Advertisment

ସନ୍ଧ୍ୟା ୭ଟା ପରେ ‘No Work’: ବିଳମ୍ବ ହେଲେ ମହିଳାଙ୍କୁ ଖାଦ୍ୟ ଓ ପରିବହନ ମାଗଣା

ସକାଳ ୬ଟା ପୂର୍ବରୁ ଓ ସନ୍ଧ୍ୟା ୭ଟା ପରେ ଲିଖିତ ସହମତି ବିନା କୌଣସି ମହିଳା କର୍ମଚାରୀଙ୍କୁ କାମ କରିବା ପାଇଁ ବାଧ୍ୟ କରାଯିବନି। ଯଦି ବିଳମ୍ବ ସମୟ ଯାଏ କୌଣସି ମହିଳା କର୍ମଚାରୀ କାମ କରନ୍ତି ତା’ହେଲେ ତାଙ୍କୁ ମାଗଣାରେ ପରିବହନ, ଖାଦ୍ୟ ଓ ସେମାନଙ୍କର ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Free Transport For Women Working Late In UP

Free Transport For Women Working Late In UP

କର୍ମକ୍ଷେତ୍ରରେ ମହିଳାମାନଙ୍କୁ ସୁରକ୍ଷିତ ବାତାବରଣ ପ୍ରଦାନ କରିବା ଉଦ୍ଦେଶ୍ୟରେ ଉତ୍ତରପ୍ରଦେଶରେ ଯୋଗୀ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ସାରା ରାଜ୍ୟରେ କାରଖାନାରେ କାମ କରୁଥିବା କୌଣସି ମହିଳାଙ୍କୁ ରାତିରେ କାମ କରିବା ପାଇଁ ବାଧ୍ୟ କରାଯିବନି ବୋଲି ନିର୍ଦ୍ଦେଶନାମା ସ୍ପଷ୍ଟ ଭାବରେ କୁହାଯାଇଛି।

Advertisment

ୟୁପି ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସର୍କୁଲାରରେ କୁହାଯାଇଛି, ‘ସକାଳ ୬ଟା ପୂର୍ବରୁ ଓ ସନ୍ଧ୍ୟା ୭ଟା ପରେ ଲିଖିତ ସହମତି ବିନା କୌଣସି ମହିଳା କର୍ମଚାରୀଙ୍କୁ କାମ କରିବା ପାଇଁ ବାଧ୍ୟ କରାଯିବନି। ଯଦି ବିଳମ୍ବ ସମୟ ଯାଏ କୌଣସି ମହିଳା କର୍ମଚାରୀ କାମ କରନ୍ତି ତା’ହେଲେ ତାଙ୍କୁ ମାଗଣାରେ ପରିବହନ, ଖାଦ୍ୟ ଓ ସେମାନଙ୍କର ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ।’

ସର୍କୁଲାରରେ ଆହୁରି କୁହାଯାଇଛି, ଯଦି କୌଣସି ମହିଳା କର୍ମଚାରୀ ସକାଳ ୬ଟା ପୂର୍ବରୁ ଓ ସନ୍ଧ୍ୟା ୭ଟା ପରେ କାମ କରିବା ପାଇଁ ରାଜି ହୁଅନ୍ତି ନାହିଁ ତା’ହେଲେ ତାଙ୍କୁ ଚାକରିରୁ ବାହାର କରାଯାଇପାରିବନି। ୟୁପି ଶ୍ରମ ବିଭାଗ ପକ୍ଷରୁ ଶୁକ୍ରବାର ବିଳମ୍ବିତ ରାତିରେ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ, ‘ମହିଳା ଶ୍ରମିକଙ୍କୁ ସନ୍ଧ୍ୟା ୭ଟା ପରେ କାମ କରିବା ପାଇଁ ବାଧ୍ୟ କରାଯିବନି। ସେମାନଙ୍କର ଲିଖିତ ସହମତି ବିନା ସକାଳ ୬ଟା ପୂର୍ବରୁ କାମ କରିବା ପାଇଁ ଡକା ଯିବନି। 

Advertisment

କର୍ମକ୍ଷେତ୍ରରେ ଯୌନ ଉତ୍ପୀଡନ ଘଟଣା ରୋକିବା ପାଇଁ ମହିଳା ଶ୍ରମିକଙ୍କୁ  ସୁରକ୍ଷିତ ବାତାବରଣ ପ୍ରଦାନ କରିବା ଉଚିତ୍‌। ଏନେଇ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ଏହାସହ ସରକାର ରାଜ୍ୟର ସମସ୍ତ ମିଲ୍‌ ଓ କାରଖାନାରେ ମହିଳା କର୍ମଚାରୀଙ୍କ ଛୁଟି ନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି। 

Uttar Pradesh Uttar Pradesh Government Free Transport For Women
Advertisment
Advertisment