Advertisment

ପାଣ୍ଡିଆନଙ୍କ ପଲିଟିକାଲ୍ ଲଚିଂ ପରେ ତାଙ୍କୁ ମିଳିବ କେଉଁ ପଦବୀ ? କେତେ ପ୍ରଭାବିତ ହେବ ଦଳ ଓ ରାଜ୍ୟ ରାଜନୀତି ?

ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱସ୍ତ ପାଣ୍ଡିଆନ୍ ଏବେ ବିଜେଡିରେ ଯୋଗ ଦେଇଥିବାରୁ ଅନେକ ଦାୟିତ୍ୱ ସହ ଚାଲେଞ୍ଜର ସମ୍ମୁଖୀନ ହେବେ। ଯେହେତୁ ସେ ଦଳରେ ଯୋଗ ଦେଇଛନ୍ତି ସୁପ୍ରିମୋ ତାଙ୍କୁ ବଡ଼ ପଦବିରେ ଅବସ୍ଥାପିତ କରିବା ନିଶ୍ଚିତ।

author-image
Santosh Kumar Sahoo
VK Pandian

VK Pandian

ପଲିଟିକ୍ସରେ ପାଣ୍ଡିଆନ୍। ରାଜ୍ୟ ରାଜନୀତିରେ ବଡ଼ ହଲ୍‌ଚଲ୍। ବଦଳିବ କି ରାଜନୈତିକ ସମୀକରଣ ? ୨୦୨୪ ନିର୍ବାଚନରେ ପାଣ୍ଡିଆନ୍ ସାଜିବେ କି ବିଜେଡିର ଷ୍ଟ୍ରାଟେଜି ମେକର ? ସାଧାରଣ ନିର୍ବାଚନକୁ ଆଉ ୫ ମାସ ବାକି। ଏହାପୂର୍ବରୁ ପାଣ୍ଡିଆନ୍ ବିଜେଡିରେ ଯୋଗ ଦେଇ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିବାରୁ ପାୱାର କରିଡରରେ ଚର୍ଚ୍ଚା ଜୋର୍। ପ୍ରଶାସନିକ କ୍ଷେତ୍ରରେ ହାସଲ କରିଥିବା ଅଭିଜ୍ଞତା ଦଳର ସଂଗଠନକୁ ସୁଦୃଢ କରିବାରେ ସହାୟକ ହେବ ବୋଲି ବିଜେଡିର ତୁଙ୍ଗ ନେତାମାନେ ଦାବି କରିଛନ୍ତି। ବିରୋଧୀ ବିଜେପି କହିଛି, ପାଣ୍ଡିଆନ୍‌ଙ୍କ ଭଳି ଅନେକ ଆସିଲେଣି, ଗଲେଣି । କିଛି ପ୍ରଭାବ ପଡିବନି।

Advertisment

ସେପଟେ ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଓଡ଼ିଶାରେ ଡିପ୍ ଫେକ୍ ସରକାର ଚାଲିଛି ବୋଲି କହି କଡ଼ା ସମାଲୋଚନା କରିଛନ୍ତି। ଅଭିଯୋଗ କରିଛନ୍ତି, ଓଡ଼ିଶା ଏବେ ରାଜନୈତିକ, ଆର୍ଥିକ, ସାଂସ୍କୃତିକ ଓ ସାମାଜିକ ବିପର୍ଯ୍ୟୟ ଆଡକୁ ମୁହାଁଇଛି। ସେହିପରି କଂଗ୍ରେସ କହିଛି ଏହା ଅପ୍ରତ୍ୟାଶିତ ନଥିଲା। ତାମିଲନାଡୁରେ ଉତ୍ସବର ମାହୋଲ।

ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱସ୍ତ ପାଣ୍ଡିଆନ୍ ଏବେ ବିଜେଡିରେ ଯୋଗ ଦେଇଥିବାରୁ ଅନେକ ଦାୟିତ୍ୱ ସହ ଚାଲେଞ୍ଜର ସମ୍ମୁଖୀନ ହେବେ। ଯେହେତୁ ସେ ଦଳରେ ଯୋଗ ଦେଇଛନ୍ତି ସୁପ୍ରିମୋ ତାଙ୍କୁ ବଡ଼ ପଦବିରେ ଅବସ୍ଥାପିତ କରିବା ନିଶ୍ଚିତ। ତେବେ କେଉଁ ପଦବି ପାଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର। ୨୦୨୪ ନିର୍ବାଚନରେ ଦଳୀୟ ଟିକେଟ ବଣ୍ଟନରେ ସେ ବଡ଼ ଭୂମିକା ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଦଳ ଭିତରେ କୁହୁଳୁଥିବା ପୁଞ୍ଜିଭୂତ ଅସନ୍ତୋଷକୁ ପ୍ରଶମିତ କରି ଏକାଧିକ ଆଶାୟୀଙ୍କୁ ମ୍ୟାନେଜ୍ କରିବା ବି ତାଙ୍କ ପାଇଁ ଚାଲେଞ୍ଜ। ସବୁଠାରୁ ବଡ଼ ଚାଲେଞ୍ଜ ହେବ, ଏବେ ସେ ରାଜନୈତିକ ବ୍ୟକ୍ତି ହୋଇଥିବାରୁ ବିରୋଧୀଙ୍କ ଆକ୍ରମଣର ଜବାବ ଦେବାକୁ ପଡ଼ିବ। ଆଉ ଚଳି ନପାରେ ବାବୁ ପଣିଆ ବା ଟଚ୍ ମି ନଟ୍ ପଲିସି। ମୋଟା ମୋଟି ଭାବେ ୨୦୨୪ ନିର୍ବାଚନ ପାଣ୍ଡିଆନ୍‌ଙ୍କ ପାଇଁ ଏସିଡ୍‌ ଟେଷ୍ଟ ହେବାକୁ ଯାଉଛି।

Advertisment

ଚର୍ଚ୍ଚା, ଆଲୋଚନା, ପର୍ଯ୍ୟାଲୋଚନାକୁ ଏଡାଇ ପାଣ୍ଡିଆନ୍ ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ତେବେ ରାଜନୀତି ମଇଦାନରେ ପାଣ୍ଡିଆନଙ୍କୁ କେତେ ସମର୍ଥନ ଓ ସଫଳତା ମିଳୁଛି ତାକୁ ଅପେକ୍ଷା।

Odisha BJD VK Pandian
Advertisment
Advertisment