Advertisment

ଟୁରିଷ୍ଟ୍‌ ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା: ୭ ମୃତ, ୯ ଗୁରୁତର

ବହରାଇଚ-ଲଖିମପୁର ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି।

author-image
Rajalaxmi Sahoo
7 Killed As Tourist Bus Collides With Truck

7 Killed As Tourist Bus Collides With Truck

ଉତ୍ତରପ୍ରଦେଶର ବହରାଇଚ-ଲଖିମପୁର ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ସମସ୍ତ ମୃତକ କର୍ଣ୍ଣାଟକର ବିଦର୍ଭ ଅଞ୍ଚଳର ବୋଲି ଜଣାପଡ଼ିଛି। ଟ୍ରକ୍‌ ସହ ଟୁରିଷ୍ଟ ବସ୍‌ ମୁହାଁମୁହିଁ ଧକ୍କା ହେବାରୁ ଦୁର୍ଘଟଣା ଘଟିଛି। 

Advertisment

ସୂଚନା ଅନୁସାରେ, ୧୬ ଜଣ ଯାତ୍ରୀଙ୍କୁ ନେଇ କର୍ଣ୍ଣାଟକରୁ ଏକ ଟୁରିଷ୍ଟ୍‌ ବସ୍‌ ଅଯୋଧ୍ୟା ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ମୋତିପୁର ଅଞ୍ଚଳରେ ବହରାଇଚ-ଲଖିମପୁର ହାଇୱେରେ ଟ୍ରକ୍‌ ସହ ଟୁରିଷ୍ଟ ବସ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ବସ୍‌ ଡ୍ରାଇଭରଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲ୍‌ରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ୯ ଗୁରୁତରଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। 

ବହରାଇଚ ଜିଲ୍ଲାପାଳ ହସ୍ପିଟାଲ୍‌ ଯାଇ ଗୁରୁତରଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ପ୍ରଶାସନ ପକ୍ଷରୁ ମୃତକଙ୍କ ଶବ ବ୍ୟବଚ୍ଛେଦ ଲାଗି ପଠାଯିବା ସହ ସେମାନଙ୍କ ସଂପର୍କୀୟଙ୍କୁ ସୂଚନା ଦିଆଯାଇଛି।  

Advertisment

ଅନ୍ୟପକ୍ଷେ, ଘଟଣାସ୍ଥଳରୁ ଟ୍ରକ୍‌ ଡ୍ରାଇଭର ଫେରାର ହୋଇଥିବା ବେଳେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। 

Uttar Pradesh Road Accident
Advertisment
Advertisment