Advertisment

‘ନିର୍ବାଚନକୁ ଦୃଷ୍ଟିରେ ରଖି ପୂର୍ବ ସରକାର ୫୭ଟି ଏନଏସି ଘୋଷଣା କରିଥିଲେ’

ନିର୍ବାଚନକୁ ଦୃଷ୍ଟିରେ ରଖି ପୂର୍ବ ସରକାର ଏନଏସି ଘୋଷଣା କରିଥିଲେ। କିନ୍ତୁ ଏନେଇ କୌଣସି ସରକାରୀ ପ୍ରସ୍ତାବ ନାହିଁ କି ନୂଆ ସରକାରଙ୍କ ହସ୍ତଗତ ହୋଇନାହିଁ।

author-image
Sujit kumar Swain
ଅଦ୍ୟତନ ହୋଇଛି
 Declaration of 57 NAC

Declaration of 57 NAC

ସରକାରୀ ପ୍ରସ୍ତାବରେ ନାହିଁ ନୂଆ NAC। ନିର୍ବାଚନକୁ ଦୃଷ୍ଟିରେ ରଖି ପୂର୍ବ ସରକାର ଏନଏସି ଘୋଷଣା କରିଥିଲେ। କିନ୍ତୁ ଏନେଇ କୌଣସି ସରକାରୀ ପ୍ରସ୍ତାବ ନାହିଁ କି ନୂଆ ସରକାରଙ୍କ ହସ୍ତଗତ ହୋଇନାହିଁ। ଗୃହରେ ଏହି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

Advertisment

ନିର୍ବାଚନକୁ ଆଖିରେ ରଖି ପୂର୍ବ ସରକାର ୫୭ଟି ଏନ୍ଏସି ଘୋଷଣା କରିଥିଲେ। କିନ୍ତୁ ଏନେଇ କୌଣସି ସରକାରୀ ପ୍ରସ୍ତାବ ନାହିଁ। ଜିଲ୍ଲାପାଳମାନଙ୍କୁ କେବଳ ଚିଠି ହୋଇଥିଲା। କିନ୍ତୁ ଉତ୍ତର ମିଳିନାହିଁ। ନୂଆ ଏନ୍ଏସି ନେଇ ବିଚାରବିମର୍ଶ କରି ନିଷ୍ପତ୍ତି ନେବୁ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। 

ଏପଟେ ବିଧାନସଭା ଶୂନ୍ୟକାଳରେ ଉଠିଲା ସ୍ବାମୀ ଲକ୍ଷ୍ମଣାନନ୍ଦ, ନବ ଦାସ, ମମିତା ମେହେର ହତ୍ୟା ପ୍ରସଙ୍ଗ। ଏସବୁ ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି ବିଧାୟକ ଜୟନାରାୟଣ ମିଶ୍ର। ମମିତା ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ।

Advertisment

ଜୟନାରାୟଣ କହିଛନ୍ତି, ଏସବୁ ମାମଲା ଏବେବି ଲୋକଙ୍କ ଭିତରେ ସନ୍ଦେହ ସୃଷ୍ଟି କରୁଛି। ସରକାର ସିବିଆଇକୁ ତଦନ୍ତ ଦାୟିତ୍ବ ଦେଇ ସନ୍ଦେହ ଦୂର କରିବେ କି ? ଲୋକଙ୍କ ମନରେ ଥିବା ସନ୍ଦେହକୁ ଦୂର ପାଇଁ ଉଦ୍ୟମ କରିବେ ବି ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ ମିଶ୍ର। ବିଗତ ଦିନରେ ଏହି ସବୁ ପ୍ରସଙ୍ଗରକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିଲା।

Union Minister
Advertisment
Advertisment