ଗିରଫ ପରେ ଉଭୟଙ୍କ ଠାରୁ ୩୭ଟି ମୋବାଇଲ ଫୋନ୍, ୧୨ଟି ପାନ କାର୍ଡ, ୩୮ଟି ଏଟିଏମ୍ କାର୍ଡ, ୨୫ଟି ସିମକାର୍ଡ ଓ ଲାପଟପ୍ ଜବତ କରିଛି ପୋଲିସ । ଭୁବନେଶ୍ୱରରୁ ଗିରଫ ପରେ ଦୁଇ ଅଭିଯୁକ୍ତକୁ ଟ୍ରାଞ୍ଜିଟ ରିମାଣ୍ଡ ନେଇଛି ମୁମ୍ବାଇ ପୋଲିସ ।
ଆଦିବାସୀ ଉପଦେଷ୍ଟା ପରିଷଦ (TAC) ଦ୍ୱାରା ଗତ ଜୁଲାଇ ୧୧ ତାରିଖରେ ଅନୁମୋଦନ କରାଯାଇଥିବା ପ୍ରସ୍ତାବକୁ ଆଧାର କରି ଗତ ୧୪ ତାରିଖ ଦିନ ଓଡିଶା ଅନୁସୂଚିତ ଅଞ୍ଚଳରେ ଆଦିବାସୀଙ୍କ ସ୍ଥାବର ସମ୍ପତ୍ତି ହସ୍ତାନ୍ତର ଆଇନ, ସଂଶୋଧନ ପାଇଁ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ କରିଥିଲେ।
ପୂର୍ବରୁ ଆଦିବାସୀଙ୍କ ଜମି ବିକ୍ରି ନିୟମକୁ ସଂଶୋଧନ ପାଇଁ ନିଷ୍ପତ୍ତି ହୋଇଥିଲା। ଏନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା। ତେବେ କ୍ୟାବିନେଟର ଏହି ନିଷ୍ପତ୍ତିକୁ ବିଜେପି ଓ କଂଗ୍ରେସ ଜୋରଦାର ବିରୋଧ କରିଥିଲେ।
ଶନିବାର ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏକ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଶୀତ ଛୁଟି ପରେ ସ୍କୁଲ ଖୋଲାଯିବ ବୋଲି କୁହାଯାଇଛି। ୧୮ ନଭେମ୍ବର ପର୍ଯ୍ୟନ୍ତ ବିଦ୍ୟାଳୟରେ ଛୁଟି ଘୋଷଣା କରାଯାଇଥିଲା।
ଫାଇନାଲ ପୂର୍ବରୁ ଆଜି ସାମ୍ବାଦିକ ସମ୍ମିଳନୀ କରିଥିଲେ ଅଧିନାୟକ ରୋହିତ ଶର୍ମା । ଏହି ସାମ୍ବାଦିକ ସମ୍ମିଳନୀରେ ରାହୁଲ ଦ୍ରାବିଡଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ରୋହିତ । ଚଳିତ ବିଶ୍ୱକପ୍ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ପାଇଁ ଜିତିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି ।...
ଖାଲି ରଙ୍ଗ୍ ରୁଟ୍ ଡ୍ରାଇଭିଂ କାହିଁକି ବିକଟାଳ ହର୍ନ ବଜାଉଥିଲେ, ବେଆଇନ ସାଇଲେନ୍ସର ଲଗାଇଥିଲେ ବି ହୋଇ ଯାଆନ୍ତୁ ସାବଧାନ। ଏସବୁ ନିୟମ ପ୍ରତି ଏବେ ଟ୍ରାଫିକ୍ ପୋଲିସ ତୀକ୍ଷ୍ଣ ନଜର ରଖିଛି।
ରବିବାର ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଏହି ସୁପର ମୁକାବିଲା ଲାଗି ସାରା ଦେଶରେ ବଢିଚାଲିଛି କ୍ରିକେଟ ଫିଭର୍ ।
ରାଜନୈତିକ ସମୀକ୍ଷକଙ୍କ ମତରେ ରାଜ୍ୟରେ ଅଣ ଓଡିଆ ଅଫିସରଙ୍କ ରାଜୁତି ବଢୁଥିବା ଚର୍ଚ୍ଚାରେ ବିରାମ ଲଗାଇବାକୁ ସୁରେଶ ମହାପାତ୍ରଙ୍କୁ ସିଏମ୍ଓର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି।
ଦେଶରେ ସ୍କୁଲ୍ ଶିକ୍ଷାର ମାନ ବୃଦ୍ଧି ତଥା ଭିତ୍ତିଭୂମିର ବିକାଶ ଲାଗି କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍କୁଲ୍ ଫର୍ ରାଇଜିଂ ବା ପିଏମଶ୍ରୀ ଯୋଜନା। ରାଜ୍ୟ ସରକାର ଏଥିରେ ପଛଘୁଞ୍ଚା ଦେଉଥିଲେ ବି ଆସନ୍ତାକାଲି ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ସ୍କୁଲ୍ ଗୁଡ଼ିକରେ ଏହାର ଶୁଭାରମ୍ଭ ହେବାକୁ ଯାଉଛି।
ଗ୍ୟାସ୍ ବେଲୁନ ପାଖରେ ବାଣ ଫୁଟାଯିବା ବେଳେ ଏହି ବେଲୁନ୍ ମଧ୍ୟ ଏକକାଳୀନ ଭାବେ ବିସ୍ଫୋରଣ ହୋଇଥିଲା । ଯାହାଫଳରେ ସେଠାରେ ଉପସ୍ଥିତ ଥିବା ଅନେକ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ବାସିନ୍ଦା ଆହତ ହୋଇଛନ୍ତି। ଆହତଙ୍କୁ ମେହସାନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ନଭେମ୍ବର ୩୦ ତାରିଖରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ ତେଲେଙ୍ଗାନାରେ ଜୋରସୋରରେ ଜାରି ରହିଛି ପ୍ରଚାର ଅଭିଯାନ।
ପୁତୁରାର ଅନ୍ତିମ ସଂସ୍କାର ପରେ ହଠାତ୍ ତୈଲୋକ ମହାନ୍ତି ସେଠି ଟଳି ପଡ଼ିଥିଲେ। ନିଜେ ଅସୁସ୍ଥ ଥିଲେ କିନ୍ତୁ ପୁତୁରାର ମୃତ୍ୟୁ ଖବର ଶୁଣି ସେ ଗାଁରୁ ପୁରୀ ଦୌଡ଼ି ଯାଇଥିଲେ। ପୁତୁରା ମୃତ୍ୟୁ ତାଙ୍କୁ ଗଭୀର ଆଘାତ ଦେଇଥିଲା।
ସରକାରୀ ଚାକିରିରୁ ଅବସର ନେବାକୁ ଅନୁମତି। ଅବସର ପାଇଁ ଅନୁମତି ଦେଲେ ରାଜ୍ୟ ସରକାର। ଡିସେମ୍ବର ୩୧ରେ ଅବସର ନେବାକୁ ସରକାରଙ୍କ ଅନୁମତି।
ପୂର୍ବରୁ ଏ ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଭଳି ସଂଗୀନ ଦଫା ଚାଲୁ ରଖିବାକୁ ସାଲେପୁର JMFC କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ହତ୍ୟା ମାମଲାରେ ଫସିଛନ୍ତି ମାହାଙ୍ଗା ବିଧାୟକ ପ୍ରତାପ ଜେନା।
ସ୍ୱାମୀଙ୍କ ମୃତଦେହକୁ ଧରି ବାହୁନି ବାହୁନି କାନ୍ଦୁଥିବା ବେଳେ ଅଚେତ ହୋଇପଡିଥିଲେ । ପରିବାର ସଦସ୍ୟ ତାଙ୍କୁ ଡାକ୍ତରଖାନା ନେଇଥିଲେ ହିଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
କଳାହାଣ୍ଡି କେସିଙ୍ଗା ଉତକେଲା ଜୁନିୟର୍ କଲେଜର ଏହି ୪ ଛାତ୍ରଙ୍କୁ ଜଣେ ପୂର୍ବତନ ଛାତ୍ର ବିଚ୍ ରାସ୍ତାରେ ମାଡ଼ ମାରିଛନ୍ତି। ବିନା କାରଣରେ ରାସ୍ତାରୁ ଡାକି ପିଟିଛନ୍ତି। କେବଳ ମାଡ଼ ନୁହେଁ ଗାଳି ଗୁଲଜ କରିବା ସହ ୪ ଜଣ ଛାତ୍ରଙ୍କୁ ସିଗାରେଟ୍ ମଧ୍ୟ ପିଆଇଛନ୍ତି।
ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ୫୬ ଫୁଟ୍ ଲମ୍ବର ଏକ ବିରାଟକାୟ ବିଶ୍ୱକପ୍ ଟ୍ରଫି ପ୍ରତିକୃତୀ ନିର୍ମାଣ କରିବା ସହ ଟିମ୍ ଇଣ୍ଡିଆକୁ ଶୁଭେଛା ଜଣାଇଛନ୍ତି।
କ୍ୟାବିନେଟ ଅନୁମୋଦନ ପରେ ମାତ୍ର ୪୮ ଘଣ୍ଟା ଭିତରେ ଲାଗିଲା ରୋକ୍। ଉଠିଲା ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ। ତେବେ ଆଦିବାସୀ ଜମିଜମା ସଂଶୋଧନ ପ୍ରସ୍ତାବକୁ କ୍ୟାବନେଟ୍ ମୋହର ପରେ କାହିଁକି ସରକାର ସ୍ଥଗିତ କଲେ। ଆଦିବାସୀମାନେ ଅଣ ଆଦିବାସୀଙ୍କୁ ଜମି ହସ୍ତାନ୍ତର କରିପାରିବେ ବୋଲି ପ୍ରସ୍ତାବକୁ ଚାରିଆଡୁ...
ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲରେ ଫସିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର ଲାଗି ଚାଲିଛି ଅବିଶ୍ରାନ୍ତ ଉଦ୍ୟମ। ଆମେରିକାନ ଅଗର ଡ୍ରିଲ ସାହାଯ୍ୟରେ ମାଟି ଖୋଳା ଚାଲିଥିବା ବେଳେ ୩ ଫୁଟ ପାଇପକୁ ଭିତରକୁ ପୁରାଇ ସେଇ ବାଟରେ ଶ୍ରମିକଙ୍କୁ ବାହାରକୁ ଆଣିବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି...
ବାର୍ଦ୍ଧକ୍ୟ ଭତ୍ତାରେ ବ୍ୟାପକ ହେରଫେର। କେଉଁଠି ଆବେଦନ କରି ବର୍ଷେ ବର୍ଷେ ଅପେକ୍ଷା କଲା ପରେ ହିତାଧିକାରୀ ନିରାଶ ତ ଆଉ କେଉଁଠି ବ୍ୟକ୍ତିଙ୍କ ମୃତ୍ୟୁ ପରେ ବି ଉଠୁଛି ଟଙ୍କା। ମାସିକିଆ ସମୀକ୍ଷା କରି ଭୂତ ହିକାଧିକାରୀଙ୍କୁ ତୁରନ୍ତ ତାଲିକାରୁ ବାଦ୍ ଦେବା ଲାଗି ଜିଲ୍ଲାପାଳମାନଙ୍କୁ ଚିଠି...