Advertisment

ବୁର୍ଲା ଭିମସାରରେ କରୋନା ସଂକ୍ରମଣ ହେଲା କେମିତି, କାରଣ ଖୋଜା ଆରମ୍ଭ

ରାଜ୍ୟରେ କରୋନା ଗ୍ରାଫ୍ ଏବେ ତଳ ଉପର ହେଉଛି। ରାଜ୍ୟରେ ଆଉ ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
VIMSAR Corona Infection

VIMSAR Corona Infection

ସମ୍ବଲପୁର: ବୁର୍ଲା ଭିମସାରରେ କରୋନା ସଂକ୍ରମଣର କାରଣ ଜାଣିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା। ଏହା କୌଣସି ନୂଆ ଭାରିଆଣ୍ଟ କି ନୁହେଁ, ତାହା ଜାଣିବା ପାଇଂ ୨୧ ସଂକ୍ରମିତଙ୍କ ସ୍ୱାବ୍‌ର ଜିନୋମ୍ ସିକ୍ୟୁଏନ୍ସ କରାଯିବ। ଏଥିପାଇଁ ସାମ୍ପୁଲକୁ ଭୁବନେଶ୍ୱରରେ ଥିବା ଇନ୍‌ଷ୍ଟିଚ୍ୟୁଟ୍ ଅପ୍ ଲାଇଫ୍ ସାଇନ୍ସକୁ ପଠାଯିବ। କୋଭିଡ ଟିକାର ୨ଟି ଡୋଜ୍ ନେବା ସତ୍ତ୍ୱେ ପୁଣି କାହିଁକି ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଆକ୍ରାନ୍ତ ହେଲେ, ତାହା ଜାଣିବାକୁ ଭିମସାର୍ ପକ୍ଷରୁ ୨୧ ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇଥିବା ଭିମସାର୍ ସୁପରିଟେଣ୍ଡେଣ୍ଟ ପ୍ରଫେସର ଲାଲମୋହନ ନାୟକ କହିଛନ୍ତି।

Advertisment

ଆଗରୁ ୫୬ ଜଣ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଥିବା ବେଳେ କାଲି ଆଉ ଜଣେ ଚତୁର୍ଥ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ଏକ ହଷ୍ଟେଲରେ ରହୁଥିଲେ ଏବଂ ସେ ଲକ୍ଷଣ ବିହୀନ ଅଛନ୍ତି। ଭିମସାର ଛାତ୍ରଛାତ୍ରୀ ପଜିଟିଭ ବାହାରିବା ପରେ ଏହାର କେତେକ ହଷ୍ଟେଲକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ବେଳେ ଆଉ କିଛି ହଷ୍ଟେଲ ଓ ଷ୍ଟାଫ୍ କ୍ୱାଟର୍ସକୁ ବଫର୍ ଜୋନ ଘୋଷଣା କରାଯାଇଛି।

ରାଜ୍ୟରେ କରୋନା ଗ୍ରାଫ୍ ଏବେ ତଳ ଉପର ହେଉଛି। ରାଜ୍ୟରେ ଆଉ ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି। କ୍ୱାରେଣ୍ଟିନରୁ ୧୫୪, ଲୋକାଲ୍ କେସ୍ ୧୧୦ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୪୧ ଜଣ ଆକ୍ରାନ୍ତ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ୪୮ ହଜାର ୪୯୨କୁ ବୃଦ୍ଧି ହୋଇଛି।

Advertisment

ସେହିପରି ରାଜ୍ୟରେ ଦିନକରେ ଆଉ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ବଲାଙ୍ଗିର, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮,୪୦୬କୁ ବୃଦ୍ଧି ହୋଇଛି। 

କିଛି ଦିନ ପୂର୍ବରୁ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ଭ୍ୟାରିଏଣ୍ଟ ‘B.1.1.529 ବା ଓମିକ୍ରନ୍‌’ କରୋନାର ଅନ୍ୟ ଭ୍ୟାରିଏଣ୍ଟଠାରୁ ଅଧିକ ମାରାତ୍ମକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ପକ୍ଷରୁ କୁହାଯାଇଛି। ପୂର୍ବର ଆସିଥିବା ଡେଲ୍‌ଟା, ଡେଲ୍‌ଟା ପ୍ଲସ, ଆଲ୍‌ଫା, ବିଟା ଓ ଗାମା ଭ୍ୟାରିଏଣ୍ଟ ଠାରୁ ଏହା ଅଧିକ ଚିନ୍ତାଜନକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି। ଅନେକ ଥର ମ୍ୟୁଟେସନ୍‌ ପରେ ଓମିକ୍ରନ ଭ୍ୟାରିଏଣ୍ଟ ସୃଷ୍ଟି ହୋଇଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି।

Sambalpur VIMSAR Corona Update
Advertisment
Advertisment