Advertisment

ଚଳନ୍ତା ଟ୍ରେନ୍‌ରେ କଲେ ବିବାହ, ଦେଖନ୍ତୁ ଭାଇରାଲ ଭିଡିଓ...

ଏହି ଭିଡିଓ ଇଣ୍ଟରନେଟ୍‌ରେ ଏବେ ଆଲୋଡନ ସୃଷ୍ଟି କରିଛି। କାରଣ ଟ୍ରେନରେ ବିବାହକୁ କେହି ଦେଖି ନଥିବେ। ଭାଇରାଲ ହେଉଥିବା ଏହି କ୍ଲିପ୍‌ରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି କି ଟ୍ରେନ୍‌ରେ ଯୁବକ ପ୍ରଥମେ ଯୁବତୀଙ୍କ ମଥାରେ ସିନ୍ଦୂର ପିନ୍ଧାଉଛନ୍ତି।

author-image
Santosh Kumar Sahoo
Marriage In Train

Marriage In Train

ଏବେ ସାରା ଦେଶରେ ଚାଲିଛି ବିବାହ ଋତୁ। ଏହି ବିବାହ ଋତୁରେ ଲକ୍ଷ ଲକ୍ଷ ବିବାହ ଅନୁଷ୍ଠିତ ହେଉଛି। କିନ୍ତୁ ସମସ୍ତ ବିବାହ ଯେ କେବଳ ବିଳାସ ପୂର୍ଣ୍ଣ ‘ୱେଡିଂ ଭେନ୍ୟୁ’ରେ ହୁଏ ନାହିଁ। କିଛି ବିବାହ ଟ୍ରେନ୍‌ରେ ମଧ୍ୟ ହୋଇଥାଏ। ଏହା ଆମେ କହୁନାହୁଁ, ଇଣ୍ଟରନେଟରେ ଭାଇରାଲ୍ ହୋଇଥିବା ଏହି ଭିଡିଓଗୁଡ଼ିକ ଏହାର ପ୍ରମାଣ।

Advertisment

ଏହି ଭିଡିଓ ଇଣ୍ଟରନେଟ୍‌ରେ ଏବେ ଆଲୋଡନ ସୃଷ୍ଟି କରିଛି। କାରଣ ଟ୍ରେନରେ ବିବାହକୁ କେହି ଦେଖି ନଥିବେ। ଭାଇରାଲ ହେଉଥିବା ଏହି କ୍ଲିପ୍‌ରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି କି ଟ୍ରେନ୍‌ରେ ଯୁବକ ପ୍ରଥମେ ଯୁବତୀଙ୍କ ମଥାରେ ସିନ୍ଦୂର ପିନ୍ଧାଉଛନ୍ତି। ଏହା ପରେ ଯୁବତୀଙ୍କୁ ମଙ୍ଗଳସୂତ୍ର ପିନ୍ଧାଇଛନ୍ତି ଯୁବକଜଣକ। ଏହାପରେ ଉଭୟ ଉଭୟଙ୍କୁ ବରମାଳା ମଧ୍ୟ ପିନ୍ଧାଇଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି। ଶେଷରେ ଝିଅଟି ଯୁବକଙ୍କ ପାଦ ଛୁଇଁ ଆର୍ଶୀବାଦ ନେଇଥିଲା। ତେବେ ଏହି ସମୟର ଦୃଶ୍ୟକୁ ଟ୍ରେନ୍‌ରେ ଥିବା ଅନେକ ଯାତ୍ରୀ ମୋବାଇଲରେ କଏଦ କରିଥିଲେ। ଯାହା ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Advertisment

Train Marriage Viral Video
Advertisment
Advertisment