Advertisment

ବଢ଼ି ବଢ଼ି ଚାଲିଛି ସୁନା, ଦିନକରେ ଏତେ ଟଙ୍କା ମହଙ୍ଗା ହେଲା...

ପୁଣି ବଢ଼ିଲା ସୁନା ଓ ରୂପା ଦର। ଆଜି ସୁନା ପ୍ରତି ୧୦ ଗ୍ରାମକୁ ୨୫୯ ଟଙ୍କା ବୃଦ୍ଧି ପାଇଥିବା ବେଳେ ରୂପା ପ୍ରତି କିଲୋକୁ ୯୩୩ ଟଙ୍କା ମହଙ୍ଗା ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Gold Price Increased

Gold Price Increased

ପୁଣି ବଢ଼ିଲା ସୁନା ଓ ରୂପା ଦର। ଆଜି ସୁନା ପ୍ରତି ୧୦ ଗ୍ରାମକୁ ୨୫୯ ଟଙ୍କା ବୃଦ୍ଧି ପାଇଥିବା ବେଳେ ରୂପା ପ୍ରତି କିଲୋକୁ ୯୩୩ ଟଙ୍କା ମହଙ୍ଗା ହୋଇଛି। ପ୍ରତି ୧୦ ଗ୍ରାମକୁ ସୁନା ୨୫୯ ଟଙ୍କା ବୃଦ୍ଧି ପାଇ ୫୧,୨୦୪ ଟଙ୍କାରେ ପହଞ୍ଚିଛି। ସେହିପରି ରୂପା ପ୍ରତି କିଲୋକୁ ୯୩୩ ଟଙ୍କା ବୃଦ୍ଧି ପାଇ ୬୨,୫୩୮ ଟଙ୍କାରେ ପହଞ୍ଚିଛି। ପୂର୍ବ କାରବାରରେ ଅର୍ଥାତ୍‌ ଗୁରୁବାର ସୁନା ପ୍ରତି ୧୦ ଗ୍ରାମକୁ ୨୨୭ ଟଙ୍କା ହ୍ରାସ ପାଇ ୫୦,୯୪୫ ଟଙ୍କାରେ ପହଞ୍ଚିଥିଲା। ରୂପା ୧୫୭ ଟଙ୍କା ମହଙ୍ଗା ହୋଇ ପ୍ରତି କିଲୋକୁ ୬୧,୬୦୫ ଟଙ୍କା ହୋଇଥିଲା। 

Advertisment

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୨,୦୯୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୨,୨୦୦ ଟଙ୍କା ରହିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୭,୭୫୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୫୨,୦୯୦ ଟଙ୍କା ରହିଛି। 

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Advertisment
Gold Price Silver Price Gold Price Today
Advertisment
Advertisment