/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701434881.jpg)
New Parking in Puri
ପୁରୀରେ ଉଦଘାଟିତ ହେଲା ମଲ୍ଟି ଲେବୁଲ କାର ପାର୍କିଂ । ପୁରୀ ଜେଲ ରୋଡ୍ ସ୍ଥିତ ନବନିର୍ମିତ ପାର୍କିଂ ଆଜି ଉଦଘାଟିତ ହୋଇଛି । ଏହି ପାର୍କିଂରେ ୫୦୦ କାର ଓ ୫୦୦ ବାଇକ ଏକକାଳୀନ ପାର୍କିଂ ହେବାର କ୍ଷମତା ରହିଛି । ପ୍ରତି ଚାରିଚକିଆ ଯାନକୁ ୪ ଘଣ୍ଟା ପିଛା ୫୦ ଟଙ୍କା ଦେଇ ପାର୍କିଂ କରିପାରିବେ ପୁରୀ ଯାଉଥିବା ତୀର୍ଥଯାତ୍ରୀ । ୪ ଘଣ୍ଟାରୁ ଉର୍ଦ୍ଧ୍ଵ ପ୍ରତି ଘଣ୍ଟା ପିଛା ୧୦ ଟଙ୍କା ଅଧିକା ଦେୟ ଦେବାକୁ ପଡ଼ିବ ।
ସେହିଭଳି ତିନିଚକିଆ ଯାନ ପାଇଁ ୪ ଘଣ୍ଟାକୁ ୩୦ ଟଙ୍କା ଏବଂ ୪ ଘଣ୍ଟାରୁ ଉର୍ଦ୍ଧ୍ୱ ହେଲେ ଘଣ୍ଟା ପିଛା ୭ ଟଙ୍କା ଅଧିକା ଦେୟ ଦେବାକୁ ପଡ଼ିବ । ପ୍ରତି ଦୁଇଚକିଆ ଯାନ ପିଛା ୪ ଘଣ୍ଟାକୁ କୋଡିଏ ଟଙ୍କା ଏବଂ ୪ ଘଣ୍ଟାରୁ ଉର୍ଦ୍ଧ୍ଵ ହେଲେ ଘଣ୍ଟା ପିଛା ୫ ଟଙ୍କା ଅଧିକା ଦେବାକୁ ପଡିବ । ବୂମ ବ୍ୟାରିଆରରେ ଟଙ୍କା ପେମେଣ୍ଟ କରି ଏହି ସୁବିଧା ପାଇପାରିବେ ଗାଡ଼ି ଚାଳକ । ଆଜି ପୁରୀ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଏହି ମଲଟି ଲେବୁଲ ପାର୍କିଂର ଉଦଘାଟନ କରିଛନ୍ତି । ଭୁବନେଶ୍ୱର ପରେ ଓଡ଼ିଶାର ଏହା ଦ୍ଵିତୀୟ ମଲ୍ଟି ଲେବୁଲ ପାର୍କିଂ। ଶ୍ରୀକ୍ଷେତ୍ରରେ ଆଉ ଦୁଇଟି ଏହିଭଳି ମଲ୍ଟି ଲେବୁଲ ପାର୍କିଂ ଉଦଘାଟନ ଅପେକ୍ଷାରେ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)