• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଜୁନ୍‌ ୩୦ ଯାଏଁ ସରକାରୀ କର୍ମଚାରୀଙ୍କୁ ଛୁଟି ମନା । ଏନେଇ ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି ମିଳିଛି । ସାଧାରଣ ପ୍ରଶାସନ ବିଭାଗ ଏସିଏସ୍‌ଙ୍କ ପକ୍ଷରୁ ଚିଠି ହେଲା । ନୂଆ ସରକାର ହେଉଥିବାରୁ ବିଭିନ୍ନ ସ୍ତରରେ କାର୍ଯ୍ୟକ୍ରମ ଚାଲିବ, ସେଥିପାଇଁ ୩୦ ପର୍ଯ୍ୟନ୍ତ କାହାରିକୁ ଛୁଟି ନଦେବାକୁ ନିର୍ଦ୍ଦେଶ ରହିଛି ।

ହେଡ୍‌କ୍ୱାର୍ଟର ନଛାଡ଼ିବାକୁ ମଧ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଗଲା । ଏମିତିକି ସରକାରୀ ଛୁଟି ଦିନରେ ବି ଅନୁପସ୍ଥିତ ନରହିବାକୁ କୁହାଗଲା । ଏପଟେ ବର୍ତ୍ତମାନ ପର୍ଯ୍ୟନ୍ତ ବି ଛିଣ୍ତିନି ମୁଖ୍ୟମନ୍ତ୍ରୀ ଅଙ୍କ । କିଏ ହେବ, ତାହାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସସ୍‌ପେନ୍ସ ଲାଗିରହିଛି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏନେଇ ବୈଠକ ଚାଲିଛି ।

କାଲି ଶପଥ ଗ୍ରହଣ ଥିବା ବେଳେ ସସପେନ୍ସ ବଢୁଛି । ଆଜି ନାଁ ଉପରେ ମୋହର ବାଜିପାରେ । ବିଧାୟକ ଦଳ ନେତା ଚୟନ ପାଇଁ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ । ବିଧାୟକ ଦଳ ବୈଠକରେ ମଧ୍ୟ ଯୋଗ ଦେଇଛନ୍ତି । ବିଜେପି ବିଧାୟକଙ୍କ ସହ ଆଲୋଚନା କରୁଛନ୍ତି ରାଜନାଥ ଓ ଭୂପେନ୍ଦ୍ର ଯାଦବ।

ଅଧିକ ପଢ଼ନ୍ତୁ: ଉତ୍ସାହିତ ନବନିର୍ବାଚିତ, ପ୍ରଥମ ଥର ବିଧାନସଭା ଯିବେ ରାଜ୍ୟର ୮୨ ବିଧାୟକ

ବିଚାରବିମର୍ଶ ପରେ ଘୋଷଣା ହୋଇପାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ। କାହା ନାଁରେ ବାଜିବ ମୋହର ? କିଏ ବିଜେପି ବିଧାୟକ ଦଳ ନେତା ମନୋନୀତ ହେବେ ? ରେସରେ ଥିବା ନେତାଙ୍କ ହୃତସ୍ପନ୍ଦନ ବି ବଢିଛି। ମୁଖ୍ୟମନ୍ତ୍ରୀ ରେସରେ ବିଧାୟକ ସୁରେଶ ପୂଜାରୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାଁ ଚର୍ଚ୍ଚାରେ ସବୁଠୁ ଆଗରେ ରହିଛି ।

ଏଥିସହ ଉପ-ମୁଖ୍ୟମନ୍ତ୍ରୀ ପାଇଁ ବିଧାୟକ ମୋହନ ଚରଣ ମାଝୀ ଓ ଜୟ ନାରାୟଣ ମିଶ୍ରଙ୍କ ନାଁକୁ ନେଇ କଳ୍ପନାଜଳ୍ପନା ଚାଲିଛି । ସେହିପରି ନୂଆ ମନ୍ତ୍ରିମଣ୍ଡଳରେ କେଉଁ ବିଧାୟକଙ୍କୁ ସୁଯୋଗ ମିଳିବ ସେନେଇ ବି ଚର୍ଚ୍ଚା ଜୋର ଧରିଛି । ସମୟ ଗଡ଼ିବା ସହ ବଢୁଛି ଉତ୍କଣ୍ଠା । ମନ୍ତ୍ରୀ ରେସରେ ହେଭିୱେଟ କେ.ଭି ସିଂଦେଓ, ଜୟ ନାରାୟଣ ମିଶ୍ର, ମୋହନ ମାଝୀ, ରବି ନାଏକ, ସୂରମା ପାଢୀ ଆଗରେ ରହିଛନ୍ତି ।

ଏହା ସହ ନୂଆ ମୁହଁ ଭାବେ ପୃଥ୍ୱୀରାଜ ହରିଚନ୍ଦନ, ସୂର୍ଯ୍ୟବଂଶୀ ସୂରଜ, ଲକ୍ଷ୍ମଣ ବାଗ, ସମ୍ପଦ ସ୍ୱାଇଁ, ଦୁର୍ଗା ପ୍ରସନ୍ନ ନାୟକ, ସନାତନ ବିଜୁଳି, ଅମର ନାୟକ, ବିଭୁତି ଜେନା, ସିଦ୍ଧାନ୍ତ ମହାପାତ୍ର, ମୁକେଶ ମହାଲିଙ୍ଗ, ଅଶ୍ୱିନୀ ଷଡଙ୍ଗୀ ଓ ଇରାଶିଷ ଆଚାର୍ଯ୍ୟଙ୍କୁ ବି ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିପାରେ । ଆସନ୍ତାକାଲି ଭୁବନେଶ୍ୱର ଜନତା ମୈଦାନରେ ନୂଆ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ ଶପଥ ନେବେ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଭିଭିଆଇପି ଉପସ୍ଥିତ ରହିବେ ।

ଅଧିକ ପଢ଼ନ୍ତୁ: ଭର୍ତ୍ତୃହରିଙ୍କ ରେକର୍ଡ; ଗୋଟିଏ ଆସନରୁ ଜିତିଲେ ୭ଥର...

OTV is now on Whatsapp

Join and get latest news update delivered to you via whatsapp

Join Now