Advertisment

ଜିରୋ ଫାଟାଲିଟି ୱିକ୍ ଆରମ୍ଭରୁ ମୃତ୍ୟୁ ବିଭୀଷିକା, ୪ ଦୁର୍ଘଟଣାରେ ଅକାଳରେ ଗଲା ୧୧ ଜୀବନ

ରାଜ୍ୟ ପରିବହନ ବିଭାଗର ଆକ୍ସିଡେଣ୍ଟ ତଥ୍ୟ ବି ଆଖି ତରାଟିଲା ଭଳି। ଗତ ୧୦ ବର୍ଷରେ ସଡ଼କ ଦୁର୍ଘଟଣାରେ ଗଲାଣି ୪୮ ହଜାର ଜୀବନ। ଦୈନିକ ଏ ସଂଖ୍ୟା ୧୩। ଆଶ୍ଚର୍ଯ୍ୟର କଥା ଏପ୍ରିଲରେ ଜିରୋ ଫାଟାଲିଟି ୱିକ୍ ପାଳନ ସତ୍ତ୍ୱେ ବର୍ଷର ପ୍ରଥମ ୯ ମାସରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୪.୯ ପ୍ରତିଶତ ବଢ଼ିଛି।

author-image
Santosh Kumar Sahoo
zero fatality week

zero fatality week

ରାସ୍ତା ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ଆରମ୍ଭରୁ ମୃତ୍ୟୁର ତାଣ୍ଡବ । ପ୍ରଥମ ଦିନରେ ଯାଇଛି ୧୧ ଜୀବନ। କେନ୍ଦୁଝର ଘଟଗାଁ ବାଲିଯୋଡ଼ିରେ ଟ୍ରକକୁ ପଛପଟୁ ୱିଙ୍ଗର୍ ଧକ୍କା ହେବାରୁ ୮ ଜଣଙ୍କ ଅକାଳ ମୃତ୍ୟୁ ହୋଇଥିବା ବେଳେ ଭଦ୍ରକ ଗେଲପୁର, ସମ୍ବଲପୁରର ଚିନିମହୁଲ ଓ କେନ୍ଦୁଝର ଆନନ୍ଦପୁରଠାରେ ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ପ୍ରାଣହାନୀ ଘଟିଛି। ତେଣୁ ପ୍ରଶ୍ନ- କାହିଁକି ଘଟୁଛି ଏତେ ରୋଡ୍ ଆକ୍ସିଡେଣ୍ଟ ? କେଉଁଠି ରହୁଛି ତ୍ରୁଟି ? କାରଣ ଖୋଜିବାକୁ ଆମ ଟିମ୍ ପହଞ୍ଚିଥିଲା ଗ୍ରାଉଣ୍ଡ ଜିରୋରେ ।

Advertisment

ଇଏ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ହନ୍ତାଳଗୁଡ଼ା ଘାଟି ରାସ୍ତାର ଦୃଶ୍ୟ। ଅଣଓସାରିଆ ରାସ୍ତା, ତାସହ ଅନେକ ଉଚ୍ଚ ବୁଲାଣି। ହେଲେ କେଉଁଠି ବି ନାହିଁ ଗୋଟେ ବି ଗାର୍ଡ ୱାଲ୍ । ଖାଲି ସେତିକି ନୁହେଁ, ଡ୍ରାଇଭରଙ୍କୁ ଘାଟି ରାସ୍ତା ବୋଲି ଜଣେଇବାକୁ ସାମାନ୍ୟ ଫଳକଟିଏ ବି ନାହିଁ। ସେମିତି ଇଏ ସୋର- ବାଲେଶ୍ବର ୧୬ ନମ୍ବର ଜାତୀୟ ରାଜପଥ। ୩ ବର୍ଷରେ ସରିବାକୁ ଥିବା କାମ ୫ବର୍ଷ ପରେ ବି ଅଧପନ୍ତରିଆ। ଏନଏଚ୍‌ର ଏହି ପ୍ୟାଚ୍‌ରେ ୧୫ଟି ବ୍ଲାକ୍ ସ୍ପଟ୍ ଅଛି, କିନ୍ତୁ ଗୋଟିଏ ହେଲେ ହମ୍ପସ୍ ନାହିଁ କି ବ୍ଲିଂକିଂ ଲାଇଟ୍ ବି ଲାଗିନି। ଫଳରେ ଏଠି ବାରମ୍ବାର ଘଟୁଛି ଦୁର୍ଘଟଣା। ରାସ୍ତା କାମ କେବେ ସରିବ, ଖୋଦ୍ ସ୍ଥାନୀୟ ଜିଲ୍ଲାପାଳଙ୍କୁ ବି ଅଗୋଚର।

ଏଣେ ରାଜ୍ୟ ପରିବହନ ବିଭାଗର ଆକ୍ସିଡେଣ୍ଟ ତଥ୍ୟ ବି ଆଖି ତରାଟିଲା ଭଳି। ଗତ ୧୦ ବର୍ଷରେ ସଡ଼କ ଦୁର୍ଘଟଣାରେ ଗଲାଣି ୪୮ ହଜାର ଜୀବନ। ଦୈନିକ ଏ ସଂଖ୍ୟା ୧୩। ଆଶ୍ଚର୍ଯ୍ୟର କଥା ଏପ୍ରିଲରେ ଜିରୋ ଫାଟାଲିଟି ୱିକ୍ ପାଳନ ସତ୍ତ୍ୱେ ବର୍ଷର ପ୍ରଥମ ୯ ମାସରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୪.୯ ପ୍ରତିଶତ ବଢ଼ିଛି। ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ୪ ହଜାର ୧୭୮ ଜୀବନ ଯାଇଛି। ଆଉ ଏଭଳି ସ୍ଥିତିରେ ପରିବହନ ବିଭାଗର ଜିରୋ ଫାଟାଲିଟି ୱିକ୍ ସଫଳତା ନେଇ ସନ୍ଦେହ ପ୍ରକାଶ କରିଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ । କହିଛନ୍ତି, ଟ୍ରାନସପୋର୍ଟ ଡିପାର୍ଟମେଣ୍ଟ ନିଇତି ନୂଆ ସର୍କୁଲାର ଜାରି କରୁଛି, ହେଲେ ତୃଣମୂଳ ସ୍ତରରେ ଫଳ ଶୂନ୍। ଏବେ ଦେଖିବାର ଜିରୋ ଫାଟାଲିଟି ୱିକରେ ଦୁର୍ଘଟଣାଜନିତ ମୃତ୍ୟୁର ଧାରା କମୁଛି ନା ବଢୁଛି ?

Advertisment
Odisha State Transport Authority
Advertisment
Advertisment