Advertisment

ସିମ୍‌ କାର୍ଡ କ୍ରୟ ଓ ବିକ୍ରୟ ପାଇଁ ଆଜିଠୁ ନୂଆ ନିୟମ, ଭାଙ୍ଗିଲେ ଗଣିବେ ୧୦ ଲକ୍ଷର ତଣ୍ଡ

ନୂଆ ନିୟମ ଅନୁଯାୟୀ ଜଣେ ଗ୍ରାହକ ଗୋଟିଏ ଆଧାର ପରିଚୟ ପତ୍ରରେ ୯ଟି ସିମ କାର୍ଡ କିଣିପାରିବେ । ସିମ କିଣିବା ପାଇଁ କ୍ୟୁଆର କୋର୍ଡ ସ୍କାନ ସହ ଡେମୋଗ୍ରାଫି ତଥ୍ୟ ଦେବାକୁ ପଡିବ ।

author-image
Santosh Kumar Sahoo
New Rules for Sim Card

New Rules for Sim Card

ଆଜିଠୁ ସିମ୍‌ କାର୍ଡ ପାଇଁ ଲାଗୁ ହେବ ନୂଆ ନିୟମ। ଏବେ ଆଉ ପୂର୍ବ ପରି ଆପଣ ସହଜରେ ସିମ୍ କାର୍ଡ କିଣି ପାରିବେ ନାହିଁ। କେବଳ କ୍ରୟ ନୁହେଁ ସିମ୍ ବିକ୍ରୟ କରିବାର ନିୟମ ମଧ୍ୟ ପୂର୍ବ ଅପେକ୍ଷା କଠିନ ହେବ। ଆଜିଠାରୁ ଅର୍ଥାତ ଡିସେମ୍ବର ୧ରୁ ଭାରତ ସରକାର ସିମ୍ କାର୍ଡ କ୍ରୟ ଏବଂ ବିକ୍ରୟ ପାଇଁ ନିୟମ ଲାଗୁ କରିଛନ୍ତି।

Advertisment

ନୂଆ ନିୟମ ଅନୁସାରେ ସିମ୍‌ ବିକ୍ରୟ କରୁଥିବା ଡିଲରମାନଙ୍କର ପୋଲିସ୍ ଯାଞ୍ଚ ଓ ବାୟୋମେଟ୍ରିକ୍‌ ଯାଞ୍ଚ କରିବାକୁ ପଡ଼ିବ।ଏହା ସହ ସିମ୍ କାର୍ଡ ବିକ୍ରି କରିବା ପାଇଁ ପଞ୍ଜୀକରଣ କରିବା ମଧ୍ୟ ଆବଶ୍ୟକ। ବ୍ୟବସାୟୀଙ୍କ ପୋଲିସ୍‌ ଯାଞ୍ଚର ସମ୍ପୂର୍ଣ୍ଣ ଦାୟିତ୍ୱ ଟେଲିକମ୍‌ ଅପରେଟରଙ୍କ ଉପରେ ରହିବ। ଯଦି କେହି ଏହ ନିୟମକୁ ଅଣଦେଖା କରି ସିମ୍‌ ବିକ୍ରୟ କରନ୍ତି ତେବେ ତାଙ୍କ ଉପରେ ୧୦ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯିବ। ଯାଞ୍ଚ ପାଇଁ ବ୍ୟବସାୟୀଙ୍କୁ ସରକାର ୧୨ ମାସ ସମୟ ଦେଇଛନ୍ତି।

ନୂଆ ନିୟମ ଅନୁଯାୟୀ ଜଣେ ଗ୍ରାହକ ଗୋଟିଏ ଆଧାର ପରିଚୟ ପତ୍ରରେ ୯ଟି ସିମ କାର୍ଡ କିଣିପାରିବେ । ସିମ କିଣିବା ପାଇଁ କ୍ୟୁଆର କୋର୍ଡ ସ୍କାନ ସହ ଡେମୋଗ୍ରାଫି ତଥ୍ୟ ଦେବାକୁ ପଡିବ । 

Advertisment

ସେହିପରି ଆଜିଠାରୁ ଲାଗୁ ହୋଇଥିବା ନିୟମ ଅନୁସାରେ , ଯଦି ଆପଣ ବ୍ୟବହାର କରୁଥିବା ସିମ୍‌କୁ ବନ୍ଦ କରିବେ ତେବେ ସେହି ନମ୍ବର ୯୦ ଦିନ ମଧ୍ୟରେ ଅନ୍ୟ ଜଣେ ଗ୍ରାହକଙ୍କୁ ଦିଆଯିବ।

New Mobile SIM Card New Rules India News
Advertisment
Advertisment