ଗତ ୬ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ ପିଛା ୫୨ ହଜାର ୬ ଶହ ଟଙ୍କା ଥିଲା ବେଳେ ଆଜି ତାହା ୫୪ ହଜାର ଟଙ୍କାରେ ପହଞ୍ଚିଛି।
ସତ୍ୟର ଜୟ, ହାର ମାନିଲା ଷଡ଼ଯନ୍ତ୍ର । ବେଆଇନ୍ ଭାବେ ଚାକିରି ଯିବାର ଠିକ୍ ମାସକ ପରେ ପୁଣି ବ୍ୟାଙ୍କ ମିତ୍ର ଚାକିରି ଫେରି ପାଇଲେ ମୟୂରଭଞ୍ଜ ଖୁଣ୍ଟାର ଭାରତୀ ସିଂ।
କାଲି ଆସିଥିଲା ଆମ ଓଡ଼ିଶା-ନବୀନ ଓଡ଼ିଶା । ଆଜି ଲଂଚ୍ ହେଲା ମିଶନ ଶକ୍ତି ସ୍କୁଟର ଯୋଜନା । ନିର୍ବାଚନ ପାଖଉଥିବା ବେଳେ ସବୁ ବର୍ଗକୁ ଖୁସ୍ କରିବାକୁ ନବୀନ ସରକାରର ଆଉ ଏକ ଥୋପ ।
କଟକ ଛତ୍ରବଜାର ଅର୍ବାନ ହାଟକୁ ନେଇ ବିବାଦ ଥମିବାର ନା ଧରୁନି। ପିଣ୍ଡି ଆବଣ୍ଟନକୁ ନେଇ ବିବାଦ ବଢିବାରୁ ହାଟ ଖୋଲିପାରୁନି । ଦେଖନ୍ତୁ ଉଦଘାଟନ ପରେ କେମିତି ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି ହାଟ ।
ବାରରେ କେମିତି ହୁଏ ଦେହ ପାଇଁ ଡିଲ୍ ? ବାରର ରଙ୍ଗୀନ ରାତିରେ କେମିତି ଚାଲେ ନିଷିଦ୍ଧ ବେପାର ? ରାଜଧାନୀର ଜଣେ ବାର୍ ଗାର୍ଲଙ୍କ ମୁହଁରୁ ଏତେ ସମୟ ଧରି ଶୁଣୁଥିଲେ ଚାଞ୍ଚଲ୍ୟକର ବୟାନ। ଆଉ ଏବେ ଆମେ ଦେଖାଉଛୁ, ସେହି ଦେହ ସୌଦାର କଳା କାହାଣୀ।...
ଚଳିତବର୍ଷ ଖରିଫ୍ ଋତୁରେ ଜଗତସିଂହପୁର ଜିଲ୍ଳାରେ ୮୬ ହଜାର ହେକ୍ଟରରୁ ଅଧିକ ଜମିରେ ଧାନ ଚାଷ କରାଯାଇଛି । ଗତ ସେପ୍ଟେମ୍ବର ମାସରେ ହୋଇଥିବା ଲଗାଣ ବର୍ଷା ଯୋଗୁ ଶହ ଶହ ହେକ୍ଟର ଚାଷଜମିରେ ପାଣି ଜମି ଫସଲ ହାନି ହୋଇଥିଲା ।
ବିଶ୍ୱରେ ପ୍ରତି ୮ ଜଣରୁ ଜଣେ ବ୍ୟକ୍ତି ବିଭିନ୍ନ କାରଣରୁ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିବା କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଏମିତିକି ମାନସିକ ଅସୁସ୍ଥତା ଯୋଗୁଁ ଲୋକେ ଆତ୍ମହତ୍ୟା କରିବାକୁ ବି ପଛାଉନାହାନ୍ତି।
ଗ୍ରାମାଂଚଳ ଭୋଟ୍ ନେବା ପାଇଁ ବିଜେଡିର ବଡ଼ ଫନ୍ଦି । ଆରମ୍ଭ ହେଲା ଆମ ଓଡ଼ିଶା, ନବୀନ ଓଡ଼ିଶା ସ୍କିମ୍। ସ୍କିମ୍ ବିଜ୍ଞାପନରେ ଶଙ୍ଖ ଚିହ୍ନ ବ୍ୟବହାରକୁ ନେଇ ଘନେଇଲା ବିବାଦ ।
ବସ୍ତ୍ରରେ ଶାଳୀନତା ନଥିଲେ ଭକ୍ତଙ୍କୁ ଶ୍ରୀମନ୍ଦିର ମନା । ପୋଷାକ ମାର୍ଜିତ ନଥିଲେ କରି ପାରିବେନି ଜଗାଦର୍ଶନ। ଆଗରୁ ଚଳୁଥିଲା, ହେଲେ ନୂଆବର୍ଷରୁ ଆଉ ବିଲକୁଲ୍ ନୁହଁ। ନୀତି ସବ୍ କମିଟି ବୈଠକ ପରେ ଗତକାଲି ଶ୍ରୀମନ୍ଦିର ପ୍ରବେଶ ବେଳେ ଭକ୍ତଙ୍କ ପରିଧାନକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ...
ପୂର୍ବରୁ ଭାରତ କ୍ରୀଡ଼ା କ୍ଷେତ୍ରରେ ଅଗ୍ରଣୀ ଥିଲେ ବି ପ୍ରଶିକ୍ଷଣ ଅଭାବରୁ ପଦକ ସଂଖ୍ୟା କମ୍ ରହୁଥିଲା। ଏବେ ଖେଲୋ ଇଣ୍ଡିଆ ଅଭିଯାନ ଦ୍ୱାରା ଖେଳାଳିଙ୍କୁ ପ୍ରଶିକ୍ଷଣ ଦିଆଯିବା ଦ୍ୱାରା ପଦକ ସଂଖ୍ୟା ବୃଦ୍ଧି ପାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଜୁନ୍ ୨ ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ବିଭିନ୍ନ ପର୍ଯ୍ୟାୟରେ ଆସିଥିବା ୧୬୨ଟି ମୃତଦେହକୁ ଭୁବନେଶ୍ୱର ଏମ୍ସରେ ସଂରକ୍ଷିତ ରଖାଯାଇଥିଲା। ଫିଜିକାଲ ଭେରିଫିକେସନ ପରେ ସେଥିରୁ ୮୧ଟି ତତ୍କାଳ ପରିବାର ଲୋକଙ୍କୁ ହସ୍ତାନ୍ତର ହୋଇଥିଲା ।
ଆତଙ୍କବାଦୀ ସଂଗଠନ ହମାସ୍ ଇସ୍ରାଏଲ ନାଗରିକଙ୍କୁ ହତ୍ୟା କରିବା ସହ ସେଠାରେ ଥିବା ପଶୁମାନଙ୍କୁ ମଧ୍ୟ ଅତି ନିର୍ମମ ସହ ହତ୍ୟା କରୁଛନ୍ତି। ଇସ୍ରାଏଲର ଏକ ଘରକୁ ଜଗିଥିବା କୁକୁରକୁ ଗୁଳି କରି ହତ୍ୟା କରିଛି ହମାସ୍ ।
ବାସ୍ତବରେ ଏହି ଭାଇରାଲ ଭିଡିଓ ୧୯୭୭ ମସିହା ଜନତା ପାର୍ଟିର ବିଜୟ ସମାବେଶର। ଏହି ଭିଡିଓରେ ବାଜପେୟୀ ଖୋଲାଖୋଲି ଭାବେ ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି। ବାଜପେୟୀ କହୁଛନ୍ତି ’ ଆରବର ଯେଉଁ ଜମିକୁ ଇସ୍ରାଏଲ ଅଧିକୃତ କରି ରଖିଛି ତାହାକୁ ଖାଲି କରିବାକୁ ପଡ଼ିବ’।
ମୁମ୍ବାଇର ଏକ ସ୍ୱେଚ୍ଛାସେବୀ ସଂଗଠନ ଯାମିନୀଙ୍କଠୁ ଠିକଣା ଖୋଜି ତାଙ୍କୁ ଗାଁରେ ପହଞ୍ଚାଇଛନ୍ତି । ଯଦିଓ ଅସୁସ୍ଥତା କାରଣରୁ ଯାମିନୀ କଥାବାର୍ତ୍ତା କରିପାରୁ ନାହାନ୍ତି, କିନ୍ତୁ ସମସ୍ତଙ୍କୁ ଚିହ୍ନି ପାରୁଛନ୍ତି ।
ଅକ୍ଟୋବର ୬ରେ ଶୁଭମନ୍ଙ୍କୁ ଏକ ଖବର ସାମ୍ନାକୁ ଆସିଥିଲା ଯେ, ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ଡେଙ୍ଗୁ କାରଣରୁ ସେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱକପ୍ର ପ୍ରଥମ ମ୍ୟାଚରେ ମଧ୍ୟ ଖେଳିନଥିଲେ। ତେବେ ଡେଙ୍ଗୁରେ ପୀଡିତ ଶୁଭମନ ଗିଲ୍ଙ୍କ ପ୍ଲେଟଲେଟ୍ କମ୍ ହେବା ଯୋଗୁଁ ତାଙ୍କୁ ଗତକାଲି ଚେନ୍ନାଇର ଏକ...
ଏହି ସଙ୍କଟ ସ୍ଥିତିରେ ଭାରତ ପାଇଁ ସଙ୍କଟମୋଚକ ସାଜିଥିଲେ ବିରାଟ କୋହଲି ଓ କେଏଲ ରାହୁଲ । ଉଭୟଙ୍କ ମଧ୍ୟରେ ୧୬୫ ରନ୍ର ଜବରଦସ୍ତ ପାର୍ଟନରସିପ୍ ହୋଇଥିଲା। ଯାହାଫଳରେ ଭାରତ ଏହି ମ୍ୟାଚକୁ ଅଷ୍ଟ୍ରେଲିଆ ହାତରୁ ଛଡ଼ାଇ ଆଣିଥିଲା।
ଅଷ୍ଟ୍ରେଲିଆ ଜର୍ସି ପଛରେ ଥିବା ପୂରା କାହାଣୀ ଏହାର ଜାତୀୟ ଫୁଲ ସହ ଜଡ଼ିତ। ଅଷ୍ଟ୍ରେଲିଆର ଜାତୀୟ ଫୁଲ ହେଉଛି ’ଦି ଗୋଲ୍ଡେନ୍ ୱେଟଲ୍’। ’ଦି ଗୋଲ୍ଡେନ୍ ୱେଟଲ୍’ ଫୁଲର ପତ୍ର ସବୁଜ ରଙ୍ଗ ଓ ଏହାର ଫୁଲ ହଳଦିଆ ରଙ୍ଗର ହୋଇଥାଏ।
ସତ ପଦାକୁ ଆସିବା ପାଇଁ CBI ତଦନ୍ତ ଦାବି କରିଛନ୍ତି ମମିତାଙ୍କ ମା’ ତୁଳସୀ ମେହେର। କହିଛନ୍ତି ଜଣେ ଅଭିଯୁକ୍ତ ମରିଛି, ଯିଏ ବଞ୍ଚିଛି ତାକୁ ଫାଶି ଦିଆଯାଉ ବୋଲି ମମିତାଙ୍କ ମା’ କହିଛନ୍ତି।
ପାର୍ବଣ ବେଳରେ ନିୟମ ଫୁ କରିଛନ୍ତି ଡ୍ୟାନ୍ସ ବାର୍ । ରାଜଧାନୀରେ ରାତିତମାମ୍ ଗ୍ରାହକଙ୍କୁ କରୁଛନ୍ତି ମତୁଆଲା। ରଙ୍ଗିଲା ବାରରେ ରଙ୍ଗୀନ ରାତିର ସତ ପଦାକୁ ଆସିବା ପରେ ଏବେ ସାବାଡ୍ ଲାଗି ସଜବାଜ ଅବକାରୀ ବିଭାଗ। ଆକ୍ସନ ମୋଡ଼କୁ ଆସି ଗଠନ କରିଛି ସ୍ପେଶାଲ୍ ସ୍କ୍ୱାର୍ଡ।
ବାହାନଗା ଟ୍ରେନ ଟ୍ରାଜେଡିକୁ ବିତିଗଲା ୪ ମାସ । ତଥାପି ଅପରିଚିତ ରହିଗଲା ୨୮ ଡେଡ୍ ବଡି। DNA ମ୍ୟାଚିଂ ବି କରିଛି ନିରାଶ। ତେଣୁ ଏଭଳି ସ୍ଥିତିରେ ବାଧ୍ୟ ହୋଇ ଅନ୍ତିମ ସଂସ୍କାର ପାଇଁ ହୋଇଛି ନିଷ୍ପତ୍ତି।