• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଏକବିଂଶ ଶତାବ୍ଦୀରେ ମଣିଷ ଏବେ ମଧ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ରହିଛି । ଖବର କାଗଜର ପୃଷ୍ଠା ଲେଉଟାଇଲେ ଅନେକ ଖବର ଆପଣଙ୍କ ନଜରରେ ପଡ଼ୁଥିବ । କିନ୍ତୁ ଆପଣ କେବେ ଭାବିଛନ୍ତି, ଅନ୍ଧବିଶ୍ୱାସ ମଣିଷକୁ କେତେ ଅନ୍ଧ କରିପାରେ ... କେଉଁ ପରିସ୍ଥିତିରେ ନେଇ ଛିଡ଼ା କରିପାରେ .. ମାନବ ବଳିଦାନର ଏକ ଭୟଙ୍କର ଖବର ବର୍ତ୍ତମାନ ସାମ୍ନାକୁ ଆସିଛି ।

ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜଣେ ମାଆ ନିଜ ଦେଢ଼ ବର୍ଷର ଶିଶୁକୁ ପିସ୍ ପିସ୍ କରି କାଟିପକାଇଛି । ଏହା ପଢ଼ିବାକୁ ଯେତେ ବର୍ବର ଲାଗୁଛି, ଘଟଣା ତା’ଠାରୁ ମଧ୍ୟ ଆହୁରି ଭୟଙ୍କର । କୁହାଯାଏ, ମାଆର ପଣତ ଶିଶୁ ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ । କିନ୍ତୁ ସେହି ପଣତ ଯେ ପ୍ରାଣ ମଧ୍ୟ ନେଇପାରେ ଏହା ବୋଧେ ବିଶ୍ୱାସ କରିବା କଷ୍ଟକର । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜଣେ ମାଆ ନିଜ ଛୁଆକୁ ଯେ କେବଳ ହତ୍ୟା କରିଛି ତାହା ନୁହେଁ, ପିସ୍ ପିସ୍ କରି କାଟିବା ସହ ତା’ର ଯକୃତ ମଧ୍ୟ ଖାଇବା ଭଳି ପିଶାଚ କାମ କରିଛି ।

ଅଧିକ ପଢ଼ନ୍ତୁ: କାହାର କ’ଣ କ୍ଷତି କଲେ କୁନି ପ୍ରବଚକ, କାହିଁକି ମିଳିଲା ହତ୍ୟା ଧମକ ?

ମାନବିକତାର ଧଜ୍ଜିଆ ଉଡ଼ାଇଥିବା ଏହି ଘଟଣାଟି ପଡ଼ୋଶୀ ଝାଡଖଣ୍ତରେ ଘଟିଛି । ଝାଡଖଣ୍ତ ପାଲାମୁରର ଜଣେ ମହିଳା ଏପରି ବର୍ବରକାଣ୍ତ ଭିଆଇଛନ୍ତି । ପରେ ପୋଲିସ ତାଙ୍କୁ ଗିରଫ କରିଛି । ପାଲାମୁ ଜିଲ୍ଲାର ବାସିନ୍ଦା ଗୀତା ଦେବୀ ନିଜ ଦେଢ଼ ବର୍ଷର ଝିଅକୁ ବଳି ଦେଇଛନ୍ତି । ଏହା ପରେ ଅତି ନୃଶଂସ ଭାବେ ଶରୀରକୁ ଖଣ୍ଡ ଖଣ୍ଡ କରି ଶିଶୁର ଯକୃତ ଖାଇବା ପରେ ପୋଲିସ ତାଙ୍କୁ ଗିରଫ କରିନେଇଛି । ତେବେ ପୋଲିସ ହେପାଜତରେ ଥିବା ବେଳେ ମହିଳା ନିଜ ଅପରାଧ ସ୍ୱୀକାର କରିଛନ୍ତି ।

ଏହି ଘଟଣା ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଖବର ଅନୁଯାୟୀ, ପୋଲିସ ପଚରାଉଚରା ବେଳେ ଅଭିଯୁକ୍ତ ମହିଳା ଏହି ଅପରାଧ ସ୍ୱୀକାର କରିଛନ୍ତି । ମହିଳା ଜଣକ ପ୍ରଥମେ ନିକଟସ୍ଥ ବଜାରକୁ ଯାଇଥିଲେ ଯେଉଁଠାରୁ ସେ ‘ପୂଜା’ ପାଇଁ ଆବଶ୍ୟକ ଜିନିଷପତ୍ର କିଣିଥିଲେ । ସେହି ଦିନ ସନ୍ଧ୍ୟାରେ, ସେ ନିଜର ଦେଢ଼ ବର୍ଷର ଝିଅକୁ ନେଇ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ଉକ୍ତ ଜଙ୍ଗଲ ଘରଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିଲା ।

ପୋଲିସର ସୂଚନାନୁସାରେ, ମହିଳା ଜଣକ ନିଜର ଓ ନିଜ ଝିଅର ପୋଷାକ ସବୁ ଏକାଠି କରି ପୂଜା କରିଥିଲେ ଏବଂ ପରେ ଉଲଗ୍ନ ଅବସ୍ଥାରେ କିଛି ସମୟ ନାଚିଥିଲେ । ଏହା ପରେ ମହିଳା ଜଣକ ତାଙ୍କ ଛୋଟ ଝିଅର ଗଳାକୁ କାଟି ହତ୍ୟା କରିଥିଲେ । ପରେ ସେହି ସମାନ ଛୁରୀରେ ଝିଅର ଶରୀରକୁ ଖଣ୍ଡ ଖଣ୍ଡ କରି କାଟିଥିଲେ । ପରେ ଲିଭର୍‌ ଖାଇଥିଲେ ।

ଏହା ପରେ ମହିଳା ଜଣକ ଝିଅକୁ ପୋତି ଦେଇ ଉଲଗ୍ନ ଅବସ୍ଥାରେ ଘରକୁ ଫେରିଥିଲେ । ତାଙ୍କୁ ସେହି ଅବସ୍ଥାରେ ଦେଖି ତାଙ୍କ ଆଖପାଖର ଲୋକମାନେ ତାଙ୍କ ସମ୍ପର୍କୀୟଙ୍କୁ ଜଣାଇଥିଲେ । ପରେ ଯେତେବେଳେ ଶାଶୁ ତାଙ୍କୁ ତାଙ୍କ ଝିଅ ବିଷୟରେ ପଚାରିଲେ, ସେ ତାକୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ । ତେବେ ମହିଳାଙ୍କ ସ୍ୱାମୀ ନୂଆଦିଲ୍ଲୀରେ କାମ କରୁଥିବା ଜଣାପଡ଼ିଛି । ଅନ୍ୟପଟେ ପୋଲିସ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।

ଅଧିକ ପଢ଼ନ୍ତୁ: Viral Video: ଛୋଟ ଭାଇକୁ ମାରିବା ଦେଖି ସହିପାରିଲା ନାହିଁ କୁନି ଝିଅ; ମା ଉପରେ ଖାଇଲା ଗରମ, କହିଲା…

OTV is now on Whatsapp

Join and get latest news update delivered to you via whatsapp

Join Now