• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନବୀନଙ୍କ ପାଣ୍ଡିଆନ୍ ପ୍ରେମ ସରିନି । ଜାମିନରେ ଜେଲରୁ ବାହାରିବା ପରେ ଏଭଳି ଟାର୍ଗେଟ କରିଛନ୍ତି ଖୋର୍ଦ୍ଧା ବିଜେପି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଏଥିସହ ସେ କହିଛନ୍ତି, ଲୋକଙ୍କ ଭଲ ପାଇବା ମୋ ପ୍ରତି ରହିଛି । ଜୀବନର ଶେଷ ରକ୍ତ ବିନ୍ଦୁ ଯାଏଁ ଖୋର୍ଦ୍ଧା ଲୋକଙ୍କ ସେବା କରିବି ବୋଲି କହିଛନ୍ତି ଜଗଦେବ ।

୩ ଦିନିଆ ଜାମିନ ମିଳିବା ପରେ ଆଜି କଟକ ବଡ଼ ମେଡ଼ିକାଲରୁ ଡିସଚାର୍ଜ ହୋଇଥିଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଗତ ୨୯ ତାରିଖରେ ଖୋର୍ଦ୍ଧା ଜେଲରେ ଅସୁସ୍ଥ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲରେ ମେଡ଼ିସିନ ବିଭାଗରେ ଭର୍ତ୍ତି କରାଯାଇଥିଲା । ନିର୍ବାଚନ ସମୟରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କାଉଁରିପାଟଣା ବୁଥରେ ଗଣ୍ଡଗୋଳ ଅଭିଯୋଗରେ ଗତ ୨୫ ତାରିଖରେ ଖୋର୍ଦ୍ଧା ପୋଲିସ ତାଙ୍କୁ ଗିରଫ କରିଥିଲା ।

ଗତ ଶୁକ୍ରବାର ଦିନ କୋର୍ଟ ତାଙ୍କୁ ତିନି ଦିନିଆ ଜାମିନ ପ୍ରଦାନ କରିଥିଲେ । ଆଜିଠାରୁ ତାଙ୍କର ଜାମିନ ଆରମ୍ଭ ହେଉଥିବା ବେଳେ ସେ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି । ଡିସଚାର୍ଜ ପରେ ତାଙ୍କର ଶହ ଶହ ସମର୍ଥକ ତାଙ୍କୁ ସ୍ୱାଗତ କରିଛନ୍ତି । ତେବେ ପାଣ୍ଡିଆନ ପ୍ରସଙ୍ଗରେ ଜଗଦେବ ଦେଇଥିବା ମନ୍ତବ୍ୟ ଉପରେ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ମିଳିପାରିନି ।

ଗତକାଲି ପାଣ୍ତିଆନ୍‌ଙ୍କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହଁ ଖୋଲିଥିଲେ । ପରାଜୟ ସଂପର୍କରେ କମ୍, ପାଣ୍ଡିଆନ୍‌ଙ୍କ ପାଇଁ ବେଶି ବ୍ୟାଟିଂ କରିଥିଲେ ଦଳପତି ନବୀନ ପଟ୍ଟନାୟକ । ଶୋଚନୀୟ ପରାଜୟକୁ ନେଇ ଦଳର ଗୋଟିଏ ଗୋଷ୍ଠୀ ପାଣ୍ଡିଆନ୍‌ଙ୍କୁ ଦାୟୀ କରି ବର୍ଷୁଥିଲା ବେଳେ, ନବୀନଙ୍କ ମୁହଁରେ ପାଣ୍ଡିଆନ୍‌ଙ୍କ ପ୍ରଶଂସାର କାରଣ-ଚାପ ନା ଅସହାୟତା ତାକୁ ନେଇ ଉଠିଛି ପ୍ରଶ୍ନ ।

ବିଜେଡିର ଶୋଚନୀୟ ପରାଜୟ ପାଇଁ ପାଣ୍ଡିଆନ୍‌ଙ୍କୁ ନେଇ ଦଳରେ ଝଡ଼ । ଏପଟେ ଦଳପତି ନବୀନଙ୍କ ପାଣ୍ଡିଆନ୍ ଚାଳିଶା । ଦଳର ବିପର୍ଯୟ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲି ଆଜି ପାଣ୍ଡିଆନ୍‌ଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ସଭାପତି ନବୀନ ପଟ୍ଟନାୟକ । ପରାଜୟ ସମ୍ପର୍କରେ କମ୍, ପାଣ୍ଡିଆନ୍‌ଙ୍କ ଗୁଣଗାନରେ ଅଧିକ ଶବ୍ଦ ବିନିମୟ କରି ନବୀନ କହିଛନ୍ତି, ବିଜେଡିର ପରାଜୟ ପାଇଁ ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ ।

ସେ ଅଫିସର ଭାବେ ବହୁତ୍ ବଢ଼ିଆ କାମ କରି ଦଳରେ ମିଶିବା ପରେ ଦଳ ପାଇଁ ବି ବହୁତ ଭଲ କାମ କରିଛନ୍ତି । ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡ଼ା, ମନ୍ଦିର ରୂପାନ୍ତରୀକରଣ ଭଳି ସବୁ କ୍ଷେତ୍ରରେ ତାଙ୍କ ଅବଦାନ ରହିଛି । ସେପଟେ ତଥାଗତଙ୍କ ନାଲି ପିମ୍ପୁଡ଼ି ଉପାଖ୍ୟାନ । ୨୦୨୪ ଉଭୟ ଲୋକସଭା ଓ ରାଜ୍ୟସଭା ନିର୍ବାଚନରେ ବିଜେଡିର ଶୋଚନୀୟ ପ୍ରଦର୍ଶନ ନେଇ ତଥାଗତ ଶତପଥି କଟାକ୍ଷ କରିଛନ୍ତି ।

ତଥାଗତ କହିଛନ୍ତି BJD ରେ ଛୋଟ ଛୋଟ ନାଲି ପିମ୍ପୁଡ଼ି ଅଛନ୍ତି । ପାଣ୍ଡିଆନଙ୍କ ନାଁ ନେଇ ତଥାଗତ ଶତପଥୀ କହିଛନ୍ତି ଦଳରେ ନାଲି ପିମ୍ପୁଡ଼ି ଅଛନ୍ତି । ସେହି କ୍ଷୁଦ୍ର ମଣିଷ ନାଁରେ ଆଲୋଚନା କରିବାକୁ ସେ ଚାହୁଁନଥିବା କହିଛନ୍ତି ତଥାଗତ ଶତପଥି ।

OTV is now on Whatsapp

Join and get latest news update delivered to you via whatsapp

Join Now