Indian Railways Big Decision
ଟିକେଟ୍ ବୁକିଂକୁ ନେଇ ଭାରତୀୟ ରେଳ ବିଭାଗ ଏକ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଟିକେଟ୍ ବୁକିଂ କରିବା ସମୟରେ ଯାତ୍ରୀଙ୍କୁ ଆଉ ଡେଷ୍ଟିନେସନ୍ ଆଡ୍ରେସ୍ ଦେବାକୁ ପଡ଼ିବ ନାହିଁ। ମହାମାରୀ କରୋନା ଯୋଗୁ IRCTC ୱେବ୍ସାଇଟ୍ ଓ ଆପ୍ରେ ଟିକେଟ୍ ବୁକିଂ ସମୟରେ ଡେଷ୍ଟିନେସନ୍ ଆଡ୍ରେସ୍ ବାଧ୍ୟତାମୂଳକ କରାଯାଇଥିଲା। ହେଲେ ଏଣିକି ଆଉ ଏହି ଆଡ୍ରେସ ଦେବାକୁ ପଡ଼ିବ ନାହିଁ।
ରେଳ ମନ୍ତ୍ରାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଟିକେଟ୍ ବୁକିଂ ସମୟରେ ଗନ୍ତବ୍ୟ ସ୍ଥଳର ଠିକଣା ଦେବା ପାଇଁ ଯେଉଁ ନିୟମ ଥିଲା, ଏବେ ଏହାକୁ ହଟାଇ ଦିଆଯାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସଂକ୍ରମିତଙ୍କୁ ଟ୍ରେସିଂ କରିବା ପାଇଁ ଡେଷ୍ଟିନେସନ୍ ଆଡ୍ରେସ୍ ବାଧ୍ୟତାମୂଳକ କରାଯାଇଥିଲା। ଏବେ ସଂକ୍ରମଣ ହ୍ରାସ ପାଇବା ପରେ ଏହି ନିୟମ ହଟାଇ ଦିଆଯାଇଛି।
ସୂଚନାଥାଉ କି, ଦେଶରେ ଯେତେବେଳେ ମହାମାରୀ କରୋନା ଆରମ୍ଭ ହୋଇଥିଲା, ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ବଡ଼ ବଡ଼ ନିଷ୍ପତ୍ତି ନିଆଯାଇଥିଲା। ବହୁତ ଦିନ ଧରି ରେଲ୍ୱେ ପକ୍ଷରୁ ଟ୍ରେନ୍ ଚଳାଚଳ ମଧ୍ୟ ବନ୍ଦ ରଖାଯାଇଥିଲା। ଯେତେବେଳେ ଟ୍ରେନ୍ ଚଳାଚଳ ପୁଣି ଆରମ୍ଭ ହୋଇଥିଲା, ଅନେକ କଟକଣା ମଧ୍ୟ ବଳବତ୍ତର ରହିଥିଲା।
ପୂର୍ବଭଳି ଯାତ୍ରୀଙ୍କୁ ଏସି କୋଚ୍ରେ କମ୍ବଳ ଏବଂ ଚଦର ମିଳିବା ନେଇ କିଛିଦିନ ପୂର୍ବେ ରେଲ୍ୱେ ପକ୍ଷରୁ ଘୋଷଣା କରାଯାଇଥିଲା। କରୋନା ସଂକ୍ରମଣ ହ୍ରାସ ପରେ ରେଳବାଇ ପକ୍ଷରୁ ଏହିସବୁ ସେବା ଯୋଗାଣ ଉପରେ ପ୍ରତିବନ୍ଧକ ହଟାଇବା ସହ ପୁନର୍ବାର ଚାଲୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)