Advertisment

ଭୟଙ୍କର ଭୂକମ୍ପ ଝଟ୍‌କା, ଆସିପାରେ ସୁନାମୀ

ପୂର୍ବ ତିମୋର ଉପକୂଳରେ ଏକ ଭୟଙ୍କର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି। ଏହି ବଡ଼ ଧରଣର ଭୂକମ୍ପ ଯୋଗୁ ଭାରତ ମହାସାଗରରେ ସୁନାମୀ ଆସିପାରେ।

author-image
Rajalaxmi Sahoo
Tsunami warning in Indian Ocean

Tsunami warning in Indian Ocean

ଶୁକ୍ରବାର ପୂର୍ବ ତିମୋର ଉପକୂଳରେ ଏକ ଭୟଙ୍କର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି। ଏନେଇ ୟୁଏସ୍‌ ଜିଓଲୋଜିକାଲ୍‌ ସର୍ଭେ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କିଛି ସୂଚନା ମିଳିପାରିନି। 

Advertisment

ଏହି ବଡ଼ ଧରଣର ଭୂକମ୍ପ ଯୋଗୁ ଭାରତ ମହାସାଗରରେ ସୁନାମୀ ଆସିପାରେ। IOTWMS(Indian Ocean Tsunami Warning and Mitigation System) ପକ୍ଷରୁ ଏହି ୱାର୍ଣ୍ଣିଂ ଜାରି କରାଯାଇଛି।  USGS ପକ୍ଷରୁ କୁହାଯାଇଛି ଯେ, ପୂର୍ବ ତିମୋର ଏବଂ ଇଣ୍ଡୋନେସିଆ ମଧ୍ୟରେ ତିମୋର ଉପତ୍ୟକାରେ ୫୧.୪ କିଲୋମିଟର (୩୨ ମାଇଲ) ଗଭୀରରେ ଏହି ଭୂକମ୍ପ କେନ୍ଦ୍ରୀଭୂତ ହୋଇଥିଲା। 

ଗତ ଏପ୍ରିଲରେ ଇଣ୍ଡୋନେସିଆର ସୁଲାୱେସିରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୬.୦ ରେକର୍ଡ କରାଯାଇଥିଲା।  ଏହା ପୂର୍ବରୁ ଗତ ଫେବୃଆରୀରେ ଇଣ୍ଡୋନେସିଆର ଉତ୍ତର ସୁମାତ୍ରାରେ ୬.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ଏଥିରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିଲା।

Advertisment

ସୂଚନାଥାଉ କି, ୨୦୦୪ରେ ଇଣ୍ଡୋନେସିଆର ସୁମାତ୍ରାରେ ୯.୧ ତୀବ୍ରତାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଶକ୍ତିଶଳୀ ଏହି ଭୂକମ୍ପରେ ଏତେ ଭୟଙ୍କର ଥିଲା ଯେ, ଏହା ଯୋଗୁ ସୁନାମି ମଧ୍ୟ ଆସିଥିଲା। ଏଥିରେ ପାଖାପାଖି ୨,୨୦,୦୦୦ ଲୋକଙ୍କ ଜୀବନ ଚାଲି ଯାଇଥିଲା।

ସେହିପରି ୨୦୧୮ରେ ଲୋମବକ ଦ୍ୱୀପରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଏଥିରେ ୫୫୦ ଜଣଙ୍କ ଜୀବନ ଯାଇଥିଲା। ଗତବର୍ଷ Paluରେ ୭.୫ ତୀବ୍ରତାର ଭୂକମ୍ପ ପରେ ସୁନାମି ଆସିଥିଲା। ଏଥିରେ ୪,୩୦୦ ଜଣ ଲୋକ ମୃତ୍ୟୁ କିମ୍ବା ନିଖୋଜ ହୋଇଯାଇଥିଲେ।

Earthquake Indian Ocean Tsunami Warning
Advertisment
Advertisment