/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637982439.jpg)
students infected in covid19
କରଞ୍ଜିଆ: ଗତ କିଛିଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ କମୁଥିବା ବେଳେ ଏବେ ପୁଣିଥରେ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି। କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ଏବେ ଚିନ୍ତାର କାରଣ ପାଲଟିଛି। ସୁନ୍ଦରଗଡ଼ ପରେ ମୟୂରଭଞ୍ଜରେ ଏକ ସ୍କୁଲ୍ରୁ କିଛି ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମୟୂରଭଞ୍ଜ ଏହି ସ୍କୁଲ୍ର ୨୬ ଜଣ ଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି।
ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଚମକପୁର ଆବାସିକ ବାଳିକା ବିଦ୍ୟାଳୟର ୨୬ ଜଣ ଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଦୁଇ ଦିନ ପୂର୍ବେ କିଛି ଛାତ୍ରୀ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କର ସ୍ୱାବ୍ ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଉ ୧୫ ଛାତ୍ରୀଙ୍କ ସ୍ୱାବ୍ ନମୁନା ଟେଷ୍ଟ୍ ପାଇଁ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।
ଏହି ଆବାସିକ ସ୍କୁଲ୍ରେ ୨୫୯ ଜଣ ଛାତ୍ରୀ ରହି ପାଠ ପଢୁଥିବା ବେଳେ ୨୦ ଜଣ କର୍ମଚାରୀ ମଧ୍ୟ ଅଛନ୍ତି। ଏକାସଙ୍ଗେ ୨୬ ଜଣ ଛାତ୍ରୀ କରୋନାରେ ଆକ୍ରାନ୍ତ ହେବା ପରେ ସମସ୍ତ ଆକ୍ରାନ୍ତଙ୍କୁ ସ୍କୁଲ୍ ପରିସରରେ ସଙ୍ଗରୋଧରେ ରଖାଯାଇଛି। ଆଜି କରଞ୍ଜିଆ ଉପଜିଲ୍ଲାପାଳ, ଠଡାକୁରମୁଣ୍ଡା ବିଡିଓ, ତହସିଲଦାର ଏବଂ ଡାକ୍ତରୀ ଟିମ୍ ସ୍କୁଲ୍ ଯାଇ ସ୍ଥିତି ସମ୍ପର୍କରେ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି।
ସୂଚନାଥାଉ କି, କିଛିଦିନ ପୂର୍ବେ ସୁନ୍ଦରଗଡ଼ ସହରର ଏକ ସରକାରୀ ଅନୁଦାନପ୍ରାପ୍ତ ବାଳିକା ହାଇସ୍କୁଲର ୫୩ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସ୍କୁଲର ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ୫୩ ଛାତ୍ରୀ କରୋନା ସଂକ୍ରମିତ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)