• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଦିବାସୀଙ୍କ ପାଇଁ ଖୁସି ଖବର । ବହୁ ପ୍ରତୀକ୍ଷିତ ପେସା ଆଇନ ପାଇଁ ଏଣିକି ସେମାନଙ୍କୁ ପ୍ରତିବାଦ କରିବାକୁ ପଡିବନି । ଖୁବ୍‌ଶୀଘ୍ର ଏହାକୁ ଲାଗୁ କରିବେ ନୂଆ ସରକାର । ଜନଜାତୀୟ ଗୌରବ ଦିବସ ଅବସରରେ ଆଜି ଏଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି ଆଇନ ଲାଗୁ ପୂର୍ବରୁ ଆସନ୍ତା ୨୬ ତାରିଖ ଭିତରେ ପଲ୍ଲୀସଭା କରାଯାଇ ଲୋକଙ୍କ ମତାମତ ନିଆଯିବ । କିନ୍ତୁ ଦେଶର ୧୦ ଆଦିବାସୀ ଅଧ୍ୟୁଷିତ ରାଜ୍ୟରୁ ୮ ରାଜ୍ୟ ଏ ଆଇନ୍ ଲାଗୁ କରି ସାରିଥିବା ବେଳେ, ୨୭ ବର୍ଷ ଧରି କାହିଁକି ଆଦିବାସୀଙ୍କ ଅଧିକାରକୁ ଅଣଦେଖା କରିଆସିଥିଲେ ପୂର୍ବ ସରକାର ତାକୁ ନେଇ ଉଠିଛି ପ୍ରଶ୍ନ ।

ଆଦିବାସୀଙ୍କୁ ଭୋଟବ୍ୟାଙ୍କ କରିଥିଲା ବିଜେଡି .. ଅଧିକାର ଦେବ ବିଜେପି । ପଲ୍ଲୀସଭାକୁ ପଙ୍ଗୁ କରିଥିଲା ନବୀନ ସରକାର .. ପେସା ଆଇନ ଲାଗୁ କରି କ୍ଷମତା ଦେବେ ମୋହନ ସରକାର । ଜନଜାତୀୟ ଗୌରବ ଦିବସ ଅବସରରେ ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କହିଛନ୍ତି ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ପେଶା ଆଇନ୍ ।

ତେବେ ତା ପୂର୍ବରୁ ଲୋକଙ୍କ ମତାମତ ନିଆଯିବ । ପେସା ଆଇନ୍ ବାବଦରେ ସଚେତନ କରାଯିବ । ଏଥିପାଇଁ ରାଜ୍ୟର ୨୭ଟି ଜିଲ୍ଲାର ୨୩୪ ବ୍ଲକରେ ୭ ହଜାର ୬୬୭ଟି ପଲ୍ଲୀସଭା ବା ଗ୍ରାମସଭା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ପଞ୍ଚାୟତିରାଜ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏଇ ପଲ୍ଲୀସଭା ଚାଲିବ ।

ଆହୁରି ପଢନ୍ତୁ: ଆଚାର ଆଣିବାକୁ ଛାତ ଉପରକୁ ଯାଇଥିଲେ, କାମୁଡ଼ି ଦେଲା ସାପ

କେବଳ ସେତିକି ନୁହେଁ ଏହି ଅବସରରେ ଆଦିବାସୀଙ୍କ ପ୍ରତି ପୂର୍ବ ସରକାରର ଅବହେଳାର ଅଭିଯୋଗ ଆଣି ବି ନିଜ ଅଭିଭାଷଣରେ ଧୁମ୍ ବର୍ଷିଥିଲେ ମୁଖ୍ୟମନ୍ତ୍ରୀ । ଅନୁସୂଚିତ ଅଞ୍ଚଳର ବିକାଶ ଏବଂ ଜନଜାତିଙ୍କ ସଶକ୍ତିକରଣ ପାଇଁ ୧୯୯୬ ମସିହାରେ ପଞ୍ଚାୟତ ସଂପ୍ରସାରଣ ଅଧିନିୟମ ବା ପେସା ଆଇନ ଆଣିଥିଲେ କେନ୍ଦ୍ର ସରକାର । ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜନଜାତି ଅଞ୍ଚଳରେ ଗ୍ରାମସଭାକୁ ସର୍ବାଧିକ କ୍ଷମତାଶାଳୀ ଗ୍ରାମ୍ୟ ସଂଗଠନର ମାନ୍ୟତା ଦେବା ।

ଯଦ୍ୱାରା ବିକାଶ ପ୍ରକ୍ରିୟାରେ ଆଦିବାସୀଙ୍କ ଭାଗିଦାରୀ ବଢିବ । ଜମି ଅଧିଗ୍ରହଣ ଓ ହସ୍ତାନ୍ତର ସମୟରେ ଗ୍ରାମସଭାର ଅନୁମତି ଗୁରୁତ୍ୱପୂର୍ଣ୍ଣ ରହିବ । ବିଶେଷକରି ଜଙ୍ଗଲ ଆଉ ଜଙ୍ଗଲ ଜମି ଉପରେ ଆଦିବାସୀଙ୍କ ପ୍ରଥମ ଅଧିକାର ରହିବ । ଗ୍ରାମସଭା ନିଷ୍ପତ୍ତିରେ ହେବ ବିକାଶମୂଳକ କାର୍ଯ୍ୟକ୍ରମ । ୟା ଭିତରେ, ୧୦ଟି ଜନଜାତି ଅଧ୍ୟୁଷିତ ରାଜ୍ୟ ଏଇ ନିୟମ ଲାଗୁ କରି ସାରିଛନ୍ତି ।

କିନ୍ତୁ ଆଇନ ଆସିବାର ୨୭ ବର୍ଷ ଭିତରେ ଓଡ଼ିଶା ଓ ଝାଡ଼ଖଣ୍ଡରେ ଏହା ଲାଗୁ ହୋଇ ପାରିନି । ତେବେ ନୂଆ ସରକାର ଆସିବା ପରେ ରାଜ୍ୟରେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପେସା ଆଇନ ରୁଲ ଫ୍ରେମ ନେଇ ସମସ୍ତ ବିଭାଗ ନିକଟରୁ କମ୍ପ୍ଲାଏନ୍ସ ରିପୋର୍ଟ ବି ମାଗି ସାରିଛି ପଞ୍ଚାୟତିରାଜ ବିଭାଗ । କିନ୍ତୁ ପ୍ରଶ୍ନ ଉଠୁଛି ଦୀର୍ଘ ୨୪ ବର୍ଷ ଶାସନ ଭିତରେ କାହିଁକି ରୁଲ୍ ଫ୍ରେମ କରି ପାରିଲାନି ବିଜେଡି ସରକାର?

ପଲ୍ଲୀସଭାକୁ କାହିଁକି ବନ୍ଦ କରି ରଖିଥିଲେ ପୂର୍ବ ସରକାର ? ବିଶେଷ କରି ଏହି ଯୋଜନା ଲାଗୁ ହୋଇଥିଲେ ଖଣି ଅଞ୍ଚଳଗୁଡିକରେ କ୍ଷମତା ଗ୍ରାମସଭା ଓ ପଲ୍ଲୀସଭାକୁ ହାତକୁ ପଳାଇବାର ଭୟ ଘାରିଥିଲା କି ନବୀନ ସରକାରକୁ ? ଅନେକ ନିର୍ବାଚନରେ ପେଶା ଆଇନ ପ୍ରସଙ୍ଗ ପାଲଟିଛି । ବାରମ୍ବାର ଏହି ଆଇନ ଲାଗୁ ନେଇ ବିଭିନ୍ନ ଜନଜାତି ସଂପ୍ରଦାୟ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ବି ପୂର୍ବ ସରକାର ଏହାକୁ ଲାଗୁ କରାଇ ଦେଉନଥିଲେ । କିନ୍ତୁ ନୂଆ ସରକାର ପଲ୍ଲୀସଭା ଗୁଡିକରେ ଲୋକଙ୍କୁ ସଚେତନ କରି ମତାମତ ଗ୍ରହଣ କରିବା ପରେ ଏଦିଗରେ ଆଗକୁ ବଢ଼ି ଆସନ୍ତା ଶୀତ ଅଧିବେଶନରେ ପେସା ଆକ୍ଟ ଆଣି ପାରନ୍ତି ବୋଲି କୁହାଯାଉଛି ।

ଆହୁରି ପଢନ୍ତୁ: ରାଜଧାନୀରେ ମାଆ ଆଗରେ ପିଲାଙ୍କୁ ଚେଙ୍କ! ଅନୈତିକ ସମ୍ପର୍କକୁ ବିରୋଧ ପାଇଁ ସଜା

OTV is now on Whatsapp

Join and get latest news update delivered to you via whatsapp

Join Now