/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701431389.jpg)
Bee Attack In BJP Rally
ବିଜେପିର ବ୍ଲକ୍ ଘେରାଉ ସମୟରେ ମହୁ ମାଛି ଆକ୍ରମଣ । ଆକ୍ରମଣରେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଓ ପୋଲିସ କର୍ମଚାରୀଙ୍କ ସମେତ ୫୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ମହୁମାଛି ଆକ୍ରମଣରେ ୪/୫ ଜଣ ପୋଲିସ୍ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଆହତଙ୍କୁ ରାଇଘର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ କାର୍ଯ୍ୟାଳୟରେ। ରାଇଘର ବ୍ଲକର ବିଭିନ୍ନ ଦୁର୍ନୀତିକୁ ନେଇ ଆଜି ବିଜେପି ପକ୍ଷରୁ ବ୍ଲକ୍ କାର୍ଯ୍ୟାଳୟ ଘେରଓ କାଯ୍ୟକ୍ରମ ବେଳେ ଘଟିଛି ଏହି ଅଘଟଣ ।
Advertisment
ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଓ ସମର୍ଥକ ଏକ ରାଲି ମାଧ୍ୟମରେ ସହର ପରିକ୍ରମା କରି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ । ସେଠାରେ ବ୍ଲକ୍ ଘେରାଓ କାର୍ଯ୍ୟକ୍ରମ ଜାରି ରହିଥିବାବେଳେ ହଠାତ୍ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)