କଟକ ଛତ୍ରବଜାରକୁ ଆଜି ଆସି ପାରିନି ଆଳୁ ଗାଡ଼ି। ଫଳରେ ଆଳୁ ଦର ପୁଣି ବଢିବା ନେଇ ଆଶଙ୍କା ପ୍ରକାଶ ପାଇଛି। କଟକରେ ଆଳୁ ଦର କିଲୋ ପିଛା ୫୦ ଟଙ୍କା ଯାଏଁ ପହଞ୍ଚିଲାଣି।
ବାଂଲାଦେଶରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦ ଓ ଦେଶ ଛାଡ଼ିବା ପରେ କିଏ ନେବେ ଦେଶର ମଧ୍ୟବର୍ତ୍ତିକାଳୀନ ସରକାରର ଦାୟିତ୍ବ ? କାହା ହାତରେ ନ୍ୟସ୍ତ ହେବ ଦେଶର ଶାସନ ଭାର ?
ଜଳୁଛି ବାଂଲାଦେଶ। ଏହାରି ଭିତରେ ଶେଖ ହସିନାଙ୍କୁ କଡ଼ା ସମାଲୋଚନା କରିଛନ୍ତି ତସ୍ଲିମା । ନିର୍ବାସିତ ବାଂଲାଦେଶୀ ଲେଖକ ତସ୍ଲିମା ନସ୍ରିନ୍ । ଶେଖ ହସିନାଙ୍କ ଦେଶରୁ ପଳାୟନକୁ ଏକ ବିଡ଼ମ୍ବନା ବୋଲି ସେ କହିଛନ୍ତି ।
ଘର ଭିତରୁ ଦେଖିଲେ ଦିଶୁଛନ୍ତି ସୂର୍ଯ୍ୟ ଚନ୍ଦ୍ର। ବର୍ଷା ଦିନର ସ୍ଥିତି ତ ନକହିଲେ ଭଲ। କେବଳ ଇଟା ଥୁଆ ହୋଇ କାନ୍ଥ ତିଆରି ହୋଇଛି, ସେଥିରେ ପୁଣି ଏକାଧିକ ଫାଟ। ଏମିତି ଭଙ୍ଗାଘରେ ରହୁଛନ୍ତି ୬ ପ୍ରାଣୀ କୁଟୁମ୍ବ।
ଭିଜିଲାନ୍ସ ରେଡରୁ ଫିଟୁଛି ମାଲଦାର ଯନ୍ତ୍ରୀଙ୍କର ସମ୍ପତ୍ତି ପେଡି। OBCC ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ ରଥଙ୍କର ଅଚଳାଚଳ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ।
ପ୍ୟାରିସ୍ ଅଲିମ୍ପିକ୍ସ ହକି ସେମି ଫାଇନାଲରେ ଆଜି ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ଜର୍ମାନୀ ସହ ଲଢ଼େଇ ରହିଛି। ଭାରତୀୟ ସମୟ ରାତି ସାଢ଼େ ୧୦ଟାରେ ଏହି ମ୍ୟାଚ୍ ଖେଳାଯିବ।
ଜାଭେଲିନ୍ ଥ୍ରୋରେ ନୀରଜଙ୍କ ସହ ମୈଦାନକୁ ଓହ୍ଲାଇବେ ଓଡ଼ିଆ ପୁଅ କିଶୋର ଜେନା। କ୍ବାଲିଫିକେସନ୍ ରାଉଣ୍ଡରେ କମାଲ କରିବା ଲକ୍ଷ୍ୟରେ ରହିଛନ୍ତି।
ଟ୍ରାପ୍ ଲାଇନ୍ ପ୍ରଭାବରେ ରାଜ୍ୟରେ ଆହୁରି ୩ ଦିନ ବର୍ଷିବ । ଆଜି ପ୍ରବଳ ବର୍ଷା ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । କାଲି ଅଧିକ ଛେଚିବ, ୧୯ ଜିଲ୍ଲାକୁ ପାଣିପାଗ ବିଭାଗର ସତର୍କ ସୂଚନା ।
ଗୁରୁତର ଅବସ୍ଥାରେ ବୋହୂ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଅଭିଯୁକ୍ତ ଶ୍ବଶୁରଙ୍କୁ ପୋଲିସ୍ ଅଟକ ରଖି ପଚରାଉଚରା କରୁଛି।
୧୦୦ ମିଟର ରେସରେ ଜାମାଇକାର କିଶାନେ ଥମ୍ପସନଙ୍କୁ ଗୋଟିଏ ସେକେଣ୍ଡର ହଜାରେ ଭାଗରୁ ୫ ଭାଗ ସମୟ ପଛରେ ପକାଇ ଲାଇଲ୍ସ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।
ଆଳୁ ସଙ୍କଟର ସମାଧାନ ପାଇଁ ଦରକାର ହେଲେ ପଞ୍ଜାବରୁ ଆଳୁ ମଗାଯିବ ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ। ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି ଏବେ ଉତ୍ତର ପ୍ରଦେଶରୁ ଆସୁଥିବା ଆଳୁ ଶୀଘ୍ର ପଚିଯାଉଥିବା ନେଇ ଯାହା କୁହାଯାଉଛି ତାହା ମିଛ କଥା ।
ଓପନିଂ ଟ୍ରେଡରେ ସବୁଠୁ ଖରାପ ପ୍ରଦର୍ଶନ କରିଛି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ-BSE। ମାର୍କେଟ ଖୋଲିବା ପରେ ସେନସେକ୍ସ ୧୫ ଶହରୁ ଅଧିକ ଖସିଥିବା ବେଳେ ନିଫଟି ୪୬୩ ପଏଣ୍ଟ ଖସିଛି।
ନୂଆ ଡିଜିପି ଚୟନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ତିନି ବରିଷ୍ଠ IPSଙ୍କ ବାୟୋଡାଟା ମାଗିଲେ ରାଜ୍ୟ ସରକାର ।
ସରକାରୀ ସ୍କୁଲର ଅବ୍ୟବସ୍ଥାକୁ ପଦାରେ ପକେଇଛି ଶ୍ରେଣୀଗୃହର ସଗୀନ ଅବସ୍ଥା। ଝିପିଝିପି ବର୍ଷାରେ ଗୁହାଳରେ ପାଠ ପଢ଼ୁଛନ୍ତି କୁନିକୁନି ଛାତ୍ରଛାତ୍ରୀ ।
ପ୍ୟାରିସ ଅଲିମ୍ପିକ୍ସର ଗୋଟିଏ ମ୍ୟାଚରୁ ବ୍ୟାନ ହେଲେ ଅମିତ ରୋହିହାସ । ଆସନ୍ତା ଜର୍ମାନୀ ସହ ଥିବା ସେମି ଫାଇନାଲ ମ୍ୟାଚ ସେ ଖେଳିପାରିବେ ନାହିଁ ।
ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୦୫ ତାରିଖ ସୋମବାର । ଚନ୍ଦ୍ର- କର୍କଟ ଦିବା ୦୩.୨୧ ଗତେ ସିଂହ । ତିଥି- ପ୍ରତିପଦ ସନ୍ଧ୍ୟା ୦୬.୦୩ ଗତେ ୨ୟା । ଘାତଚନ୍ଦ୍ର- ଦିବା ୦୩.୨୧ ଗତେ କର୍କଟ ଓ ମକର ରାଶିର । ଘାତବାର-...
ରାଜଧାନୀ ଢାକା ସମେତ ଦେଶର ବିଭିନ୍ନ ସ୍ଥାନରେ ଅଶାନ୍ତି ଓ ହିଂସାକାଣ୍ଡ। ବହୁ ପୋଲିସ କର୍ମଚାରୀଙ୍କ ସମେତ ୭୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଶତାଧିକ ଆହତ ହୋଇଛନ୍ତି।
କାହାର ଜନ୍ମଭୂମି ଏବେ ମରୁଭୂମି । ତ କେଉଁଠି ଖେଳପଡ଼ିଆ ଦୋକାନ ବଜାର ଏବେ ପଥରର ନଈ। ଚାରିଆଡ଼େ ଖାଲି ଧ୍ବଂସସ୍ତୁପ, ପ୍ରଳୟର ଚିହ୍ନ। ଶୂନଶାନ୍ ଭଙ୍ଗା ଦଦରା ଘର, ସାକ୍ଷୀ କହିଲେ କେବଳ ଫଟୋ ଫ୍ରେମ ଓ ଆସବାବ ପତ୍ର ।
କେବେ ଭକ୍ତଙ୍କ କାମରେ ଲାଗିବ ଇ-ବସ୍। ଚାର୍ଜିଂ ଷ୍ଟେସନ୍ ନଥିବାରୁ ୭ ମାସ ହେବ ପୁରୀରେ ଖତ ଖାଉଛି ୩୫ଟି ବ୍ୟାଟେରି ବସ୍ । ବ୍ୟବସ୍ଥାର ଅପାରଗତାକୁ ଦାୟୀ କରି ତେଜୁଛି ଅସନ୍ତୋଷ ।
ଆତ୍ମହତ୍ୟାର ହଟସ୍ପଟ୍ ପାଲଟିଛି କି କଟକ ? କାଠଯୋଡ଼ି ଓ ମହାନଦୀ ଉପରେ ନିର୍ମିତ ସେତୁ ପାଲଟିଛି ସୁଇସାଇଡ୍ ପଏଣ୍ଟ ।