ଧାନ ବିକ୍ରି ନାଁରେ ଦୁର୍ନୀତି ପାଇଁ ହୋଇଥିଲା କି ବଡ଼ ଷଡ଼ଯନ୍ତ୍ର? ନିଜ ଜିଲ୍ଲା କିମ୍ବା ପଡ଼ୋଶୀ ଜିଲ୍ଲାର ମିଲରଙ୍କ ବଦଳରେ ଦୂର ଜିଲ୍ଲାର ମିଲ୍ ମାଲିକଙ୍କୁ ଧାନ କିଣା ପାଇଁ ଚୁକ୍ତି କରି କୋଟି କୋଟି ଟଙ୍କାର ମହାଘୋଟାଲା ପାଇଁ କରାଯାଉଥିଲା କି ଫନ୍ଦି ?
ବିରଳ ଅଲିଭ ରିଡଲେ କଇଁଛଙ୍କ ଅନ୍ତୁଡିଶାଳ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ । ପ୍ରତିବର୍ଷ ଏଠାକୁ ଆସନ୍ତି ଲକ୍ଷାଧିକ କଇଁଛ ।
ପରିବା କିଣି ଗଲେ ମରିବା ଭଳି ଲାଗୁଛି । ହାଟରେ ଯେଉଁ ପରିବାକୁ ବି ଛୁଇଁଲେ ଦାମ୍ ୫୦, ୬୦ ନହେଲେ ୮୦ରୁ ୧୦୦ ଟଙ୍କା ।
ପ୍ରତିବର୍ଷ ବର୍ଷା ଯୋଗୁଁ ରାଜଧାନୀରେ ଡ୍ରେନେଜ୍ ସମସ୍ୟା ଉପୁଜୁଛି । ଏହାକୁ ଦୃଷ୍ଟିରେ ରଖି ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି ବିଏମସି ।
ରାଜଧାନୀରେ ମାତିଛନ୍ତି ମାଟି ମାଫିଆ । ମଳିପଡ଼ା ପଞ୍ଚାୟତର ଗୋଠପାଟଣା ଜଙ୍ଗଲ ଜମିରୁ ବେଆଇନ ଭାବେ ମାଟି ଉଠା ଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ।
ସାପ କାମୁଡାରେ ସାପ ଧରାଳିଙ୍କ ମୃତ୍ୟୁ । ସାମାନ୍ୟ ଅସାବଧାନତାରୁ ଅକାଳରେ ଚାଲିଗଲା ଜୀବନ ।
୨୬ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା ।
ଦେଶର ପ୍ରମୁଖ ତୀର୍ଥ ସ୍ଥଳୀକୁ ଓଡ଼ିଶାରୁ ଆରମ୍ଭ ହେବ ବସ୍ ସେବା । ଏନେଇ ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଜେନା ।
୧୦ ଦିନ ହେଲା ଡିପଥେରିଆର ନୂଆ ମାମଲା ଆଉ ସାମ୍ନାକୁ ଆସିନି । ସମସ୍ତଙ୍କୁ ଟିକାକରଣ କରାଯାଉଛି ।
ତେବେ ଖୋଦ୍ ରାଜଧାନୀ ଦିଲ୍ଲୀରେ ଏପରି ଘଟଣା ଘଟିଛି ଯେ, ଆପଣଙ୍କ ହୋଶ୍ ଉଡ଼ିଯିବ । ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମରେ ଜଣେ ବ୍ୟକ୍ତି ନିଜର ଯାଆଁଳା ଝିଅଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ହତ୍ୟା କରି ପୋତି ଦେଇଥିବା ଅଭିଯୋଗ ହୋଇଛି ।
ଭାରତରେ ଲଗାତାର ଭାବେ ବଢ଼ି ଚାଲିଛି ପରିବା ଦର । ନିର୍ବାଚନ ଶେଷ ହେବା ପରେ ଯେପରି ବଜାର ଦରରେ ରୋକ୍ ଲାଗୁନି । ଆଲୁ ମହଙ୍ଗା, ଡାଲି ମହଙ୍ଗା.. ଫଳ ମହଙ୍ଗା । ଖାଉଟି ବଜାରକୁ ବାଧୁଛି ପରିବା ଦର ।
ବାଲେଶ୍ୱରରେ ସୁଧୁରିଛି ସ୍ଥିତି, କୋହଳ ହେଉଛି କର୍ଫ୍ୟୁ । ହେଲେ ସ୍ୱାଭାବିକ ହୋଇନି ମୋବାଇଲ୍ ଇଣ୍ଟରନେଟ୍ ସେବା ।
ହଟିଲେ NTA ଡିଜି । ନିଟ୍ ବିବାଦ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ ।
ଭାରତର ୧୯୭ ରନ୍ ଟାର୍ଗେଟର ଜବାବରେ ବାଂଲାଦେଶ ୮ ୱିକେଟ୍ ହରାଇ ୧୪୬ ରନ କରିବାରେ ସକ୍ଷମ ହୋଇଥିଲା ।
ମୌସୁମୀ ସକ୍ରିୟ ହେବା ପରେ ରାଜ୍ୟରେ ଜାରି ରହିଛି ବର୍ଷା । ତିନି ଦିନ ପାଇଁ ଝଡ଼ ତୋଫାନ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।
ସ୍ନାନ ବେଦୀରେ ଦିବ୍ୟସ୍ନାନ ପରେ ଜ୍ୱରରେ ପୀଡ଼ିତ ମହାପ୍ରଭୁ । ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି ।
ରତ୍ନଭଣ୍ଡାର ଖୋଲିବା ନେଇ ଖୁବଶୀଘ୍ର ନିଆଯିବ ନିଷ୍ପତ୍ତି । ରତ୍ନଭଣ୍ଡାର ବାବଦରେ ଖୁବଶୀଘ୍ର ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
କୋଣାର୍କ ବାଲୁଖଣ୍ଡ ଅଭୟାରଣରେ ଛଡାଗଲା ୧୦ କୃଷ୍ଣସାର ମୃଗ । ନନ୍ଦନକାନନରୁ ଅଣାଯାଇଥିବା ୧୦ଟି ବିରଳ କୃଷ୍ଣସାର ମୃଗଙ୍କୁ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ଛଡ଼ାଯାଇଛି ।
ଗୋଷ୍ଠୀ ସଂଘର୍ଷକୁ ପ୍ରତିହତ ପାଇଁ ବାଲେଶ୍ୱର ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ସତ, କିନ୍ତୁ ଦୁର୍ବିସହ ହୋଇପଡ଼ିଛି ଜନ ଜୀବନ । ଆଜିକୁ ୩ ଦିନ ହୋଇଗଲା, କର୍ଫ୍ୟୁ କବଳରେ ସାରା ସହର ।
ଗତ କିଛିଦିନ ତଳେ ଆଇସକ୍ରିମରୁ ଆଙ୍ଗୁଠି ବାହାରିଥିବା ଖବର ତ ଆପଣମାନଙ୍କର ମନେ ଥିବ । ଆଇସକ୍ରିମଟି ଅନଲାଇନ ମଗାଯାଇଥିବା ବେଳେ ଖାଇବା ବେଳେ ସେଥିରୁ ଗୋଟେ ମଣିଷ ଆଙ୍ଗୁଠି ବାହାରିଥିଲା ।