Advertisment

କ୍ରୀଡା ମୈଦାନରେ ପତି-ପତ୍ନୀ ଯୋଡ଼ି, ଦୀନେଶ-ଦୀପିକାଙ୍କୁ ନେଇ ବେଶ୍‌ ଚର୍ଚ୍ଚା

ଆଇପିଏଲ୍‌ର ଚଳିତ ସିଜନରେ ଖେଳୁଥିବା ଦୀନେଶ କାର୍ତ୍ତିକ ଓ ତାଙ୍କ ପତ୍ନୀ ଦୀପିକା ପାଲ୍ଲିକଲଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା।  ଫିନିସର ଭାବେ ଆରସିବି ପାଇଁ ମ୍ୟାଚ୍‌ ଜିଣି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି ଦୀନେଶ। ସେପଟେ ବିଶ୍ୱ Squash ମହିଳା ରାଙ୍କିଂରେ ଟପ୍ ଟେନ୍‌ରେ ରହି ରେକର୍ଡ ଭାଙ୍ଗିଛନ୍ତି ଦୀପିକା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Dinesh Karthik With His Wife Dipika Pallikal

Dinesh Karthik With His Wife Dipika Pallikal

କ୍ରୀଡା ମୈଦାନରେ ପତି-ପତ୍ନୀ ଯୋଡ଼ି। ଆଇପିଏଲ୍‌ର ଚଳିତ ସିଜନରେ ଖେଳୁଥିବା ଦୀନେଶ କାର୍ତ୍ତିକ ଓ ତାଙ୍କ ପତ୍ନୀ ଦୀପିକା ପାଲ୍ଲିକଲଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା।  ଫିନିସର ଭାବେ ଆରସିବି ପାଇଁ ମ୍ୟାଚ୍‌ ଜିଣି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି ଦୀନେଶ। ସେପଟେ ବିଶ୍ୱ Squash ମହିଳା ରାଙ୍କିଂରେ ଟପ୍ ଟେନ୍‌ରେ ରହି ରେକର୍ଡ ଭାଙ୍ଗିଛନ୍ତି ଦୀପିକା। 

Advertisment

ଚଳିତ ବର୍ଷ ଇଣ୍ଡିଆନ୍ ପ୍ରିମିୟର ଲିଗ୍, Royal Challengers Bangalore(RCB) ପାଇଁ ଟପ୍ ଫର୍ମରେ ଅଛନ୍ତି ଦୀନେଶ କାର୍ତ୍ତିକ। ଫିନିସର ଭାବେ RCB ପାଇଁ ମ୍ୟାଚ୍‌ ଜିଣି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି। ହେଲେ ଅନେକ ଜାଣି ନଥିବେ କ୍ରିକେଟର ଦୀନେଶ କାର୍ତ୍ତିକଙ୍କ ପତ୍ନୀ କିଏ ?  ସ୍କ୍ୱାଶ୍‌ ଚାମ୍ପିୟନ ଦୀପିକା ପାଲ୍ଲିକଲ ହେଉଛନ୍ତି ଦୀନେଶଙ୍କ ପତ୍ନୀ।

ବିଶ୍ୱ ସ୍କ୍ୱାଶ୍‌ ମହିଳା ରାଙ୍କିଂରେ ଟପ୍ ଟେନ୍ ଭିତରେ ରହି ରେକର୍ଡ ଭାଙ୍ଗିଛନ୍ତି ଦୀପିକା। ସ୍କ୍ୱାଶ୍‌ ପାଇଁ ଦୀପିକା ଅର୍ଜୁନ ପୁରସ୍କାର ସହ ପଦ୍ମଶ୍ରୀ ଉପାଧିରେ ମଧ୍ୟ ଭୂଷିତ ହୋଇଛନ୍ତି। ଉଭୟେ ପତି-ପତ୍ନୀ କ୍ରୀଡା ମୈଦାନରେ ବେଶ୍‌ ନାଁ କରି ଥିବାବେଳେ ଏବେ ତାଙ୍କ ଯୋଡ଼ିକୁ ନେଇ ବେଶ୍‌ ଚର୍ଚ୍ଚା। ସ୍କ୍ୱାଶ୍‌ ପୂର୍ବରୁ ଦୀପିକାଙ୍କ ମଡେଲିଂ ଉପରେ ରୁଚି ରହିଥିଲା।

Advertisment

୨୦୧୩ ମସିହାରେ ନିର୍ବଦ୍ଧ ଏବଂ ଠିକ୍ ୨ ବର୍ଷ ପରେ ଅର୍ଥାତ୍‌ ଅଗଷ୍ଟ ୨୦୧୫ ମସିହାରେ ଦୀନେଶ-ଦୀପିକା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଦୁହେଁ  ବନି ଯାଇଥିଲେ ପତିପତ୍ନୀ। ଦୀପିକା ହେଉଛନ୍ତି ଦୀନେଶ କାର୍ତ୍ତିକଙ୍କ ଦ୍ୱିତୀୟ ପତ୍ନୀ। ଏହା ପୂର୍ବରୁ ଦୀନେଶ, ନିକିତା ବିଜୟଙ୍କୁ ବିବାହ କରିଥିଲେ। ବିବାହ ବିଚ୍ଛେଦ ପରେ ପୂର୍ବତନ କ୍ରିକେଟର ମୂରଲୀ ବିଜୟଙ୍କୁ ନିକିତା ବିବାହ କରିଛନ୍ତି। ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କ ପଡୋଶୀ ହେଉଛନ୍ତି ଦୀନେଶ ଓ ଦୀପିକା।   

IPL Dinesh Karthik Dipika Pallikal
Advertisment
Advertisment