Advertisment

ମଝି ସମୁଦ୍ରରେ ଡଙ୍ଗାରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୧୧ ମତ୍ସ୍ୟଜୀବୀ

କାକିନାଡ଼ା ବନ୍ଦରରୁ ମାଛ ଧରିବା ପାଇଁ ଏହି ଡଙ୍ଗାଟି ଯାଇଥିଲା। ରୋଷେଇ କରିବା ସମୟରେ ଗ୍ୟାସ ସିଲିଣ୍ଡର ଫାଟି ଯିବାରୁ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ତେବେ ନିକଟରେ ଅନ୍ୟ ଏକ ଡ଼ଙ୍ଗାରେ ଯାଉଥିବା ମତ୍ସ୍ୟଜୀବୀମାନେ ସେମାନଙ୍କୁ ରକ୍ଷା କରିଥିଲେ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Boat Catches Fire

Boat Catches Fire

ଆନ୍ଧ୍ରପ୍ରଦେଶ କାକିନାଡାରେ ମଝିସମୁଦ୍ରରେ ଡଙ୍ଗାରେ ଭୟାବହ ଅଗ୍ନିକାଣ୍ଡ । ଆଜି ପୂର୍ବାହ୍ନରେ ସମୁଦ୍ର ମଝିରେ ଗୋଟିଏ ମାଛ ଧରା ଡଙ୍ଗାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଘଟଣ ବେଳେ ଡଙ୍ଗାରେ ୧୧ ଜଣ ମତ୍ସ୍ୟଜୀବୀ ଥିଲେ। ତେବେ ସମସ୍ତେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି।

Advertisment

ସୂଚନା ଅନୁଯାୟୀ କାକିନାଡ଼ା ବନ୍ଦରରୁ ମାଛ ଧରିବା ପାଇଁ ଏହି ଡଙ୍ଗାଟି ଯାଇଥିଲା। ରୋଷେଇ କରିବା ସମୟରେ ଗ୍ୟାସ ସିଲିଣ୍ଡର ଫାଟି ଯିବାରୁ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ତେବେ ନିକଟରେ ଅନ୍ୟ ଏକ ଡ଼ଙ୍ଗାରେ ଯାଉଥିବା ମତ୍ସ୍ୟଜୀବୀମାନେ ସେମାନଙ୍କୁ ରକ୍ଷା କରିଥିଲେ। ଖବର ପାଇ ସ୍ଥାନୀୟ କୋଷ୍ଟଗାର୍ଡ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏଥି ସହିତ ସମସ୍ତ ୧୧ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କରି କୂଳକୁ ଆଣିଥିଲେ। ପରେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଏହି ଅଗ୍ନିକାଣ୍ଡରେ ଡଙ୍ଗାଟି ସମ୍ପୂର୍ଣ୍ଣ ରୂପେ ପୋଡ଼ି ଯାଇଛି।

Boat Catches Fire India News
Advertisment
Advertisment