Advertisment

ନକଲି ସାର୍ଟିଫିକେଟ୍, ହେଲେ ଅସଲି ଚାକିରି: ତଡ଼ା ଖାଇଲେ ପ୍ରଧାନଶିକ୍ଷକ

ନକଲି ସାର୍ଟିଫିକେଟ ଦେଇ ଚାକିରି କରିବା ଅଭିଯୋଗରେ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ୍‌ ଅନ୍ତର୍ଗତ ରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶୀଲ କୁମାର ବେହେରାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Govt school headmaster in Keonjhar suspended

Govt school headmaster in Keonjhar suspended

ମହଙ୍ଗା ପଡ଼ିଲା ନକଲି ସାର୍ଟିଫିକେଟ୍ ଦେଇ ସରକାରୀ ଚାକିରି କରିବା। ନକଲି ସାର୍ଟିଫିକେଟ ଦେଇ ଚାକିରି କରିବା ଅଭିଯୋଗରେ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ୍‌ ଅନ୍ତର୍ଗତ ରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶୀଲ କୁମାର ବେହେରାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। 

Advertisment

ସୁଶୀଲ ବେହେରା ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ପୂର୍ବରୁ ଅଭିଯୋଗ ହୋଇଥିଲା। ଯାଞ୍ଚ ପରେ ଏହା ସତ୍ୟ ବୋଲି ଜଣାପଡ଼ିବା ପରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଛି। 

ସରକାର ବାରମ୍ବାର ନକଲି ସାର୍ଟିଫିକେଟ୍ ଯାଞ୍ଚ କରିବା ପରେ ମଧ୍ୟ ଏବେ ବି ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ମାଳ ମାଳ ଶିକ୍ଷକ ନକଲି ସାର୍ଟିଫିକେଟ୍ ଦେଇ ଚାକିରି କରି ଆସୁଥିବା ଅଭିଯୋଗ ହେଉଛି। ସାର୍ଟିଫିକେଟ୍‌କୁ ସଠିକ୍ ଭାବରେ ଯାଞ୍ଚ ନ କରାଯିବା କାରଣରୁ ଅନେକ ଜାଲ୍‌ ଶିକ୍ଷକ ଖସି ଯାଉଥିବା ଜଣାପଡ଼ିଛି। 

Advertisment
Headmaster Suspended Fake Certificates
Advertisment
Advertisment