ

ଇକମୋ ଚିକିତ୍ସାରେ ସଂପୂର୍ଣ୍ଣ ସୁସ୍ଥ ନ ହେବାରୁ ତାଙ୍କର ପ୍ରତ୍ୟାରୋପଣ କରିବା ଲାଗି ଡାକ୍ତର ପରାମର୍ଶ ଦେଇଥିଲେ। ପରିବାର ଲୋକଙ୍କ ସ୍ୱୀକୃତି ପରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା

author-image
Chandan Shishu
ଅଦ୍ୟତନ ହୋଇଛି
Amrit Pradhan and his Sister

Amrit Pradhan and his Sister

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ଚେନ୍ନାଇରେ ଇକମୋ ଚିକିତ୍ସାରେ ଥିବା ବ୍ରହ୍ମପୁର ବାସୁଦେବନଗର ଅଞ୍ଚଳର ଅମ୍ରିତଙ୍କ ପ୍ରଧାନଙ୍କ ଦେହାନ୍ତ। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ସେ ଦୀର୍ଘ ଦିନ ଧରି ଚିକିତ୍ସିତ ଥିଲେ। କିଛି ଦିନ ତଳେ ତାଙ୍କ ଫୁସଫୁସ ପ୍ରତ୍ୟାରୋପଣ କରାଯାଇଥିଲା। ଇକମୋ ଚିକିତ୍ସାରେ ସଂପୂର୍ଣ୍ଣ ସୁସ୍ଥ ନ ହେବାରୁ ତାଙ୍କର ଫୁସଫୁସ୍ ଟ୍ରାନ୍ସପ୍ଲାଣ୍ଟ କରିବା ଲାଗି ଡାକ୍ତର ପରାମର୍ଶ ଦେଇଥିଲେ। ପରିବାର ଲୋକଙ୍କ ସ୍ୱୀକୃତି ପରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କରୋନାରେ ଅସୁସ୍ଥ ହୋଇ ପଡ଼ିଥିବା ଅମ୍ରିତଙ୍କ ଜୀବନ ବଞ୍ଚାଇବା ଲାଗି ଦେଶବ୍ୟାପୀ ବଦାନ୍ୟ ବକ୍ତିଙ୍କଠାରୁ ପାଣ୍ଠି ସଂଗ୍ରହ କରାଯାଇଥିଲା।

Advertisment

ଏନେଇ ତାଙ୍କ ଭଉଣୀ ପ୍ରକୃତି ଜେନା କୋହଭରା କଣ୍ଠରେ କହିଛନ୍ତି ଯେ, 'ଆମେ ୭ ମାସ ଧରି ଚିକିତ୍ସା କରିଥିଲୁ। ଭାଇ ବଞ୍ଚିଯିବ ବୋଲି ଓଡ଼ିଶାବାସୀ ବି ବହୁତ ପ୍ରାର୍ଥନା କରିଥିଲେ। ହେଲେ ତାହା ହେଲା ନାହିଁ। ସେ ଆମ ସମସ୍ତଙ୍କୁ ଧୋକା ଦେଇ ଚାଲିଗଲା। କିଛି ଦିନ ତଳ ସେ ଖୁବ୍ ଶୀଘ୍ର ଭଲ ହୋଇ ଫେରିଆସିବ ବୋଲି ଡାକ୍ତର ଟିମ୍‌ କହିଥିଲେ କିନ୍ତୁ ହଠାତ୍‌ ଏଭଳି ଖବର ଆସିବ ବୋଲି ଆମେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲୁ। ଫୁସଫୁସ ସଂଚାଳନ କରୁଥିଲେବି ଭାଇ ଅନ୍ୟ ଅଙ୍ଗ ବିଶେଷକରି ହାର୍ଟ ଅକାମୀ ହେବାକୁ ଲାଗିଥିଲା ବୋଲି ଡାକ୍ତର ଆମକୁ କହିଥିଲେ।' 

ଗତ ଜୁନ ୩ରେ ଭୁବନେଶ୍ୱରରୁ ଚେନ୍ନାଇକୁ ଏୟାରଲିଫ୍ଟ ହୋଇଥିଲେ ଅମ୍ରିତ ପ୍ରଧାନ । ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ବ୍ରହ୍ମପୁରର ଅମ୍ରିତଙ୍କୁ ଚେନ୍ନାଇ ସ୍ଥିତ ଆପୋଲୋକୁ ସ୍ଥାନାନ୍ତର କରାଯାଇଥିଲା। ସ୍ୱତନ୍ତ୍ର ବିମାନରେ ଅମ୍ରିତଙ୍କୁ ଚେନ୍ନାଇ ନିଆଯାଇଥିଲା। ଅମ୍ରିତଙ୍କୁ ଏୟାରଲିଫ୍ଟ କରିବା ପାଇଁ ଚେନ୍ନାଇ ଆପୋଲୋରୁ ୬ ଜଣିଆ ଡାକ୍ତରୀ ଦଳ ଆସିଥିଲେ ।

Advertisment

ଇକମୋ ଚିକିତ୍ସାରେ ସଂପୂର୍ଣ୍ଣ ସୁସ୍ଥ ନ ହେବାରୁ ତାଙ୍କର ଟ୍ରାନ୍ସପ୍ଲାଣ୍ଟ କରିବା ଲାଗି ଡାକ୍ତର ପରାମର୍ଶ ଦେଇଥିଲେ। ପରିବାର ଲୋକଙ୍କ ସ୍ୱୀକୃତି ପରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଚେନ୍ନାଇର ଜଣେ ଯୁବକ ଉଚ୍ଚ ସ୍ଥାନରୁ ପଡ଼ି ପ୍ରାଣ ହରାଇବା ପରେ ଉକ୍ତ ଯୁବକଙ୍କଠାରୁ ଫୁସଫୁସ ଅଣାଯାଇଥିଲା। ପରେ ରାତିରେ ଅପରେସନ ପାଇଁ ସମସ୍ତ ପ୍ରକ୍ରିୟା ଚୂଡ଼ାନ୍ତ କରାଯାଇଥିଲା। ଏବେ ସୁଦ୍ଧା ଅମ୍ରିତଙ୍କ ଚିକିତ୍ସାରେ ୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ସରିଥିବାବେଳେ ଆହୁରି ୭୦ରୁ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଭଉଣୀ କହିଥିଲେ।

COVID19 Bhubaneswar Amrit Pradhan
Advertisment
Advertisment