/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726046432.jpg)
loco pilot
ମୋତେ ଛାଡ଼ିଦିଅ...ମୁଁ ମରିବାକୁ ଚାହୁଁଛି । ଏମିତି କହି ଟ୍ରେନ୍ ଲାଇନ୍ ଆଗରେ ଆତ୍ମହତ୍ୟା କରିବାକୁ ଶୋଇଥିବା ଜଣେ ଝିଅକୁ ଉଦ୍ଧାର କରିଛନ୍ତି ଲୋକୋ ପାଇଲଟ୍ । ପୁଣି ଏମିତି ଘଟଣା ଘଟିଛି ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସରେ । ଯେତେବେଳେ ଝିଅ ଜଣକ ଆତ୍ମହତ୍ୟା କରିବା ପାଇଁ ରେଲୱେ ଟ୍ରାକରେ ଶୋଇଥିଲେ ସେତେବେଳେ ଲୋକୋ ପାଇଲଟ୍ଙ୍କ ଆଖି ଝିଅଟି ଉପରେ ପଡ଼ିଥିଲା । ଯାହାଫଳରେ ଲୋକୋ ପାଇଲଟ୍ ସାଙ୍ଗେ ସାଙ୍ଗେ ଜରୁରୀକାଳୀନ ବ୍ରେକ୍ ଲଗାଇ ଝିଅଟିର ଜୀବନ ବଞ୍ଚାଇଥିଲେ । ତେବେ ଏଭଳି ଘଟଣା ବିହାରର ମୋତିହାରୀସ୍ଥିତ ଚାକିଆ ରେଳ ଷ୍ଟେସନରେ ଦେଖିବାକୁ ମିଳିଥିଲା ।
ଅଧିକ ପଢ଼ନ୍ତୁ: ଏମିତି ବି ଯାଏ ଜୀବନ ! CPR ଦେଇ ଜୀବନ ବଞ୍ଚାଇବାକୁ OTV ସାମ୍ବାଦିକଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ
ସୂଚନାନୁସାରେ, ଝିଅଟି ଆତ୍ମହତ୍ୟା କରିବାକୁ ଟ୍ରେନ୍ ଟ୍ରାକରେ ଶୋଇଥିଲେ । ଟ୍ରେନ୍କୁ ଅପେକ୍ଷା କରିଥିବା ବେଳେ ଝିଅଟି ଟ୍ରାକରେ ନିଦରେ ଶୋଇପଡିଥିଲା। ଯାହାପରେ ଲୋକୋ ପାଇଲଟ୍ ଟ୍ରେନ୍କୁ ଅଟକାଇ ଶୀଘ୍ର ତଳକୁ ଓହ୍ଲାଇ ଝିଅ ପାଖକୁ ଯାଇ ତାଙ୍କୁ ଉଠାଇଥିଲେ ଏବଂ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।
#Bihar: A girl went to Chakia railway station in Motihari to commit su!cide and fell asleep while waiting for the train on the tracks. The #train driver saved her life by applying emergency brakes. After that, the locals took the girl back to her home.
Exercising humanity is… pic.twitter.com/JkW9kAKkPB— Akassh Ashok Gupta (@peepoye_) September 11, 2024
ଯେତେବେଳେ ସ୍ଥାନୀୟ ମହିଳାମାନେ ଝିଅଟିକୁ ଟ୍ରାକ୍ରୁ ଜବରଦସ୍ତ ଟାଣି ବାହାର କଲେ, ଝିଅଟି ସେମାନଙ୍କ ଉପରେ ଚିତ୍କାର କରି ବିରକ୍ତି ଭାବ ପ୍ରକାଶ କରିଥିଲା । ତେବେ ଭିଡ଼ିଓରେ ଝିଅଟି କହୁଛି ଯେ, "ତୁମର ଅସୁବିଧା କଣ ? ମୋତେ ଛାଡିଦିଅ, ମୋତେ ଛାଡିଦିଅ... ମୁଁ ମରିବାକୁ ଚାହୁଁଛି ... ମୁଁ ଆଉ ବଞ୍ଚିବାକୁ ଚାହୁଁନି ।" ତେବେ ପରେ ବଳପୂର୍ବକ ମହିଳାମାନେ ଝିଅଟିକୁ ରେଳ ଟ୍ରାକରୁ ଟାଣି ନେଇ ନିରାପଦରେ ତାଙ୍କ ଘରେ ନେଇ ଛାଡ଼ିଥିଲେ । ତେବେ ଏହା ପରେ ଟ୍ରେନ୍ଟି ଆଗକୁ ଗଡ଼ିଥିଲା ।
ସୂଚନାନୁସାରେ ଝିଅଟି ଜଣେ ଯୁବକଙ୍କୁ ଭଲ ପାଉଥିଲା ଓ ତାଙ୍କୁ ବିବାହ କରିବାକୁ ଚାହୁଁଥିଲା। କିନ୍ତୁ ଝିଅର ପରିବାର ଏଥିରେ ରାଜି ହୋଇନଥିଲେ । ଏହା ପରେ ଝିଅଟି ଆତ୍ମହତ୍ୟା କରିବାକୁ ସ୍ଥିର କରିଥିଲା । ପରେ ଟ୍ରେନ୍ ଲାଇନ୍ରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା । ସୌଭାଗ୍ୟବଶତଃ ଲୋକୋ ପାଇଲଟ୍ଙ୍କ ତତ୍ପରତା ହେତୁ ଝିଅର ଜୀବନ ବଞ୍ଚିଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)