Advertisment

ଗୁପ୍‌ଚୁପ୍‌ ଖାଉଛନ୍ତି କି ? ସାବଧାନ ! ଏମିତି କଟକରେ ତିଆରି ଚାଲିଛି ଗୁପ୍‌ଚୁପ୍‌...

କଟକ ମ୍ୟୁନିସିପାଲ୍‌ କର୍ପୋରେସନ୍‌(CMC) ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୁପଚୁପ୍ ତିଆରି ସ୍ଥାନରେ ରେଡ୍ କରାଯାଇଛି। ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ କଟକ ଶଙ୍କରପୁର ଅଞ୍ଚଳରେ ଆଜି ସକାଳୁ ସକାଳୁ ରେଡ୍ କରିଛି।

author-image
Rajalaxmi Sahoo
Raid on pani puri vendors

Raid on pani puri vendors

କଟକ ମ୍ୟୁନିସିପାଲ୍‌ କର୍ପୋରେସନ୍‌(CMC) ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୁପଚୁପ୍ ତିଆରି ସ୍ଥାନରେ ରେଡ୍ କରାଯାଇଛି। ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ କଟକ ଶଙ୍କରପୁର ଅଞ୍ଚଳରେ ଆଜି ସକାଳୁ ସକାଳୁ ରେଡ୍ କରିଛି। ଅସ୍ୱାସ୍ଥ୍ୟକର ପରିବେଶରେ ଗୁପ୍‌ଚୁପ୍‌ ତିଆରି ହେଉଥିବା ଅଭିଯୋଗ ହେବା ପରେ କଟକ ମହାନଗର ନିଗମ ପକ୍ଷରୁ ଚଢଉ ହୋଇଥିଲା।

Advertisment

ବୁଲା ବିକାଳୀଙ୍କ ପକ୍ଷରୁ ବିକ୍ରି କରାଯାଉଥିବା ଗୁପ୍‌ଚୁପ୍‌ର ମାନ ପରୀକ୍ଷା ପରେ ସେଗୁଡିକୁ ନଷ୍ଟ କରାଯାଇଥିଲା। ଆଗାମୀ ଦିନରେ କଟକର ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ଗୁପ୍‌ଚୁପ୍‌ ତିଆରି ହେଉଥିବା ସ୍ଥାନରେ ଚଢଉ କରାଯିବ ବୋଲି ସୂଚନା ମିଳିଛି।  

ଏନେଇ ସିଏମ୍‌ସିର ଫୁଡ୍ ଇନ୍ସପେକ୍ଟର ପ୍ରତୀକ୍ଷା ଦାସ କହିଛନ୍ତି, ‘ଏଭଳି ପରିସ୍ଥିତିରେଏଠାରେ ଗୁପ୍‌ଚୁପ୍‌ ତିଆରି ହେଉଛି ଏହାକୁ ଖାଇଲେ ବେଳା ଖରାପ ଥିଲେ କେତେବେଳେ ବି ଫୁଡ୍‌ ପଏଜନିଂ ହୋଇପାରେ। ପଚା ଆଳୁ, ବାସି ପାଣି ବ୍ୟବହାର କରୁଛନ୍ତି। ଯେଉଁଠି ପିଲାମାନେ ପରିସ୍ରା, ଝାଡ଼ା ଇତ୍ୟାଦି କରୁଛନ୍ତି ସେଠାରେ ସେମାନେ ଗୁପ୍‌ଚୁପ୍‌ ବେଲି ଏହାକୁ ଶୁଖାଇଛନ୍ତି। 

Advertisment
Raid On Pani Puri Vendors Cuttack Municipal Corporation CMC
Advertisment
Advertisment