ମନୋଜ ବାବୁଙ୍କୁ ଯଦି ବ୍ୟକ୍ତିଗତ ଭାବେ ଆଘାତ ଦେଇଛି ତ ମୁଁ ନିଜେ କ୍ଷମା ମାଗୁଛି । ମୁଁ ନିଜେ ସମ୍ବଲପୁରୀଆ ଓ ମୋ ମା’ ବି ସମ୍ବଲପୁରୀଆ । ସମ୍ବଲପୁର ଆମ ଭିତରେ ଅଛି, ସବୁ ଓଡିଆଙ୍କ ଭିତରେ ଅଛି ।
ଆନ୍ଧ୍ର ପକ୍ଷରୁ ଏଭଳି କ୍ୟାମ୍ପ କରିବା ପ୍ରଥମ ନୁହେଁ। ବିଭିନ୍ନ ସମୟରେ ଅନୁପ୍ରବେଶ କରି ରାଜ୍ୟର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ଦେଖିବାକୁ ମିଳୁଛି।
ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ କାତାର ଅଦାଲତ ଦ୍ୱାରା ଯେଉଁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଯାଇଛି ସେଥିରେ ଆମେ ସ୍ତବ୍ଧ। ପରିବାର ସଦସ୍ୟ ଓ ଆଇନ ଦଳ ସହ ଯୋଗାଯୋଗ କରାଯାଉଛି। ସମସ୍ତ ଆଇନଗତ ବିକଳ୍ପ ମଧ୍ୟ ବିଚାର କରାଯାଉଛି।
ସାକାର ହେବାକୁ ଯାଉଛି କୋଟି କୋଟି ରାମଭକ୍ତଙ୍କ ଶତାବ୍ଦୀ ପୁରୁଣା ସ୍ୱପ୍ନ। ଭବ୍ୟ ଓ ଦିବ୍ୟ ସ୍ୱରୂପ ନେଇ ଉଦଘାଟିତ ହେବାକୁ ଯାଉଛି ଅଯୋଧ୍ୟା ରାମ ମନ୍ଦିର। ଆସନ୍ତାବର୍ଷ ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାମ ମନ୍ଦିରର ଉଦଘାଟନ କରିବେ।
ସେବାୟତଙ୍କ କଳିରୁ ପୁଣି ଉପାସରେ ପ୍ରଭୁ ଲିଙ୍ଗରାଜ। ଲିଙ୍ଗରାଜଙ୍କ ଜମିରେ ବଡୁ ନିଯୋଗର ନିର୍ମାଣକୁ ବିରୋଧ କରି ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ନୀତିକାନ୍ତି ବନ୍ଦ କରିଦେବାରୁ ବୁଧବାର ସକାଳଠୁ ଖାଡ଼ା ଉପାସରେ ଅଛନ୍ତି ଠାକୁର।
ଡେଞ୍ଜରକୁ ଡାକି ଆଣୁଥିବା ଡିସ୍କ୍ ଜକି ବା DJ କଲବଲ କରୁଛି। ବୟସ୍କ ଓ ହୃଦରୋଗୀଙ୍କୁ ତ ଘାଇଲା କରୁଛି DJ । କାନ ଫଟା ଓ ଛାତି ଥରା ଶବ୍ଦ ସୃଷ୍ଟିକାରୀ DJର ବିକଟାଳ ମ୍ୟୁଜିକ୍ ମାଡ଼ରେ ଭୁବନେଶ୍ୱରରେ କାହାର ହାର୍ଟ ଆଟାକ ହୋଇଛି ତ କିଏ...
ଜୁଆ ଜାଲରେ ଗଞ୍ଜାମ ଜିଲ୍ଲା। ପରଂପରା ଆଳରେ ଟଙ୍କା ଖେଳର ଏହି ନିଶା, ଅନେକଙ୍କୁ ରାସ୍ତାକୁ ଆଣି ଦେଇଛି। ସର୍ବସ୍ୱ ହରାଉଛନ୍ତି, କାମ ଧନ୍ଦା ପାଇଁ ଦାଦନ ଖଟିବାକୁ ବି ପଡ଼ିଛି। ତଥାପି ସୁଧୁରୁ ନାହାନ୍ତି ଲୋକେ।
ବିଜେଡି ନେତାଙ୍କ, ପାଣ୍ଡିଆନ୍ ଗୁଣଗାନକୁ ନେଇ ଚର୍ଚ୍ଚା ବିଜେଡିର ଯୁବଠୁ ବରିଷ୍ଠ, ଅଧିକାଂଶ ନେତା ପାଣ୍ଡିଆନଙ୍କୁ କ୍ୟାବିନେଟ ପାହ୍ୟା ଦେବାକୁ ସ୍ୱାଗତ କରୁଛନ୍ତି ତ କେହି କେହି ତାଙ୍କୁ ବିକାଶ ପୁରୁଷ ବୋଲି ବି କହିଲେଣି।
୫୦୦ ବର୍ଷ ପରେ ନିଜ ମୂଳ ଆସ୍ଥାନରେ ବିରାଜିବେ ରାମଲାଲା। ସାକାର ହେବ ଶହ ଶହ ବର୍ଷର ସ୍ୱପ୍ନ, ସଂଘର୍ଷ ଓ ସଂକଳ୍ପ। ସଫଳ ହେବ ଅଗଣିତ ରାମଭକ୍ତଙ୍କ ଶ୍ରଦ୍ଧା, ନିଷ୍ଠା ଓ ତ୍ୟାଗ। ସ୍ୱରୂପ ନେବ ଭାରତବର୍ଷର କୋଟି ହିନ୍ଦୁଙ୍କ ସ୍ୱପ୍ନ- ଅଯୋଧ୍ୟା ରାମମନ୍ଦିର ।
ବାଜିରେ ଲାଗୁଛି ଜୀବନର ସବୁକିଛି, ବନ୍ଧା ପଡ଼ୁଛି ଘର ବାଡ଼ି, ଏମିତିକି ସାତପୁରୁଷର ଅର୍ଜିତ ସମ୍ପତ୍ତି। ଖେଳ ଏମିତି ଯାହା ବଦଳାଇ ଦେଇଛି ପରିଚୟ। ଗଞ୍ଜାମ ଜିଲ୍ଲାର ଜୁଆ ଖେଳ। ଯିଏ ଖେଳିଛି ସିଏ ଜାଣିଛି, ଆଉ ଯିଏ ଖେଳିନି ସେ ବି ଏହାର ପରିଣାମ ସମ୍ପର୍କରେ ଅଳ୍ପ...
ଭୟଙ୍କର ଶବ୍ଦରେ କାନ ତାବଦା ହୋଇଯାଉଛି। ବିକଟାଳ ଶବ୍ଦ ଭିତରେ ଥରି ଉଠୁଛି ସର୍ବାଙ୍ଗ । ଆଖି ଝଲସା ଆଲୁଅ ଆଉ ହାଇ ଭଲ୍ୟୁମର ଡିଜେ ଭିତରେ ମତୁଆଲା କିଛି ଯୁବ ଗୋଷ୍ଠୀ। ହେଲେ ଆଖପାଖରେ ଥିବା ଛୋଟ ପିଲା କିମ୍ବା ବୟସ୍କଙ୍କ କଥାକୁ ବୁଝୁଛି କିଏ ?...
ଏହି ବିଜୟ ସହ ଶେଷ ହେଲା ୨୦ ବର୍ଷର ଅପେକ୍ଷା। ୨୦୦୩ ମସିହା ପରେ ପ୍ରଥମ ଥର ପାଇଁ ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ। ଏହି ବିଜୟ ସହ ବିଶ୍ୱକପ୍ ପଏଣ୍ଟ ଟେବୁଲେର ପ୍ରଥମ ସ୍ଥାନରେ ମଧ୍ୟ ପହଞ୍ଚିଛି ଟିମ୍ ଇଣ୍ଡିଆ।
ବିଜେଡି ପାଇଁ ବୁମେରାଂ ସାଜିଲେଣି ବିଦ୍ରୋହୀ। ହେଲେ ୨୦୧୮ରେ ସଂକଳ୍ପ ବିଧାନସଭାରେ ପାରିତ ହେଲା ପରେ ବି ଏ ଯାଏଁ ହୋଇପାରିଲା ନାହିଁ ବିଧାନ ପରିଷଦ ଗଠନ। ତେଣୁ ଟିକେଟ କଟିଲେ ଆଶାୟୀଙ୍କୁ କେଉଁଠି ଥଇଥାନ କରିବେ ତାକୁ ନେଇ ଟେନସନରେ ଦଳ।
ଭଲ ମେସେଜ୍ ଥିବା ଚର୍ଚ୍ଚିତ ଫିଲ୍ମ ହେଉ କି ସମାଜକୁ ସୁନ୍ଦର ବାର୍ତ୍ତା ଦେଉଥିବା ଆକର୍ଷଣୀୟ ଥିମ୍। ପେଣ୍ଡାଲରୁ ପେଣ୍ଡାଲ ଏକକୁ ଆରେକ ବଳି ଚମତ୍କାର ସାଜସଜ୍ଜା, ଦୃଶ୍ୟାୟନ। ହଁ ଆମେ କହୁଛୁ ଦୁର୍ଗାପୂଜାର ନଗରୀ କୋଲକାତା କଥା। ଯେତେ ଦେଖୁଥିଲେ, ସରିବନି। ଆଖି ଆହୁରି ଖୋଜୁଥିବ। ମନ...
ଶାରଦୀୟ ଦୁର୍ଗା ପୂଜା ଆସିଲେ ସବୁବେଳେ ଚର୍ଚ୍ଚାରେ ରୁହେ, ହଜାରେ ବର୍ଷର ସହର କଟକ। କାରଣ ଏଠି ଝଲସି ଉଠେ ସୁନା ଆଉ ଚାନ୍ଦିର ମେଢ଼। ସେଥିପାଇଁ ଦୁଇ ଗୁଣ ହୋଇଯାଏ ଦୁର୍ଗା ପୂଜାର ଚମକ। ଏଥର ବି ପୂର୍ବଭଳି ଚମକି ଉଠୁଛି ସିଲଭର୍ ସିଟି।
ପାର୍ବଣରେ କଡ଼ା ସୁରକ୍ଷାର କଥା କହୁଥିବା କମିଶନରେଟ୍ ପୋଲିସକୁ ଲୁଟେରାଙ୍କ ଖୋଲା ଚାଲେଞ୍ଜ। ରାତି କଥା ଛାଡ଼ନ୍ତୁ, ଦିନରେ ସୁରକ୍ଷା ବଳୟକୁ ଚକମା ଦେଇ ମହିଳା ଭକ୍ତଙ୍କ ବେକରୁ ଲେଡି ଲୁଟେରା ଝାମ୍ପିନେଲେ ସୁନା ଚେନ୍।
ଓଡ଼ିଶା ମୁହାଁ ଆନ୍ଧ୍ର ବାଘ। ଗଜପତି ଜିଲ୍ଲା ମହେନ୍ଦ୍ରଗିରି ଜଙ୍ଗଲରେ ଘୁରି ବୁଲୁଛି ମହାବଳ। ରାତି ହେଲେ ଗାଁରେ ପଶି ଗାଈଗୋରୁଙ୍କୁ ଶିକାର କରୁଛି। ବନ ବିଭାଗ କ୍ୟାମେରା ଟ୍ରାପରୁ ସ୍ପଷ୍ଟ ହୋଇଛି ମହାବଳର ଉପସ୍ଥିତି। ଏହାକୁ ନେଇ ଛାନିଆରେ ସ୍ଥାନୀୟ ଅଧିବାସୀ।
ଏଥର ଅକ୍ଟୋବରରେ ବି ବାତ୍ୟାକୁ ଜନ୍ମଦେବ ବଙ୍ଗୋପସାଗର। ସୃଷ୍ଟି ହେବ ବାତ୍ୟା ‘ହାମୁନ୍’ । ଦଶରା ବେଳେ ଭାରତୀୟ ପାଣିପାଗ ବିଭାଗର ଏହି ଆକଳନ ଓଡ଼ିଶାବାସୀଙ୍କୁ ପୁଣି ଚିନ୍ତା ଓ ଆଶଙ୍କାରେ ପକାଇଥିବା ବେଳେ, ଆଶ୍ୱସ୍ତିର ବିଷୟ ହେଉଛି ଏହା ଓଡ଼ିଶା ଆଡ଼କୁ ଆସିବନି।
ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ସମ୍ଭାବ୍ୟ ଘୂର୍ଣ୍ଣିଝଡ଼। କାଲି ବାତ୍ୟା ବନିବା ପରେ ଏହାର ନାଁ ରହିବ 'ହାମୁନ୍'। ଇରାନ ଦେଇଥିବା ଏହି ନାଁର ଅର୍ଥ ମରୁଭୂମିର ଜଳାଶୟ।
ସୁରକ୍ଷା ବ୍ୟବସ୍ଥାକୁ ନେଇ ପୂଜା ଆରମ୍ଭରୁ ଝୁଣ୍ଟିଲାଣି କି କମିଶନରେଟ ପୋଲିସ୍ ? ଡାଳେ ଡାଳେ ଯାଉଥିବା ପୋଲିସକୁ ପତ୍ରେ ପତ୍ରେ ଯାଇ ଚାଲେଞ୍ଜ ଦେଉଛନ୍ତି କି ଲୁଟେରା ? କାରଣ ରାତି ତ ରାତି, ପାର୍ବଣର ଭିଡ଼ ଭିତରେ ଦିନରେ ବି ଦୁର୍ବୃତ୍ତ ଲୁଟିଲେଣି ଗହଣା ଗାଣ୍ଠି...