Advertisment

ମଝି ଆକାଶରୁ ବିମାନ ନିଖୋଜ, ୪ ଭାରତୀୟଙ୍କ ସମେତ ୧୯ ଜଣ ବିମାନରେ ଥିଲେ

ନେପାଳର ଏକ ଘରୋଇ ବିମାନ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ୩ ଜଣ କ୍ରିଉ ମେମ୍ବରଙ୍କ ସମେତ ୧୯ ଜଣ ଯାତ୍ରୀଙ୍କୁ ନେଇ  Tara Air 9 NAET ବିମାନଟି ଟୁରିଷ୍ଟ୍‌ ଟାଉନ୍‌ ପୋଖରାରୁ ଜୋମ୍‌ସୋମ୍‌ ଯାଉଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Nepal Plane With 22 On Board Missing

Nepal Plane With 22 On Board Missing

ନେପାଳର ଏକ ଘରୋଇ ବିମାନ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ୩ ଜଣ କ୍ରିଉ ମେମ୍ବରଙ୍କ ସମେତ ୧୯ ଜଣ ଯାତ୍ରୀଙ୍କୁ ନେଇ  Tara Air 9 NAET ବିମାନଟି ଟୁରିଷ୍ଟ୍‌ ଟାଉନ୍‌ ପୋଖରାରୁ ଜୋମ୍‌ସୋମ୍‌ ଯାଉଥିଲା। ଏହି ସମୟରେ ବିମାନଟି କିଛି ସମୟ ପାଇଁ ନିଖୋଜ ହୋଇଯାଇଥିଲା।

Advertisment

ସୂଚନା ଅନୁସାରେ, Tara Air 9 NAET ବିମାନଟି ଟୁରିଷ୍ଟ୍‌ ଟାଉନ୍‌ ପୋଖରାରୁ ଜୋମ୍‌ସୋମ୍‌ ଯାଉଥିଲା। ସେଠାକାର ସ୍ଥାନୀୟ ସମୟ ଅନୁସାରେ, ଆଜି ସକାଳ ୯ଟା ୫୫ ମିନିଟ୍‌ରେ ବିମାନ ସହ କୌଣସି ଯୋଗାଯୋଗ ହୋଇ ପାରିନଥିଲା। ଶେଷଥର ପାଇଁ ବିମାନଟି ମୁସ୍ତାଙ୍ଗ ଜିଲ୍ଲାର ଜୋମ୍‌ସୋମ୍‌ ଆକାଶରେ ଦେଖିବାକୁ ମିଳିଥିଲା। ଏହାପରେ ବିମାନଟିକୁ ଏମ୍‌ଟି. ଧଉଳିଗିରି ଅଭିମୁଖେ ଡାଇଭର୍ଟ କରାଯାଇଥିଲା। ଏହାପରେ ବିମାନ ସହ କୌଣସି ଯୋଗାଯୋଗ ହୋଇପାରି ନଥିଲା।  

ସୂଚନାଥାଉ କି, ବିମାନରେ ୪ ଜଣ ଭାରତୀୟ, ୩ ଜଣ ଜାପାନୀ ଯାତ୍ରୀ ଥିଲେ। ଅନ୍ୟ ଯାତ୍ରୀମାନେ ନେପାଳର ବୋଲି ଜଣାପଡ଼ିଛି। ବିମାନ ନିଖୋଜ ଖବର ଜଣାପଡ଼ିବା ପରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଛି। ନିଖୋଜ ବିମାନକୁ ଠାବ କରିବା ଲାଗି ସର୍ଚ୍ଚ ଅପରେସନରେ ହେଲିକପ୍ଟର ନିୟୋଜିତ କରାଯାଇଛି। ସର୍ଚ୍ଚ ଅପରେସନରେ ଗୃହ ମନ୍ତ୍ରାଳୟ ପକ୍ଷରୁ ୨ଟି ପ୍ରାଇଭେଟ୍‌ ହେଲିକପ୍ଟର ନିୟୋଜିତ କରିଥିବା ବେଳେ ନେପାଳ ସେନା ହେଲିକପ୍ଟର ମଧ୍ୟ ନିୟୋଜିତ ହୋଇଛି। 

Advertisment
Plane Missing Nepal Plane Missing
Advertisment
Advertisment