• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

rabina
କରୋନା ପାଇଁ ଟ୍ରେନ୍‌ ସିଟ୍‌ ସଫା କଲେ ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ୍

ମୁମ୍ବାଇ: ବର୍ତ୍ତମାନ ସାର ବିଶ୍ୱରେ କରୋନା ସ୍ଥିତି ଗମ୍ଭୀର ରୂପ ନେଲାଣି। ଚାରିଆଡ଼େ ସରକାରୀ ଗାଇଡ୍‌ ଲାଇନ୍‌ ଜାରି ହେଉଛି। ଗାଡ଼ି ମଟର୍‌ ବନ୍ଦ। ବ୍ୟବସାୟ ବି ଠପ୍‌। ସରକାର କହୁଛନ୍ତି  ଅତି ଆବଶ୍ୟକ ହେଲେ ଘରୁ ବାହାରନ୍ତୁ। ଏଭଳି ସ୍ଥିତିରେ ଯିଏ ବି ଘରୁ ବାହାରୁଛନ୍ତି ସାବଧାନତାର ସହ ବାହାରୁଛନ୍ତି। କିଛି ଏଭଳି ସାବଧାନତା ଆପଣାଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ୍। ଟ୍ରେନ୍‌ରେ ବସିବା ପୂର୍ବରୁ ସେ ପ୍ରଥମେ ସିଟ୍‌କୁ ପୋଛି ପରିସ୍କାର କରୁଛନ୍ତି। ଆଉ […]

  • Monday, 26 July 2021
corona
କରୋନା ଆକ୍ରାନ୍ତ ମହିଳାଙ୍କ ଚିକିତ୍ସା ଖର୍ଚ୍ଚ ୨୬ ଲକ୍ଷ!

ବୋଷ୍ଟନ: ଜଣେ କରୋନା ଭାଇରସ ଆକ୍ରାନ୍ତ ମହିଳାଙ୍କ ଚିକିତ୍ସା ଖର୍ଚ୍ଚ ୨୬ ଲକ୍ଷ ୪୧ ହଜାର। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେବି କଥାଟା ସତ। ଆମେରିକା ବୋଷ୍ଟନ ଅଞ୍ଚଳର ଜଣେ  କରୋନା ଆକ୍ରାନ୍ତ ମହିଳାଙ୍କ ଚିକିତ୍ସା ପରେ ଏତିକି ଟଙ୍କାର ବିଲ୍ ଆସିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଆମେରିକାରେ କରୋନା ଚିକିତ୍ସା ମାଗଣାରେ କରାଯିବ ବୋଲି ଘୋଷଣା କରାଯାଇଥିବାବେଳେ ଏତେ ଟଙ୍କାର ବିଲ୍‌ ଦେଖି ଏବେ ମହିଳାଙ୍କ ଆଖିରୁ ନିଦ ହଜିଯାଇଛି। ଡାନି ଇସ୍କିନି ନାମକ ଏଇ ମହିଳା […]

  • Monday, 26 July 2021
covid19 treatment
ପଦାରେ ପଡ଼ିଲା ଚୀନର ମିଛ: ୧୯ ବର୍ଷ ପୂର୍ବରୁ ଏଠାରେ ବ୍ୟାପିଥିଲା କରୋନା

ହଠାତ୍‌ ସାରା ବିଶ୍ୱରେ ବ୍ୟାପିଥିବା କରୋନା ଭାଇରସ୍‌ ଆସିଲା କେଉଁଠି ? ଚୀନର ଲ୍ୟାବ୍‌ରେ କରୋନା ଭାଇରସ କୋଭିଡ-୧୯ ବିକଶିତ ହୋଇଥିବା ଅନେକ ରିପୋର୍ଟରେ ଖୁଲାସା ହୋଇଥିବା ବେଳେ ଚୀନ ଏହାକୁ ଖଣ୍ଡନ କରି ଆସୁଛି।

corona test
ରାଜ୍ୟରେ କମୁଛି କରୋନା ସଂକ୍ରମଣ; ଦିନକରେ ବାହାରିଲେ ୧,୬୩୭ ପଜିଟିଭ୍‌

ଗତ କିଛି ଦିନ ଧରି ରାଜ୍ୟରେ ପାଖାପାଖି ୨ ହଜାର କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏବେ ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧,୬୩୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

corona
ଦେଶରେ ୨୪ ଘଣ୍ଟାରେ ୫୩୫ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

କେବଳ ଏତିକି ନୁହେଁ ବରଂଏ ପର୍ଯ୍ୟନ୍ତ ୪୩ କୋଟି ୩୧ ଲକ୍ଷ ୫୦ ହଜାର ୮୬୪ ଡୋଜ୍ ଟିକାକରଣ ହୋଇଥିବା ନେଇ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୪୩,୩୧,୫୦,୮୬୪ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

coronavirus
୨୪ ଘଣ୍ଟାରେ ରାଜ୍ୟରୁ ୧୮୩୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ: ସେପଟେ, ପୁଣି ୬୭ ଜଣଙ୍କ ଜୀବନ ନେଲା ମହାମାରୀ

ଏହାସହ ରାଜ୍ୟରେ ଆଉ ୬୭ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ହଜାର ୫୧୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

Sero Survey
ଓଡିଶାର କେଉଁ ଜିଲ୍ଲାରେ ସୃଷ୍ଟି ହୋଇଛି ସର୍ବାଧିକ ଆଣ୍ଟିବଡି ?

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଜାତୀୟ ହାର ତୁଳନାରେ ଆମ ରାଜ୍ୟରେ ସର୍ଭେ ରିପୋର୍ଟ ଭଲ ଅଛି। ବୟସ୍କ ଲୋକଙ୍କ ଶରୀରରେ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇଛି। ଏବେ ରାଜ୍ୟର ସଂକ୍ରମଣ ହାର ୨ ଦଶମିକ ୪ ଥିଲେ ମଧ୍ୟ ଆମେ ବେଶି ଖୁସି ହେବା ଉଚିତ ନୁହେଁ। 

corona vaccine for children
ସେପ୍ଟେମ୍ବର ସୁଦ୍ଧା ଉପଲବ୍ଧ ହେବ ପିଲାଙ୍କ ପାଇଁ ଭାକ୍ସିନ-ଗୁଲେରିଆ

କରୋନା ମହାମାରୀ ପ୍ରଭାବ ଦେଶରେ ହ୍ରାସ ପାଇଥିଲେ ହେଁ ତୃତୀୟ ଲହର ଭୟ ମନରୁ ଯାଇନି। କରୋନାର ତୃତୀୟ ଲହରରେ ଛୋଟ ପିଲାମାନେ ବେଶି ପ୍ରଭାବିତ ହେବାର ଆଶଙ୍କା ରହିଛି। ହେଲେ ଏହା ଭିତରେ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ସୂଚନା ଆଶ୍ୱସ୍ତି ଦେଇଛି।

coronavirus
ଦିନକରେ ଓଡ଼ିଶାରେ ୧୮୬୪ କରୋନା ସଂକ୍ରମିତ ଚିହ୍ନଟ, କେବଳ ଖୋର୍ଦ୍ଧାରୁ ବାହାରିଲେ ୪୯୬

ଦିନକରେ ରାଜ୍ୟରେ ୧୮୬୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୪୯୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

CM Naveen Pattnaik
ଅଫିସରଙ୍କ ଉପରେ ଦାୟିତ୍ୱ ଛାଡିଲେ, ତାଗିଦ୍ କଲେ ମୁଖ୍ୟମନ୍ତ୍ରୀ

ପରିସ୍ଥିତି ନିୟନ୍ତ୍ରଣାଧୀନ, ତଥାପି ଆତ୍ମସନ୍ତୋଷ ନୁହେଁ। ଅଧିକ ସତର୍କ ହିଁ ଆମକୁ ସୁରକ୍ଷିତ ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସବୁ ଅଧିକାରୀ ଏହାକୁ ମୂଳ ଦାୟିତ୍ୱର ଅଂଶ ଭାବେ ଜ୍ଞାନ କରନ୍ତୁ।

corona
ଦେଶରେ ୩୫୦୦୦ରୁ ଅଧିକ ପଜିଟିଭ ଚିହ୍ନଟ,୪୮୩ ମୃତ

ମୋଟ୍‌ ଉପରେ ଦେଶରେ ୫୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୮୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତ ସଂଖ୍ୟା ୩ କୋଟି ୧୨ ଲକ୍ଷ ୯୩ ​​ହଜାର ୬୨ ରହିଛି । ଏହାସହ ୪ ଲକ୍ଷ ୧୯ ହଜାର ୪୭୦ ରୋଗୀ କରୋନାରେ ଏ ପର୍ଯ୍ୟନ୍ତ ପ୍ରାଣ ହରାଇଛନ୍ତି।

covid test
ରାଜ୍ୟରେ ୧,୯୧୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ୬୯ ଆକ୍ରାନ୍ତଙ୍କ ମୃତ୍ୟୁ

ରାଜ୍ୟରେ ପୁଣି ୨ ହଜାର ପାଖାପାଖି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୧,୯୧୭ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧,୧୦୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍- ୮୦୮ ରହିଛି।

corona death
କରୋନାର କରୁଣ କାହାଣୀ : ସ୍ତ୍ରୀ ଚାଲିଗଲା ପରେ ଦିନ ମଜୁରିଆ ବାପା ଉପରେ ଦୁଇ ଛୁଆଙ୍କ ଦାୟିତ୍ୱ

ଦିନ ମଜୁରିଆ ଭାବେ କାମ କରନ୍ତି ଅକ୍ଷୟ । ଯେତିକି ରୋଜଗାର ହୁଏ, ସେଥିରେ ପରିବାର ଚଳିଯାଏ । କୋଭିଡରେ ପଡି ସ୍ତ୍ରୀ ଶଶୀକଳା ଆର ପାରିକୁ ଚାଲିଲେ ପରେ ଏବେ ୨ ଟି ଛୋଟ ଛୁଆଙ୍କ ଦାୟିତ୍ୱ ଅକ୍ଷୟଙ୍କ ଉପରେ

corona sample test
‘କରୋନାର ଦ୍ୱିତୀୟ ଲହରରେ ରାଜ୍ୟରେ ସଂକ୍ରମିତଙ୍କ ମଧ୍ୟରୁ ୯୩% ଡେଲ୍‌ଟା ଭାଇରସ୍ ଦ୍ୱାରା ସଂକ୍ରମିତ’

କରୋନାର ଦ୍ୱିତୀୟ ଳହରରେ ଓଡ଼ିଶାରେ ସଂକ୍ରମିତଙ୍କ ମଧ୍ୟରୁ ୯୩% ଡେଲ୍‌ଟା ଭାଇରସ୍ ଦ୍ୱାରା ସଂକ୍ରମିତ ା କୋଭିଡର ୨ୟ ଲହର ଓ ଡେଲ୍‌ଟା ଭାଇରସ ନେଇ ILS ନିର୍ଦ୍ଦେଶକ ଅଜୟ ପରିଡ଼ା ଏଭଳି ସୂଚନା ଦେଇଛନ୍ତି

corona-in-nation
ରାଜସ୍ଥାନରେ ହସ୍ପିଟାଲରୁ ୩୨୦ ଡୋଜ୍ କରୋନା ଟିକା ଚୋରି ! ରାଜ୍ୟରେ ଆଲୋଡ଼ନ..

ରାଜସ୍ଥାନରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏମିତିକି ସଂକ୍ରମଣ ଯେତିକି ବଢ଼ୁଛି ମୃତ୍ୟୁ ହାର ମଧ୍ୟ ସେହି ଅନୁପାରେ ବଢ଼ିଚାଲିଛି। ତେବେ ପୁରା ରାଜ୍ୟରେ ଏଭଳି ପରିସ୍ଥିତି ରହିଥିବା ବେଳେ ଜୟପୁରରୁ ଆସିଲା ଏକ ନୂଆ ଅଭିଯୋଗ। ଏଠାରେ କରୋନା ଟିକା ଚୋରି ହୋଇଥିବା ନେଇ ଏକ ସାଂଘାତିକ ଅଭିଯୋଗ ଆସିଛି। ଏହି ମାମଲା ସାମ୍ନାକୁ ଆସିବା ପରେ ଜୟପୁରର କାମବଟିଆ ଡାକ୍ତରଖାନା ଅଧୀକ୍ଷକ ହର୍ଷବର୍ଦ୍ଧନ ଶାସ୍ତ୍ରୀ ସ୍ଥାନୀୟ ପୋଲିସ ଷ୍ଟେସନରେ ଏଫଆଇଆର ରୁଜୁ କରିଛନ୍ତି। […]

  • Thursday, 22 July 2021
naba-das.
ଆବଶ୍ୟକ ପଡ଼ିଲେ ଓଡ଼ିଶାରେ ଦିନ ବେଳେ କର୍ଫ୍ୟୁ ଲାଗୁ ହୋଇପାରେ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଦିନ ବେଳେ କର୍ଫ୍ୟୁ ନେଇ ବାଚସ୍ପତି କହିଥିବା କଥାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାଶ ଦୋହରାଇଛନ୍ତି। ବାଚସ୍ପତିଙ୍କ ପରି ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ସମାନ ମତ ରଖିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଆବଶ୍ୟକ ପଡ଼ିଲେ ଦିନ ବେଳେ କର୍ଫ୍ୟୁ ଲାଗୁ ହୋଇପାରେ। ଶିକ୍ଷାନୁଷ୍ଠାନ, ରେଲ୍‌ୱେ ଷ୍ଟେସନ୍ ଓ ବିମାନବନ୍ଦରରୁ ପଜିଟିଭ୍ ବାହାରିଲାଣି। ଆବଶ୍ୟକ ପଡ଼ିଲେ ରାତ୍ରି କର୍ଫ୍ୟୁ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାଶ […]

  • Thursday, 22 July 2021
hr
ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱୀକାର କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଭାରତକୁ ମିଳିପାରେ କରୋନା ଭ୍ୟାକସିନ୍। ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ୍ ଟିକା ମାର୍ଚ୍ଚ ସୁଦ୍ଧା ବଜାରକୁ ଆସିପାରେ। ଏନେଇ ସୂଚନା ଦେଇଛନ୍ତି ସେରମ୍‌ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ସୁରେଶ ଯାଦବ। ଭାରତ ପାଖରେ ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା କୋଭିସିଲ୍ଡ୍ ଟୀକା ଉପଲବ୍ଧ ହେବ। କିନ୍ତୁ ସାଧାରଣ ବଜାରରେ ଲୋକଙ୍କୁ ଏହା ମାର୍ଚ୍ଚରେ ମିଳିପାରେ। ଡିସେମ୍ବର ସୁଦ୍ଧା ଭାରତକୁ ୬ରୁ ୭ କୋଟି ଡୋଜ୍ ମିଳିବ। […]

  • Thursday, 22 July 2021
Spraying disinfectants
ରାସ୍ତା ଘାଟରେ କେମିକାଲ ସିଞ୍ଚନ ଦ୍ୱାରା କରୋନା ଭୂତାଣୁ ଦୂର ହେବନାହିଁ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ରାସ୍ତା ଘାଟରେ ଜୀବାଣୁନାଶକାରୀ କେମିକାଲ ସିଞ୍ଚନ ଦ୍ୱାରା କରୋନା ଭୂତାଣୁକୁ ଦୂର କରାଯାଇ ପାରିବ ନାହିଁ। ବରଂ ଏହା ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) କହିଛି। କରୋନା ଭୂତାଣୁ ମାରିବାକୁ କରାଯାଉଥିବା ଷ୍ଟ୍ରିଟ ସାନିଟାଇଜେସନ ଏକ ନିଷ୍ଫଳ ପ୍ରୟାସ। କାରଣ ରାସ୍ତା କିମ୍ବା ମାର୍କେଟ ପ୍ଲେସରେ ରସାୟନ ଦ୍ରବଣ ପଡ଼ିବା ପରେ ଅଳିଆ, ଆବର୍ଜନା ସଂସ୍ପର୍ଶରେ ଆସି ଏହି ରସାୟନ ନିଷ୍କ୍ରିୟ ହୋଇଯାଇଥାଏ। ଏହି ଜୀବାଣୁନାଶକାରୀ ସିଞ୍ଚନ […]

  • Thursday, 22 July 2021
jail
ଲକଡାଉନ୍ କଟକଣା ଭାଙ୍ଗିଲେ ବର୍ଷେ ଯାଏ ଜେଲ୍

ନୂଆଦିଲ୍ଲୀ: ଲକଡାଉନ୍ କଟକଣା ଭାଙ୍ଗିଲେ ବର୍ଷେ ଯାଏ ଜେଲ୍ ଦଣ୍ଡ। କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ମେ ୩୧ ଯାଏ ଲକଡାଉନ୍ ଅବଧିକୁ ବୃଦ୍ଧି କରାଯିବା ପରେ କେଉଁ କେଉଁ ନିୟମ ପାଳନ ହେବ ସେ ସମ୍ପର୍କରେ ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ୍ସ ଜାରି ହୋଇଛି। ଗାଇଡଲାଇନ୍ସ  ଅନୁସାରେ, ଲକଡାଉନ୍ ନିୟମ ଭାଙ୍ଗିଲେ ଉଲ୍ଲଂଘନକାରୀଙ୍କୁ ବର୍ଷେ ପର୍ଯ୍ୟନ୍ତ ଜେଲ୍ ହେବ। ଏହାସହ ସରକାରୀ କର୍ମଚାରୀ କିମ୍ବା ସ୍ଥିରୀକୃତ ବ୍ୟକ୍ତିଙ୍କୁ ବାଧା ଦେବା ମଧ୍ୟ […]

  • Thursday, 22 July 2021
odisha
ରାସନ ମାଗିବାରୁ ମହିଳାଙ୍କୁ ପିଟିଲେ ସରପଞ୍ଚ

ବ୍ରହ୍ମପୁର: କରୋନା ଭଳି ବିପତ୍ତି ସମୟରେ ରାସନ ମାଗିବାରୁ ଜଣେ ବିଧବା ମହିଳାଙ୍କୁ ସରପଞ୍ଚ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ସରପଞ୍ଚ ସମ୍ପୃକ୍ତ ମହିଳା ଓ ତାଙ୍କ ବାପାଙ୍କୁ ଗୋଟିଏ ଘରେ ୨ଘଣ୍ଟା ତାଲା ପକାଇ ରଖିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଗିରିସୋଲା ପଞ୍ଚାୟତରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି। ସମ୍ପୃକ୍ତ ମହିଳାଙ୍କ ନାଁ ଟି.ଦିଲେଶ୍ୱରୀ ସେଠୀ। ୫ ମାସ ତଳେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ […]

  • Thursday, 22 July 2021
pm modi
ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ PMO ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। କରୋନା ମୁକାବିଲା ନେଇ ବାର୍ତ୍ତା ଓ ମେ’ ୧୭ରେ ଲକ୍‌ଡାଉନ୍‌ ଅବଧି ସରୁଥିବାରୁ ଏସମ୍ପର୍କରେ ପ୍ରଧାନମନ୍ତ୍ରୀ କିଛି କହି ପାରନ୍ତି ବୋଲି ଆଶା କରାଯାଉଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୪୬ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଥିବାବେଳେ ୨୨ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି। ତେବେ ୨,୨୯୩ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ […]

  • Thursday, 22 July 2021
bus
ଓଡ଼ିଶାରେ ଦୁଇ ଗୁଣା ହେବ ବସ୍‌ ଭଡ଼ା

ଭୁବନେଶ୍ୱର: ଗ୍ରୀନ୍ ଜୋନ୍‌ରେ ଚାଲିପାରେ ବସ୍। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଫଳରେ ଗ୍ରୀନ୍ ଜୋନ୍ ଜିଲ୍ଲାରେ ବସ୍ ଚାଲିବା ନେଇ ହୋଇଥିବା ନିଷ୍ପତ୍ତି ଖୁବ୍ ଶୀଘ୍ର ଲାଗୁ ହୋଇପାରେ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ଏହା କହିଛନ୍ତି। ତେବେ ବସ୍ ଚାଲିବା ନେଇ କିଛି ସର୍ତ୍ତ ଓ ସ୍ୱତନ୍ତ୍ର ନିୟମ ରହିଛି। ଗ୍ରୀନ୍ ଜୋନ୍‌ରେ ଚାଲିବାକୁ ଥିବା ବସ୍‌ର ଭଡ଼ା ଦ୍ୱିଗୁଣିତ ହେବ। […]

  • Thursday, 22 July 2021
pm modi
ଲକ୍‌ଡାଉନ୍‌: ରାଜ୍ୟ ସରକାରଙ୍କୁ ବ୍ଲୁ ପ୍ରିଣ୍ଟ୍‌ ମାଗିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ପରବର୍ତ୍ତୀ ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ଲୁ ପ୍ରିଣ୍ଟ ମାଗିଛନ୍ତି। ଲକ୍‌ଡାଉନ୍‌ ଉଠିବା ପରେ ଦେଖା ଦେବାକୁ ଥିବା ଚାଲେଞ୍ଜର ମୁକାବିଲା ଲାଗି ନିଜ ନିଜର ରଣନୀତି ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ। ଆସନ୍ତା ୧୫ ତାରିଖ ସୁଦ୍ଧା ଏହା ଦେବା ଲାଗି ଗତକାଲି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭି଼ଡିଓ କନଫରେନ୍ସିଂରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ମୋଦି ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀମାନଙ୍କ ସହ ପଞ୍ଚମ ଭର୍ଚୁଆଲ୍ […]

  • Thursday, 22 July 2021
odisha
କେଉଁଠି ଗାଡ଼ିରେ ଖୁନ୍ଦାଖୁନ୍ଦି ହୋଇ କ୍ୱାରେଣ୍ଟିନ୍‌ ସେଣ୍ଟର ଗଲେ ତ, ଆଉ କେଉଁଠି ଛାଡ଼ି ପଳାଇଲା ବସ୍‌

ଭୁବନେଶ୍ୱର: କେଉଁଠି ଗାଡ଼ିରେ ଲଦା ହୋଇ ଖୁନ୍ଦାଖୁନ୍ଦି ଅବସ୍ଥାରେ ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀ ଓଡ଼ିଆ କ୍ୱାରେଣ୍ଟିନ୍‌ ସେଣ୍ଟର ଯାଇଥିବାବେଳେ, ଆଉ କେଉଁଠି ପ୍ରଶାସନ ସହଯୋଗ ନ କରିବାରୁ ଦୀର୍ଘ ସମୟ ଧରି ପ୍ରବାସୀ ଓଡ଼ିଆଙ୍କୁ ଫସି ରହିବାକୁ ପଡ଼ିଥିଲା। ଏଭଳି କିଛି ଦୃଶ୍ୟ ବାଲେଶ୍ୱର ଓ କଟକରେ ଦେଖିବାକୁ ମିଳିଛି। ହାଇଦ୍ରାବାଦରୁ ଫେରିଥିବା ଶ୍ରମିକମାନେ ଟ୍ରକ୍‌ରେ ଲଦା ହୋଇ ଖୁନ୍ଦାଖୁନ୍ଦି ଅବସ୍ଥାରେ କ୍ୱାରେଣ୍ଟିନ୍‌ ସେଣ୍ଟର ଯାଇଥିବା ଦେଖିବାକୁ ମିଳିଛି। ବାଲେଶ୍ୱର ଜିଲ୍ଲା ରେମୁଣା ଗୋଲେଇ ଛକରୁ […]

  • Thursday, 22 July 2021
odisha
କ୍ୱାରେଣ୍ଟିନ୍‌ ସେଣ୍ଟରରେ ସ୍ୱାଦିଷ୍ଟ ଖାଦ୍ୟ: ଅନ୍ତେବାସୀ କହିଲେ- ୨୧ ଦିନ କ’ଣ, ୩୦ ଦିନ କହିଲେ ବି ରହିବୁ

ବ୍ରହ୍ମପୁର: କରୋନା ମୁକାବିଲା ଲାଗି ହୋଇଥିବା କ୍ୱାରେଣ୍ଟିନ୍‌ ସେଣ୍ଟରରେ ବିଭିନ୍ନ ଅବ୍ୟବସ୍ଥା ନେଇ ଖବର ଆସୁ ଥିବାବେଳେ ଗଞ୍ଜାମ ଜିଲ୍ଲାରୁ ଆସିଛି ଏକ ଭିନ୍ନ ଚିତ୍ର। ଜିଲ୍ଲାର ଏକ କ୍ୱାରେଣ୍ଟିନ ସେଣ୍ଟରରେ ସ୍ଥାନୀୟ ସରପଞ୍ଚ ଓ ପ୍ରଶାସନ ପକ୍ଷରୁ ଏପରି ବ୍ୟବସ୍ଥା କରାଯାଇଛି ଯେ, ଖୁସିରେ ରହୁଛନ୍ତି ଅନ୍ତେବାସୀ। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍‌ରେ ଥିବା ଏକ କ୍ୱାରେଣ୍ଟିନ ସେଣ୍ଟରରେ ରହୁଥିବା ଅନ୍ତେବାସୀଙ୍କୁ ଭାତ ସାଙ୍ଗକୁ ବହଳିଆ ଡାଲି, ଚିକେନ ତରକାରୀ ଦିଆଯାଇଛି। ଜିଲ୍ଲା ପ୍ରଶାସନର ଏଭଳି […]

  • Thursday, 22 July 2021