Advertisment

ଶିକ୍ଷକଙ୍କୁ କଲେ କିଡନାପ୍‌; ମୁଣ୍ତରେ ବନ୍ଧୁକ ଲଗାଇ ବେଦିରେ ବସେଇଲେ

ନିକଟରେ BPSC ବିହାରରେ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲା। ଏଥିରେ ଗୌତମ ମଧ୍ୟ ନୂଆ କରି ଶିକ୍ଷକ ଚାକିରି ପାଇଥିଲେ। ଘଟଣା ଦିନ ଗୌତମ ସ୍କୁଲରେ ପହଞ୍ଚିବା ପରେ ତାଙ୍କୁ ଅପହରଣ କରଯାଇଥିଲା।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Bihar Teacher Abducted

Bihar Teacher Abducted

ପ୍ରଥମେ କିଡ୍‌ନାପ୍‌ କଲେ ପରେ ମୁଣ୍ଡରେ ବନ୍ଧୁକ ଲଗାଇ ଜୋର ଜବରଦସ୍ତ କରାଇଲେ ବିବାହ। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ସତ। ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ବିହାର ହାଜିପୁରରୁ। ଆଉ ଏହି ଘଟଣାର ଶିକାର ହୋଇଛନ୍ତି ଗୌତମ ନାମକ ଜଣେ ଶିକ୍ଷକ। ଯାହାଙ୍କୁ ପ୍ରଥମେ କିଡ୍‌ନାପ୍‌ କଲେ ଓ ପରେ ମୁଣ୍ଡରେ ବନ୍ଧୁକ ଲଗାଇ ଜୋର ଜବରଦସ୍ତ ବିବାହ କରାଇଲେ।

Advertisment

ଏହି ଘଟଣାଟି ନଭେମ୍ବର ୨୯ ର । ନିକଟରେ BPSC ବିହାରରେ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲା। ଏଥିରେ ଗୌତମ ମଧ୍ୟ ନୂଆ କରି ଶିକ୍ଷକ ଚାକିରି ପାଇଥିଲେ। ଘଟଣା ଦିନ ଗୌତମ ସ୍କୁଲରେ ପହଞ୍ଚିବା ପରେ ତାଙ୍କୁ ଅପହରଣ କରଯାଇଥିଲା। ୫/୬ ଜଣ ଲୋକ ଏକ ସ୍କର୍ପିଓରେ ସ୍କୁଲ ନିକଟରେ ପହଞ୍ଚିଥିଲେ। ତା’ ପରେ ସେମାନେ ଗୌତମଙ୍କୁ ମାଡ଼ ମାରିବା ସହ କିଡ୍‌ନାପ୍‌ କରି ନେଇଯାଇଥିଲେ।

ଏହି ଅପହରଣ ସମ୍ପର୍କରେ ସ୍କୁଲ ପ୍ରିନ୍ସପାଲ ପୋଲିସ ଏବଂ ଗୌତମଙ୍କ ପରିବାରକୁ ସୂଚନା ଦେଇଥିଲେ। ତେବେ ଏହି ମାମଲାରେ ପୋଲିସ ତଦନ୍ତ କରି ଜାଣିବାକୁ ପାଇଥିଲା କି ଗୌତମଙ୍କୁ କିଡ୍‌ନାପ୍‌ କରି ତାଙ୍କୁ ଜୋର ଜବରଦସ୍ତ ବିବାହ କରାଇଥିଲେ। ପଚରାଉଚରା ବେଳେ ଶିକ୍ଷକ ଜଣକ ପୋଲିସକୁ କହିଥିଲେ କି ତାଙ୍କ ମୁଣ୍ଡରେ ବନ୍ଧୁକ ରଖି ଜୋର ଜବରଦସ୍ତ ଏହି ବିବାହ କରାଇଥିଲେ। ଏହି ଘଟଣାରେ ପୋଲିସ ଝିଅର ଦାଦାଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

Advertisment
India Bihar
Advertisment
Advertisment