Advertisment

ସାମ୍ନାକୁ ଆସୁନି ସତ, ବଢୁଛି ଚର୍ଚ୍ଚା; ଶ୍ରୀମନ୍ଦିରକୁ ଶ୍ରୀହୀନ ଉଦ୍ୟମ ପଛରେ ଅଦୃଶ୍ୟ ଶକ୍ତି କିଏ!

ସରକାର ବଦଳୁ ବଦଳୁ ଶ୍ରୀମନ୍ଦିରକୁ କିଏ ଶ୍ରୀହୀନ କରିବାକୁ ବସିଥିଲା? ବଡ଼ ଠାକୁରଙ୍କ ବଡ଼ ଦେଉଳକୁ ଆଲୋକଶୂନ୍ୟ କରିବାର ମନ୍ଦବୁଦ୍ଧି ପାଞ୍ଚିଥିଲା କିଏ? କାହା ନିର୍ଦ୍ଦେଶରେ ଖୋଲି ଦିଆଯାଉଥିଲା ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଏବଂ ମ୍ୟୁଜିୟମ୍ ଲାଇଟ୍ ?

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
undefined

Sri Mandir

ସରକାର ବଦଳୁ ବଦଳୁ ଶ୍ରୀମନ୍ଦିରକୁ କିଏ ଶ୍ରୀହୀନ କରିବାକୁ ବସିଥିଲା? ବଡ଼ ଠାକୁରଙ୍କ ବଡ଼ ଦେଉଳକୁ ଆଲୋକଶୂନ୍ୟ କରିବାର ମନ୍ଦବୁଦ୍ଧି ପାଞ୍ଚିଥିଲା କିଏ? କାହା ନିର୍ଦ୍ଦେଶରେ ଖୋଲି ଦିଆଯାଉଥିଲା ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଏବଂ ମ୍ୟୁଜିୟମ୍ ଲାଇଟ୍ ? ୩ଦିନ ହୋଇଗଲା, ହେଲେ ଏ ନେଇ ପତ୍ତା ପାଉନି ଶ୍ରୀମନ୍ଦିର ପ୍ରଶାସନ ।

Advertisment

ଯାହାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଏହା ପଛରେ ଷଡ଼ଯନ୍ତ୍ର ସହ ଦୁର୍ନୀତିର ଗନ୍ଧ ବାରି ହାଇକୋର୍ଟ ଯିବାକୁ ଅଣ୍ଟା ଭିଡ଼ିଛନ୍ତି ସେବାୟତ ଓ ସାମାଜିକ କର୍ମୀ । ବଡ଼ ଠାକୁରଙ୍କ ବଡ଼ଦେଉଳ ଝଟକିବ ବୋଲି ଯେଉଁ ଆଲୋକୀକରଣ ବ୍ୟବସ୍ଥା କରାଯାଇଥିଲା, ତାକୁ ଖୋଲି ପକାଇଥିଲା କିଏ ? ଘଟଣାକୁ ୩ ଦିନ ହେଲା, ନା ଜାଣିଛି ଶ୍ରୀମନ୍ଦିର ପ୍ରଶାସନ ନା ଜାଣିଛି ଓଡ଼ିଶା ସେତୁ ନିର୍ମାଣ ନିଗମ-OBCC ।

ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କୁ ପଚାରିବାରୁ ସିଧା ସିଧା କହୁଛନ୍ତି, ସେ କିଛି ବି ଜାଣିନାହାଁନ୍ତି । ଯଦି ଶ୍ରୀମନ୍ଦିର ପ୍ରଶାସନ କିମ୍ବା OBCC ଜାଣିନି, ତେବେ କିଏ ସେହି ଅଦୃଶ୍ୟ ଶକ୍ତି, ଯାହାର ନିର୍ଦ୍ଦେଶରେ ଶ୍ରୀମନ୍ଦିରକୁ ଶ୍ରୀହୀନ ପାଇଁ ଉଦ୍ୟମ ଚାଲିଥିଲା ? ଶ୍ରୀଜଗନ୍ନାଥ ବଲ୍ଲଭ ପରିସରସ୍ଥିତ ସଂଗ୍ରହାଳୟରୁ ସାମିଆନା ସହ ଲାଇଟ୍ ଖୋଲିବାକୁ ନିର୍ଦ୍ଦେଶ ଦେଲା କିଏ ?

Advertisment

ଅଧିକ ପଢ଼ନ୍ତୁ: ରାଜ୍ୟରେ କିଏ ହେବେ ବିରୋଧୀ ଦଳ ନେତା ? ବିପକ୍ଷରେ ନବୀନ ବସିବେ ନା ଆଉ କିଏ ?

ଏହି ତମାମ ପ୍ରସଙ୍ଗରେ ସତରେ କ’ଣ ଶ୍ରୀମନ୍ଦିର ପ୍ରଶାସନ ଜାଣିନି ନା ଜାଣି ଅଜଣା ରହୁଛି ? କିଛି ଜାଣିନଥିବା କହିବା ପଛରେ ରହିଛି କି କୌଣସି ରହସ୍ୟ? ଏଭଳି ନାନା ପ୍ରଶ୍ନ ଭିତରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମଧ୍ୟ କିଛି ଜାଣିନଥିବା କହିଛନ୍ତି । ତଥ୍ୟ କହୁଛି, କୋଟି କୋଟି ଟଙ୍କାରେ ଗତ ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ବଡ଼ଦେଉଳ ସହ ଚାରିକଡ଼କୁ ୪୨ଟି ହାଇଫୋକସ ଲାଇଟ୍ ମାଧ୍ୟମରେ ଆଲୋକୀକରଣ କରାଯାଇଥିଲା ।

ଯାହାର ଦାୟିତ୍ୱରେ ଥିଲା ଦିଲ୍ଲୀର ଥାର୍ଡୱେଭ୍ ନାମକ ଏକ ଠିକା ସଂସ୍ଥା । ସେହିପରି ଶ୍ରୀଜଗନ୍ନାଥ ବଲ୍ଳଭ ପରିସର ମ୍ୟୁଜିୟମର ଆଲୋକୀକରଣ ଦାୟିତ୍ୱ ଦିଲ୍ଲୀ ଗୋରେଗାଁର ଭେଣ୍ଡର NK KAPOOR pvt ltd ସମ୍ଭାଳୁଥିଲା । ତେବେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ କହିବା ଅନୁଯାୟୀ, ଯଦି ଶ୍ରୀମନ୍ଦିର ପ୍ରଶାସନ କିମ୍ବା OBCC ଟଙ୍କା ଦେଇନି ତାହେଲେ, ଏହି ୨ଟି ଘରୋଇ ସଂସ୍ଥାକୁ କିଏ ଏବଂ କେଉଁ ପାଣ୍ଠିରୁ ଆଣି ଟଙ୍କା ଦେଉଥିଲା ?

କାହା ନିର୍ଦ୍ଦେଶରେ ଏବଂ କେତେ ଟଙ୍କାର ଟେଣ୍ଡର ହୋଇଥିଲା ଏହି ଯୋଜନା ପାଇଁ ? କାହିଁକି ତଥ୍ୟ ନାହିଁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ? ଏଭଳି ପ୍ରଶ୍ନ ଉଠାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ସେବାୟତ ଓ ସାମାଜିକ କର୍ମୀ ଅଣ୍ଟା ଭିଡ଼ିଥିବା କହିଛନ୍ତି । ରାଜ୍ୟରେ ସରକାର ପରିବର୍ତ୍ତନ ପରେ ପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଲାଇଟ୍ ଖୋଲିନେବା ସହ ପ୍ରାୟ ୩ଦିନ କାଳ ଅନ୍ଧାର କରିଦିଆଯାଇଥିଲା ।

ଯାହାକୁ ନେଇ ଭକ୍ତ ଓ ସେବାୟତଙ୍କ ତୀବ୍ର ଅସନ୍ତୋଷ ପରେ ଶନିବାର ସଂଧ୍ୟା ସୁଦ୍ଧା ଶ୍ରୀମନ୍ଦିର ସହ ଶ୍ରୀଜଗନ୍ନାଥ ବଲ୍ଳଭ ପରିସର ମ୍ୟୁଜିୟମର ଆଲୋକୀକରଣ ବ୍ୟବସ୍ଥାର ପୁନର୍ବାହାଲ୍ କରାଯାଇଥିଲା । ଯାହାର ସମ୍ପୂର୍ଣ୍ଣ ଦାୟିତ୍ୱ ଏବେ ନିଜ ହାତକୁ ନେଇଛି ଶ୍ରୀମନ୍ଦିର ପ୍ରଶାସନ ।

Srimandir Jagannath Temple
Advertisment
Advertisment