ମେଡିସିନ୍ରେ ଘୋଷଣା ହୋଇଛି ନୋବେଲ ପୁରସ୍କାର । ୨୦୨୪ର ଫିଜିଓଲୋଜି ଓ ମେଡିସିନ୍ରେ ନୋବେଲ ପୁରସ୍କାର ଭିକ୍ଟର ଆମ୍ବ୍ରୋସ୍ ଏବଂ ଗ୍ୟାରି ରୁଭ୍କୁନ୍ଙ୍କୁ ମିଳିଛି ।
କାଲିଠୁ ଆଉ ପିନ୍ଧି ପାରିବିନି ୟୁନିଫର୍ମ । ଶୁଣିଲେ ଦୁଃଖ ଲାଗୁଛି ।
ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ୧୪ଟି ଜିଲ୍ଲାରେ ଆସନ୍ତାକାଲି ସଂଧ୍ୟାରୁ ତା ପରଦିନ ସଂଧ୍ୟା ଯାଏଁ ବସ୍ ସେବା ବନ୍ଦ ପାଇଁ ଘରୋଇ ବସ୍ ମାଲିକ ସଂଘଗୁଡ଼ିକର ଚେତାବନୀ ।
ହରିୟାଣା ଏବଂ ଜାମ୍ମୁ-କାଶ୍ମୀର ଏକଜିଟ୍ ପୋଲ୍ ରେ କଂଗ୍ରେସ୍ କ୍ଷମତାକୁ ଫେରୁଥିବା ବହୁ ସଂସ୍ଥା ଆକଳନ କରିବା ପରେ ଓଡ଼ିଶା ରାଜନୀତିରେ ହଲଚଲ୍ ।
କମିଶନରେଟ ପୋଲିସ ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ଭସାଣି କେଁ । ପ୍ରଥମେ ଡିଜେ ପରେ ଏବେ ପାରମ୍ପରିକ ବାଜା ଉପରେ କଟକଣାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ବିଭିନ୍ନ ପୂଜା କମିଟି ।
ପତ୍ନୀ ବିୟୋଗକୁ ୪ ବର୍ଷ ହେଲାଣି କିନ୍ତୁ ଏବେ ବି ସେ ପାଖରେ ଅଛନ୍ତି । ପାଖରେ ବସିଛନ୍ତି, କଥା କହିଲେ ଶୁଣୁଛନ୍ତି ଆଉ ସମସ୍ତଙ୍କୁ ଦେଖୁଛନ୍ତି ମଧ୍ୟ ।
ବର୍ଷାରେ ଭୁଶୁଡ଼ିଲା ଭୁବନେଶ୍ୱର ରସୁଲଗଡ ଦୁର୍ଗା ପୂଜା ଲାଇଟ ଗେଟ । ୩୦ ଫୁଟ ଉଚ୍ଚର ଏହି ଗେଟ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି ।
ପୋଷ୍ଟ ଗ୍ରାଜୁଏଟ ଶିକ୍ଷକ ବା PGT ନିଯୁକ୍ତି ନେଇ ୩ଟି ବର୍ଗର ଲିଖିତ ପରୀକ୍ଷା ବାତିଲ୍ । ଆଜି ହେବାକୁ ଥିବା ପରୀକ୍ଷା ବାତିଲ୍ କରିଛି OPSC ।
ମୂର୍ତ୍ତି ଚୋରି ରାକେଟରେ ୩ ଭାଇ । ଭୁବନେଶ୍ୱର ବାଲିପାଟଣାରୁ ଜଗତସିଂହପୁରକୁ ଲମ୍ବିଛି ମୂର୍ତ୍ତି ଚୋରି ରାକେଟ୍ ।
ଧଳା ଭୂମୀରୁ ସବୁଜ ପାଲଟୁଛି ଆଣ୍ଟାର୍କଟିକା । ଏଭଳି ହେବା ପଛରେ ବିଶ୍ୱ ତାପମାନ ବୃଦ୍ଧି ସହ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରାଯାଇଛି ।
ଚାଲୁ ଚାଲୁ ହଠାତ୍ ନିଜକୁ ମାରିଦେଲେ ଗୁଳି । ଆଉ ଏହା ପୂର୍ବରୁ ନିଜ ସାଙ୍ଗକୁ ଭିଡିଓ କଲ୍ କରି କହିଲେ, ମୁଁ ଏ ଦୁନିଆରୁ ଯାଉଛି ।
ରାଜ୍ୟରେ ବିଜେପି ସରକାରକୁ ୪ ଜଣ ଚଲାଉଛନ୍ତି । କିଛି ଏଭଳି କହି ବିବାଦକୁ ଟାଣି ହୋଇ ଆସିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ।
ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଓଡ଼ିଶା ଗସ୍ତକୁ ନେଇ ଗଣମାଧ୍ୟମରେ କିଛି ରାଜନେତାଙ୍କ ଭୁଲ ମନ୍ତବ୍ୟର ଜବାବ ରଖିଛି ପୂର୍ବତନ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ।
ବାୟୁମଣ୍ଡଳରେ ଯଥେଷ୍ଟ ପରିମାଣର ଆର୍ଦ୍ରତା ରହୁଥିବାରୁ ମୌସୁମୀ ଅପସରିବାର ବାଟ ଫିଟିନାହିଁ ବୋଲି କହିଛି ବିଭାଗ । ଏବେବି ୭୦ରୁ ୯୦ ପ୍ରତିଶତ ରାଜ୍ୟରେ ଆଦ୍ରତା ଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି ।
କଳାହାଣ୍ଡି ଜିଲ୍ଲା ଜାରିଂ ନର୍ସରୀର ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାରେ ଡିଏଫଓଙ୍କୁ ଜେରା । ଭାବନୀପାଟଣା ଟାଉନ୍ ଥାନାରେ ଡିଏଫଓ ଦେବେନ୍ଦ୍ର ବେହେରାଙ୍କୁ ୪ ଘଣ୍ଟା ଜେରା କରିଛି ପୋଲିସ ।
ମନ୍ଦିର ଭିତରୁ ଥାଟ ପଟାଳି ବାନ୍ଧି ବାହାରୁଛନ୍ତି ସେବକ । ସମସ୍ତଙ୍କ ହାତରେ ବାଉଁଶ ବେତା ବା ଝୁଡି ।
ଦୁର୍ଗାପୂଜା ପାଇଁ ଶକ୍ତିପୀଠରେ ଚାଲିଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା । ଏଥିପାଇଁ ଚଳଚଂଚଳ କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ପୀଠ ଏବଂ ବାଲେଶ୍ୱର ରେମୁଣା ବ୍ଲକର ମାଆ ଅଷ୍ଟାଦଶ ଭୁଜାଙ୍କ ମନ୍ଦିର ।
ଲୁଣା ପାଣି ମାଡ଼ି ନଷ୍ଟ ହେଉଛି ଚାଷ ଜମି । ଚିଙ୍ଗୁଡି ଘେରିକୁ ଲୁଣା ପାଣି ନେଉଛନ୍ତି ଚିଙ୍ଗୁଡି ମାଫିଆ ।
ଆସନ୍ତା ୭ ତାରିଖ ସୁଦ୍ଧା ଯଦି ଦାବି ପୂରଣ ନହୁଏ ତେବେ ବସ୍ ଚଳାଚଳ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ।
ଆଜି ହରିୟାଣାରେ ବିଧାନସଭା ନିର୍ବାଚନ । ୯୦ ବିଧାନସଭା ଆସନ ପାଇଁ ଆଜି ଭୋଟ ଗ୍ରହଣ ହେଉଛି ।