• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମୋଦି କ୍ୟାବିନେଟର ୩ ଓଡ଼ିଆ ମନ୍ତ୍ରୀଙ୍କୁ ମିଳିଲା ବଡ଼ ବିଭାଗ । ରେଳ ସହ ସୂଚନା ପ୍ରସାରଣ ମନ୍ତ୍ରାଳୟ ପାଇଲେ ଅଶ୍ବିନୀ ବୈଷ୍ଣବ । ଶିକ୍ଷା ବିଭାଗ ବଜାୟ ରଖିଲେ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଆଦିବାସୀ କଲ୍ୟାଣ ବିଭାଗ ଫେରି ପାଇଲେ ଜୁଏଲ ଓରାମ । ସେପଟେ ନୀତୀନ ଗଡ଼କରୀଙ୍କୁ ପୁଣି ସଡ଼କ ଓ ପରିବହନ ମନ୍ତ୍ରଣାଳୟ ମିଳିଥିବା ସୂଚନା । ସେହିପରି ହର୍ଷ ମଲହୋତ୍ରା, ଅଜୟ ଟମଟାଙ୍କୁ ସଡ଼କ ଓ ପରିବହନ ବିଭାଗର ରାଷ୍ଟ୍ରମନ୍ତ୍ରୀ କରାଯାଇଛି ।

ଅନ୍ୟପଟେ ରାଜନାଥ ସିଂହ ନିଜ ପାଖରେ ପ୍ରତିରକ୍ଷା ବିଭାଗ ରଖିଛନ୍ତି । ଅମିତ ଶାହ ପୂର୍ବ ପରି ଗୃହମନ୍ତ୍ରୀ ରହିଛନ୍ତି । ନିର୍ମଳା ସୀତାରମଣ ନିଜ ପାଖରେ ଅର୍ଥ ବିଭାଗ ରଖିଥିବା ବେଳେ ଏସ୍ ଜୟଶଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରୀ ରହିଛନ୍ତି । ସେହିପରି ମନୋହର ଲାଲ୍‌ଙ୍କୁ ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ ବିଭାଗ ମିଳିଛି।

ଅଧିକ ପଢ଼ନ୍ତୁ: ଆସିଲା କେନ୍ଦ୍ର ମନ୍ତ୍ରୀ ମଣ୍ତଳ ତାଲିକା, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ..

ସେହିପରି ଶିବରାଜ ସିଂ ଚୌହାନଙ୍କୁ କୃଷି ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ମିଳିଥିବା ବେଳେ ଜିତନରାମ ମାଂଝିଙ୍କୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମିଳିଛି । କିରଣ ରିଜିଜୁଙ୍କୁ ସଂସଦୀୟ ବ୍ୟାପାର, ପ୍ରହ୍ଲାଦ ଯୋଶୀଙ୍କୁ ଖାଦ୍ୟ ଓ ଖାଉଟି କଲ୍ୟାଣ, ଜେ.ପି ନଡ୍ଡାଙ୍କୁ ସ୍ୱାସ୍ଥ୍ୟ ବିଭାଗ ମିଳିଛି । ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କୁ ଟେଲିକମ୍‌ ମିଳିଥିବା ବେଳେ କେ. ରାମ ମୋହନ ନାଇଡୁଙ୍କୁ ବେସାମରିକ ବିମାନ ଚଳାଚଳ ବିଭାଗ ମିଳିଛି ।

ସେହିପରି ଅନ୍ନପୂର୍ଣ୍ଣା ଦେବୀଙ୍କୁ ମହିଳା ଓ ଶିଶୁ ବିକାଶ, ଗଜେନ୍ଦ୍ର ଶେଖାୱତଙ୍କୁ ପର୍ଯ୍ୟଟନ ଓ ସଂସ୍କୃତି, ସର୍ବାନନ୍ଦ ସୋନୱାଲଙ୍କୁ ବନ୍ଦର ଓ ଜାହାଜ ଚଳାଚଳ, ଶିବରାଜ ସିଂ ଚୌହାନଙ୍କୁ କୃଷି, ଗ୍ରାମ୍ୟ ଉନ୍ନୟନ ବିଭାଗ ମିଳିଛି । ସେହିପରି ଚିରାଗ ପାଶ୍ୱାନଙ୍କୁ କ୍ରୀଡ଼ା, ଏଚ୍‌.ଡି କୁମାରସ୍ୱାମୀଙ୍କୁ ଇସ୍ପାତ ଓ ଖଣି ବିଭାଗ ମିଳିଛି । ହରଦୀପ ସିଂ ପୁରୀଙ୍କୁ ପେଟ୍ରୋଲିୟମ ବିଭାଗ ମିଳିଥିବା ବେଳେ ଗିରିରାଜ ସିଂହଙ୍କୁ ବୟନ ଶିଳ୍ପ ମିଳିଛି ।

ଅଧିକ ପଢ଼ନ୍ତୁ: ମୋଦି ସରକାରଙ୍କ ବଡ଼ ଘୋଷଣା; PM ଆବାସ ଯୋଜନାରେ ହେବ ଆଉ ୩ କୋଟି ଘର

OTV is now on Whatsapp

Join and get latest news update delivered to you via whatsapp

Join Now