• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆସନ୍ତାକାଲିଠୁ କଟକର ଐତିହାସିକ ବାଲିଯାତ୍ରା । ମହାନଦୀ ବାଲିପଠାରେ ୨୨ ତାରିଖ ଯାଏ ଚାଲିବ । କାଲି ସନ୍ଧ୍ୟା ୫ଟାରେ ବାଲିଯାତ୍ରା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିରେ ସାମିଲ ହେବେ ୧୩ଟି ରାଷ୍ଟ୍ରର ରାଷ୍ଟ୍ରଦୂତ, ହାଇକମିଶନର । ଚଳିତ ବର୍ଷ କଟକ ଇନ୍ କଟକରେ ରହିବ ଓଡ଼ିଆ ଅସ୍ମିତା ଓ ସିନେମା । ୩ଟି ଶୋରେ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶିତ ହେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସ୍ୱତନ୍ତ୍ର ପାଭିଲିୟନରେ ଏକ ମିନି ଥିଏଟର ସ୍ଥାନ ପାଇଛି ।

ସେଠାରେ ବିଭିନ୍ନ ଦିନରେ ୮ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ପ୍ରତିଦିନ ୨ଟି ଲେଖାଏ ସୋରେ ପ୍ରଦର୍ଶିତ କରାଯିବ ଚଳଚ୍ଚିତ୍ର । ସେହିପରି ଓଡ଼ିଶାର ବିଭିନ୍ନ ପିଠା ସହ ଅନ୍ୟ ଦେଶର ପିଠା ଷ୍ଟଲ୍ ଲାଗିବ । ଭିଡ଼କୁ ଦୃଷ୍ଟିରେ ରଖି ତଳ ଓ ଉପର ପଡ଼ିଆରେ ୪ଟି ଗେଟ୍ କରାଯାଇଛି । ବୟୋଜ୍ୟେଷ୍ଠଙ୍କ ସୁବିଧା ପାଇଁ ଇ-ରିକ୍ସା ବ୍ୟବସ୍ଥା କରାଯାଇଛି ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ଏହା ମଧ୍ୟରେ ଏଥର ମେଳାରେ ଆକର୍ଷଣ ସାଜିବ ସିଂଗିଲ ଟାୱାର ଓ ସୁନାମି ଦୋଳି ।

ଅଧିକ ପଢନ୍ତୁ:ଫେବ୍ରୁଆରୀ ୨୧ରୁ ମାଟ୍ରିକ ପରୀକ୍ଷା; ଗଣିତ ପରୀକ୍ଷା ପାଇଁ ଦିଆଯିବ ଅଧିକ ୧୫ ମିନିଟ

ଏଥିପାଇଁ ରାଜ୍ୟ ବାହାରୁ ବିଭିନ୍ନ ଦୋଳି ବ୍ୟବସାୟୀ ମାନେ ଆସି ବାଲିଯାତ୍ରା ପଡ଼ିଆରେ ପହଞ୍ଚି ଦୋଳି ସଜା କାମ ମଧ୍ୟ ଆରମ୍ଭ କରିଦେଇଛନ୍ତି । କଟକର ଐତିହାସିକ ବାଲିଯାତ୍ରା ପାଇଁ ମହାନଦୀ କୂଳରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଦୋଳି ବନ୍ଧାଠାରୁ ଆରମ୍ଭ କରି ମଞ୍ଚ ସଜା ସବୁଠି ଚାଲିଛି କାମ । ଏଥର ମୁଖ୍ୟ ଆକର୍ଷଣ ରହିବ କଟକ ଇନ୍ କଟକ । ତଳ ବାଲିଯାତ୍ରା ପଡିଆରେ ହେବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନୀ । ଏଥିରେ ପ୍ରଦର୍ଶିତ ହେବ ୫ ଦଶନ୍ଧିର ଓଡ଼ିଆ ସିନେମାର କ୍ରମ ବିକାଶର ଚିତ୍ର । ଏଥିପାଇଁ ଏକ ଆମ୍ପିଥିଏଟରର ବ୍ୟବସ୍ଥା ହୋଇଛି ।

ଯେଉଁଥିରେ ୧୦୦ ଜଣ ଦର୍ଶକ ଏକାସଙ୍ଗେ ବସି ୩୦ରୁ ଅଧିକ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଦେଖିବାକୁ ସୁଯୋଗ ପାଇବେ । ଫିଲ୍ମ ପ୍ରେମୀଙ୍କୁ ଡାଏଲଗ କହିବା ପାଇଁ ସୁଯୋଗ ଦିଆଯିବ । କେବଳ ସେତିକି ନୁହେଁ, ଓଡ଼ିଆ ଗୀତର ଧୂନ ବାଜୁଥିବ ଏବଂ ଯେ କେହି ନିଜ ସ୍ୱରକୁ ଯୋଡ଼ି ଗୀତକୁ ଅନୁଭବ କରିପାରିବା ଭଳି ବ୍ୟବସ୍ଥା ହୋଇଛି । ଯାହାକୁ ନେଇ ବେଶ ଉତ୍ସାହିତ କଟକବାସୀ । ଏହା ହେଉଛି ଏସିଆ ମହାଦେଶର ସର୍ବବୃହତ ମୁକ୍ତାକାଶ ବାଣିଜ୍ୟିକ ମହାକୁମ୍ଭ ।

ଏଥର ମୁଖ୍ୟ ଆକର୍ଷଣ ସାଜିବ ସିଙ୍ଗିଲ ଟାୱାର ଓ ସୁନାମି ଦୋଳି। ଏଥିପାଇଁ ରାଜ୍ୟ ବାହାରୁ ବିଭିନ୍ନ ଦୋଳି ବ୍ୟବସାୟୀ ମାନେ ଆସି ବାଲିଯାତ୍ରା ପଡ଼ିଆରେ ଦୋଳି ଖଞ୍ଜା କାମ ଆରମ୍ଭ କରିଦେଇଛନ୍ତି । ଏଥର ବାଲିଯାତ୍ରା ତଳପଡ଼ିଆର ୭ଟି ସ୍ଥାନରେ ୩୦ରୁ ଉର୍ଦ୍ଧ୍ୱ ଦୋଳି ପଡିବ । ରାମ ଦୋଳି, ଟୟ ଟ୍ରେନ୍, ଡିସ୍କୋ ଓ ଟୋରାଟୋରା, ଡ୍ରାଗନ୍, ବ୍ରେକ ଡ୍ୟାନ୍ସ ଆଦି ଦୋଳିର ମଜା ନେବେ ଦର୍ଶକ । ଯାହାର ମୂଲ୍ୟ ୮୦ ଟଙ୍କାରୁ ୧୦୦ ଟଙ୍କା ମଧ୍ୟରେ ରହିବ । ତେବେ ଚଳିତବର୍ଷ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ସ୍ତରର କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ପ୍ରଥମଥର ପାଇଁ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବେ ୧୫ ଦେଶର ଅତିଥି ।

ସେପଟେ ଜଗତସିଂହପୁର ଜଟାଧାର ବେଳାଭୂମିରେ ବାଲିଯାତ୍ରା ମହୋତ୍ସବ ବନ୍ଦ । ମହୋତ୍ସବ ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହେବାରୁ ଜଟାଧାର ବେଳାଭୂମିରେ BNSSର ୧୬୩ ଧାରା ଲାଗୁ କରିଛି ପ୍ରଶାସନ । ଆସନ୍ତା ୧୫ ତାରିଖରୁ ୧୯ ତାରିଖ ଯାଏଁ ଜଟାଧାର ବେଳାଭୂମିରେ ୪ ଜଣରୁ ଅଧିକ ଲୋକ ଏକତ୍ରିତ ହେବା ଉପରେ ପ୍ରତିବନ୍ଧକ ଲାଗିଛି । ଜଗତସିଂହପୁର ଏରସମା ତହସିଲଦାର ଓ ଅଭୟଚାନ୍ଦପୁର ପୋଲିସ ରିପୋର୍ଟକୁ ଆଧାର କରି ୧୬୩ ଧାରା ଲଗାଇଛି ଜଗତସିଂହପୁର SDM ।

ଶିଳ୍ପ ସପକ୍ଷବାଦୀ ଏବଂ ଶିଳ୍ପ ସପକ୍ଷବାଦୀଙ୍କ ମଧ୍ୟରେ ଗଣ୍ଡଗୋଳ ଉପୁଜିବାର ଆଶଙ୍କା କରି ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି । JSW ପ୍ରକଳ୍ପକୁ ନେଇ ଢ଼ିଙ୍କିଆ ଚାରିଦେଶ ଅଞ୍ଚଳରେ ଶିଳ୍ପ ସପକ୍ଷବାଦୀ ଏବଂ ବିପକ୍ଷବାଦୀଙ୍କ ଭିତରେ ବିବାଦ ଲାଗି ରହିଥିବାରୁ ଏହାକୁ ନେଇ ଉତ୍ତେଜନା ଦୃଷ୍ଟିରୁ ଏଭଳି ପଦକ୍ଷେପ ନେଇଛି ପ୍ରଶାସନ । ସେପଟେ କଟକ ଐତିହାସିକ ବାଲିଯାତ୍ରାକୁ ଦିନ କେଇଟା ଥିବା ବେଳେ ଚଳଚଞ୍ଚଳ ହୋଇପଡିଛି ବାଲିଯାତ୍ରା ପଡିଆ ।

ଅଧିକ ପଢନ୍ତୁ: ପ୍ରତି ପଞ୍ଚାୟତରେ ହେବ ୧ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ; ମୋଟ୍ ୬,୭୯୪ଟି ହେବ ନିର୍ମାଣ

OTV is now on Whatsapp

Join and get latest news update delivered to you via whatsapp

Join Now