/odishatv-khabar/media/post_attachments/uploadimage/library/16_9/16_9_0/____1653817953.jpg)
Pak Drone Shot Down In Jammu And Kashmir
ଜମ୍ମୁ ଓ କାଶ୍ମୀରର କାଠୁଆ ଜିଲ୍ଲାରେ ଗୁଳିମାଡ଼ କରି ଏକ ପାକିସ୍ତାନୀ ଡ୍ରୋନ୍କୁ ଖସାଇ ଦିଆଯାଇଛି। ଡ୍ରୋନ୍ଟି ଅନ୍ତର୍ଜାତୀୟ ସୀମା ପାର୍ ହୋଇ ଭାରତୀୟ ସୀମାକୁ ଚାଲି ଆସିଥିଲା। ଏହା ଜଣାପଡ଼ିବା ପରେ ସୁରକ୍ଷାକର୍ମୀ ଗୁଳିମାଡ଼ କରି ଏହି ଡ୍ରୋନ୍କୁ ଖସାଇ ଥିଲେ। ଡ୍ରୋନ୍ରେ ୭ଟି ମ୍ୟାଗ୍ନେଟିକ୍ ବୋମା ଓ UBGL(Under Barrel Grenade Launchers) ଗ୍ରେନେଡ୍ ଥିଲା।
ସୂଚନା ଅନୁସାରେ, ଆଜି ସକାଳେ ସୁରକ୍ଷାକର୍ମୀ ରାଜବାଗ ଥାନା ଅନ୍ତର୍ଗତ ତଲ୍ଲି ହରିୟା ଛକ ଅଞ୍ଚଳରେ ଏକ ସନ୍ଦିଗ୍ଧ ଡ୍ରୋନ୍ ଉଡ଼ୁଥିବା ଦେଖିବାକୁ ପାଇଥିଲେ। ଏହାପରେ ଗୁଳିମାଡ଼ କରି ଡ୍ରୋନ୍କୁ ତଳକୁ ଖସାଇ ଥିଲେ। ଯାଞ୍ଚ ସମୟରେ ଡ୍ରୋନ୍ରୁ ମ୍ୟାଗ୍ନେଟିକ୍ ବୋମା ଓ ଗ୍ରେନେଡ୍ ମିଳିଥିଲା। ସୀମା ପାର୍ ହୋଇ ବାରମ୍ବାର ଡ୍ରୋନ୍ ଗୁଡ଼ିକ ଭାରତୀୟ ସୀମାରେ ପ୍ରବେଶ କରୁଥିବାରୁ ଏହାର ଗତିବିଧି ଉପରେ ଲଗାତାର ଭାବେ ସୁରକ୍ଷାକର୍ମୀ ନଜର ରଖିଛନ୍ତି।
ଅମରନାଥ ଯାତ୍ରା ପୂର୍ବରୁ ଏଭଳି ଘଟିଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ସୂଚନାଥାଉ କି, ଜୁନ୍ ୩୦ରୁ ଅମରନାଥ ଯାତ୍ରା ଆରମ୍ଭ ହେଉଛି। ୪୩ ଦିନ ଧରି ଅମରନାଥ ଯାତ୍ରା ଚାଲିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)