Advertisment

ମେଡିକାଲରେ ଅଘଟଣ: ଜୀବନ ନେଲା ହସ୍ପିଟାଲର ବିପର୍ଯ୍ୟସ୍ତ କେବୁଲ ବ୍ୟବସ୍ଥା !

ରୋଗ ଭଲ କରିବାକୁ ହସ୍ପିଟାଲ ଆସିଥିଲେ। ଦିନ କେଇଟାରେ ଭଲ ହୋଇ ଘରୁ ଫେରି ଥାଆନ୍ତେ। କିନ୍ତୁ ସେ କଣ ଜାଣିଥିଲେ ହସ୍ପିଟାଲରେ ବିଛା ହୋଇଥିବା କେବୁଲ ତାର ତାଙ୍କ ଜୀବନ ନେଇଯିବ।

author-image
Sujit kumar Swain
ଅଦ୍ୟତନ ହୋଇଛି
Cable Turns Death Trap

Cable Turns Death Trap

ମାରି ଦେଲା ମେଡିକାଲ ଅବ୍ୟବସ୍ଥା। ରୋଗ ଭଲ କରିବାକୁ ହସ୍ପିଟାଲ ଆସିଥିଲେ। ଚିକିତ୍ସା ପରେ ସୁସ୍ଥ ବି ହୋଇ ଆସୁଥିଲେ। ଦିନ କେଇଟାରେ ଭଲ ହୋଇ ଘରୁ ଫେରି ଥାଆନ୍ତେ। କିନ୍ତୁ ସେ କଣ ଜାଣିଥିଲେ ହସ୍ପିଟାଲରେ ବିଛା ହୋଇଥିବା କେବୁଲ ତାର ତାଙ୍କ ଜୀବନ ନେଇଯିବ। 

Advertisment

ମେଡିକାଲ ଶୌଚାଳୟ ନିକଟରେ ବିଛା ଯାଇଥିବା କେବଲ ତାରରେ ଛନ୍ଦି ହୋଇ ଜଣେ ରୋଗୀଙ୍କର ମୃତ୍ୟୁ ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ବାଲେଶ୍ବର ଜିଲ୍ଲା ନୀଳଗିରି ମେଡିକାଲରୁ। ମୃତକ ହେଲେ ଆମ୍ବଝର ଗାଁ ର କରଣ ସିଂ। ଅସୁସ୍ଥତା ଯୋଗୁଁ ୫ ଦିନ ତଳେ ନୀଳଗିରି ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। 

ପରିବାର ଲୋକ ଅଭିଯୋଗ କରିଛନ୍ତି, ଶୌଚାଳୟ ନିକଟରେ ବିଛା ହୋଇଥିବା କେବୁଲ ତାରରେ ଛନ୍ଦି ହୋଇ ପଡିଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ସେ ଚିକିତ୍ସିତ ହେଉଥିବା ୱାର୍ଡରେ ଶୌଚାଳୟ ଅପରିଷ୍କାର ଥିବାରୁ ମେଡ଼ିକାଲର ପରିସରରେ ଥିବା ଅନ୍ୟ ଏକ ଶୌଚାଳୟକୁ ଯିବାବେଳେ ଏହି ଅଘଟଣ ଘଟିଛି।

Advertisment

ସେପଟେ ସବଡିଭିଜନାଲ୍ ମେଡିକାଲ ଅଧିକାରୀ କହିଛନ୍ତି, ରୋଗୀ କେଉଁ ପରିସ୍ଥିତିରେ ୱାର୍ଡ ବାହାରର ଶୌଚାଳୟକୁ ଗଲେ, ତଦନ୍ତ କରିବୁ।

Death Trap Hospital Negligence
Advertisment
Advertisment