• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଜଣାପଡ଼ିଲା କେନ୍ଦ୍ର କ୍ୟାବିନେଟର ରୂପରେଖ । ସାମ୍ନାକୁ ଆସୁଛି ଗୋଟେ ପରେ ଗୋଟେ ମନ୍ତ୍ରୀ ପଦ । ଏନେଇ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳୁଛି । ନୀତୀନ ଗଡ଼କରୀଙ୍କୁ ପୁଣି ସଡ଼କ ଓ ପରିବହନ ମନ୍ତ୍ରଣାଳୟ ମିଳିଥିବା ସୂଚନା । ସେହିପରି ହର୍ଷ ମଲହୋତ୍ରା, ଅଜୟ ଟମଟାଙ୍କୁ ସଡ଼କ ଓ ପରିବହନ ବିଭାଗର ରାଷ୍ଟ୍ରମନ୍ତ୍ରୀ କରାଯାଇଛି ।

ଅନ୍ୟପଟେ ରାଜନାଥ ସିଂହ ନିଜ ପାଖରେ ପ୍ରତିରକ୍ଷା ବିଭାଗ ରଖିଛନ୍ତି । ଅମିତ ଶାହ ପୂର୍ବ ପରି ଗୃହମନ୍ତ୍ରୀ ରହିଛନ୍ତି । ନିର୍ମଳା ସୀତାରମଣ ନିଜ ପାଖରେ ଅର୍ଥ ବିଭାଗ ରଖିଥିବା ବେଳେ ଏସ୍ ଜୟଶଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରୀ ରହିଛନ୍ତି । ସେହିପରି ମନୋହର ଲାଲ୍‌ଙ୍କୁ ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ ବିଭାଗ ମିଳିଛି ।

କାହାକୁ କେଉଁ ମନ୍ତ୍ରାଳୟ

ଅମିତ ଶାହ – ଗୃହ ମନ୍ତ୍ରାଳୟ

ନିର୍ମଳା ସୀତାରମଣ – ଅର୍ଥ ମନ୍ତ୍ରାଳୟ

ନୀତୀନ ଗଡ଼କରୀ – ସଡ଼କ ପରିବହନ ମନ୍ତ୍ରଣାଳୟ

ରାଜନାଥ ସିଂହ – ପ୍ରତିରକ୍ଷା

ଏସ୍ ଜୟଶଙ୍କର – ବୈଦେଶିକ ବ୍ୟାପାର

ମନୋହର ଲାଲ୍ – ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ

ଅଶ୍ୱିନୀ ବୈଷ୍ଣବ – ସୂଚନା ଓ ପ୍ରସାରଣ

ଶିବରାଜ ସିଂ ଚୌହାନ – କୃଷି ଓ ଗ୍ରାମ୍ୟ ଉନ୍ନୟନ

ଜିତନରାମ ମାଂଝି – କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ

କିରଣ ରିଜିଜୁ – ସଂସଦୀୟ ବ୍ୟାପାର

ପ୍ରହ୍ଲାଦ ଯୋଶୀ – ଖାଦ୍ୟ ଓ ଖାଉଟି କଲ୍ୟାଣ

ଜେ.ପି ନଡ୍ଡା – ସ୍ୱାସ୍ଥ୍ୟ

ଜ୍ୟୋତିରାଦିତ୍ୟ ସିନ୍ଦିଆ – ଟେଲିକମ୍‌

ଜୁଏଲ ଓରାମ – ଆଦିବାସୀ କଲ୍ୟାଣ

କେ. ରାମ ମୋହନ ନାଇଡୁ – ବେସାମରିକ ବିମାନ ଚଳାଚଳ

ଅନ୍ନପୂର୍ଣ୍ଣା ଦେବୀ – ମହିଳା ଓ ଶିଶୁ ବିକାଶ

ଗଜେନ୍ଦ୍ର ଶେଖାୱତ – ପର୍ଯ୍ୟଟନ ଓ ସଂସ୍କୃତି

ସର୍ବାନନ୍ଦ ସୋନୱାଲ – ବନ୍ଦର ଓ ଜାହାଜ ଚଳାଚଳ

ଅଶ୍ୱିନୀ ବୈଷ୍ଣବ – ସୂଚନା ଓ ପ୍ରସାରଣ

ଶିବରାଜ ସିଂ ଚୌହାନ – କୃଷି, ଗ୍ରାମ୍ୟ ଉନ୍ନୟନ

ଧର୍ମେନ୍ଦ୍ର ପ୍ରଧାନ – ଶିକ୍ଷା ମନ୍ତ୍ରାଳୟ

ଚିରାଗ ପାଶ୍ୱାନ – ଖାଦ୍ୟ ପ୍ରକ୍ରିୟାକରଣ

ଏଚ୍‌.ଡି କୁମାରସ୍ୱାମୀ – ଇସ୍ପାତ ଓ ଖଣି

ମନସୁଖ ମାଣ୍ତଭ୍ୟ – କ୍ରୀଡ଼ା

OTV is now on Whatsapp

Join and get latest news update delivered to you via whatsapp

Join Now