ବିଗ୍ ବି ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କ ନାତୁଣୀ ଆରାଧ୍ୟା ବଚ୍ଚନଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାୟର ହୋଇଛି। ଏକ ମିଥ୍ୟା ଖବର ଘଟଣାରେ ବଚ୍ଚନ ପରିବାର ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାୟର କରାଯାଇଛି।
ପୁଣି ବଲିଉଡ୍ ଭାଇଜାନ ସଲମାନ ଖାନ୍ଙ୍କୁ ହତ୍ୟା ଧମକ। ଏବେ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ପାଖକୁ ଏକ ଇ-ମେଲ୍ ଆସିଛି। ଏଥିରେ ସଲମାନଙ୍କୁ ହତ୍ୟା ନେଇ ଧମକ ଦିଆଯାଇଛି।
ସୁନ୍ଦରଗଡ ଜିଲ୍ଲା କୋଇଡ଼ା ବ୍ଲକ୍ର ବିବାଦୀୟ ବିଡିଓ ପଲ୍ଲବୀ ରାଣୀ ରାଜ୍ଙ୍କ ବଦଳି ହୋଇଛି। ଏକାଧିକ ଘଟଣାକୁ ନେଇ ସେ ବିବାଦ ଘେରକୁ ଆସିଥିଲେ।
ଆସନ୍ତାକାଲିଠୁ ଗୁରୁଚାପ ବଳୟ ପ୍ରଭାବ ପରେ ତାତି କମିବା ସମ୍ଭାବନା ରହିଛି। ଏଥିସହ ଆସନ୍ତା ୨୧, ୨୨ ଓ ୨୩ ତାରିଖରେ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ପୂର୍ବାନୁମାନ କରିଛି।
ସମ୍ବଲପୁରରେ ଆଉ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖାଯାଇଛି। ତେବେ ଆଜି ପୁରା ଜିଲ୍ଲାରେ ବ୍ରଡ୍ ବ୍ୟାଣ୍ଡ୍, ଲିଜ୍ ଲାଇନ କାମ କରିବ।
ଆସନ୍ତାକାଲିଠୁ ଗ୍ରୀଷ୍ମକାଳୀନ ସ୍କୁଲ୍ ଛୁଟି ଘୋଷଣା ହୋଇଛି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ଛୁଟି ଘୋଷଣା ହୋଇଛି।
କାର୍ଡଧାରୀଙ୍କ ଡକ୍ୟୁମେଣ୍ଟରେ ପ୍ରତ୍ୟେକ ଅପଡେଟ୍ ପାଇଁ ୫୦ ଟଙ୍କା ଚାର୍ଜ ଲାଗିଥାଏ। ତେବେ UIDAI ଏକ ଦମଦାର ଅଫର ଆଣିଛି। ଯଦ୍ୱାରା ଆଧାର କାର୍ଡ ହୋଲ୍ଡର ମାଗଣାରେ ସେମାନଙ୍କର ଆଧାରକାର୍ଡର ତଥ୍ୟ ଅପଡେଟ୍ କରିପାରିବେ।
ଉଚ୍ଚତା ଜମାରୁ ବି ନୁହେଁ ଉଚ୍ଚାକାଂକ୍ଷା ପାଇଁ ବାଧକ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ନାମାଙ୍କନ ଦାଖଲ କରିଥିବା କାଉନସିଲର ପ୍ରାର୍ଥୀ ପରବେଶ ଚାୱାଲା।
ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ପାଦଦେଶ ଆନ୍ଧ୍ରପ୍ରଦେଶ ତରାବୁରେ ଚଳଚ୍ଚିତ୍ର ‘ପୁଷ୍ପା-୨’ର ସୁଟିଂ ଆରମ୍ଭ ହୋଇଛି । କିଛିଦିନ ପୂର୍ବେ ପାନ୍ ଇଣ୍ଡିଆ ଫିଲ୍ମ ‘ପୁଷ୍ପା-୨’ର ଟିଜର ରିଲିଜ୍ ହୋଇଥିଲା।
ମହାନଦୀ ଟ୍ରିବ୍ୟୁନାଲ୍ଙ୍କ କ୍ଷେତ୍ର ପରିଦର୍ଶନ ପୂର୍ବରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଛତିଶଗଡ଼ରୁ ମହାନଦୀ ବାହାରିଛି। ଓଡ଼ିଶାକୁ ସବୁ ପାଣି ଯାଉଛି। ହେଲେ ଆମର ଏଠି କୌଣସି ବନ୍ଧ ନାହିଁ।
ଗୋଟିଏପଟେ ସମ୍ବଲପୁର ସହରରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଥିବା ବେଳେ ଅନ୍ୟପଟେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି।
ଗାଡ଼ି ରଖୁ ରଖୁ ୧୦ ଟଙ୍କା ଦିଅ। ଅଧଘଣ୍ଟା ପାଇଁ ଆସ କି ଘଣ୍ଟାକ ପାଇଁ, କିନ୍ତୁ ପାର୍କିଂ ଫି’ ଦିଅ। ଏମ୍କେସିଜି ମେଡିକାଲ ପରିସରରେ ଗାଡି ରଖିବା ମାତ୍ରେ ୧୦ ଟଙ୍କା ଦେବାକୁ ବାଧ୍ୟ।
ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସାକାଣ୍ଡ ଘଟଣା ପ୍ରତିବାଦରେ ରାଜ୍ୟର ୧୪ ଜିଲ୍ଲାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଶ୍ୱହିନ୍ଦୁ ପରିଷଦ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରଖିବା ସହ ଚକ-ଅଖ ବନ୍ଦ ରଖିବାକୁ ବି ଆହ୍ୱାନ ଦିଆଯାଇଛି।
ଆଜି ଓ ଆସନ୍ତାକାଲି ବନ୍ଦ ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ। ଅଙ୍ଗନବାଡ଼ି କେନ୍ଦ୍ର ବି ଦୁଇ ଦିନ ବନ୍ଦ ରହିବ। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।
ମୃତ ଶିଶୁକୁ ବଞ୍ଚାଇବାକୁ ଲୁଣ ଉପଚାର। ମେଡିକାଲ ପରିସରରେ ମୃତ ଶିଶୁର ଶରୀରକୁ ଲୁଣରେ ଘୋଡ଼ାଇ ବଞ୍ଚାଇବାକୁ ଉଦ୍ୟମ ଚାଲୁଥିବା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।
ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଏନ୍ସିପି ସାଂସଦ ସୁପ୍ରିୟା ସୁଲେ ଏକ ବଡ଼ ବୟାନ ଦେଇଛନ୍ତି। ସେ ଦାବି କରିଛନ୍ତି, ଆସନ୍ତା ୧୫ ଦିନ ମଧ୍ୟରେ ୨ଟି ବଡ଼ ରାଜନୈତିକ ବିସ୍ଫୋରଣ ହେବାକୁ ଯାଉଛି।
ଆଇପିଏଲ୍ ୨୦୨୩ର ୨୪ତମ ମ୍ୟାଚ୍ ଚେନ୍ନାଇ ସୁପରକିଙ୍ଗସ୍ ବିପକ୍ଷ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB)ର ଷ୍ଟାର ବିରାଟ କୋହଲିଙ୍କ ବ୍ୟାଟିଂ ଯାଦୁଗରୀ କୌଣସି କାମ କରିନାହିଁ।
ବେଆଇନ୍ ବାଲି ଖନନକୁ ନେଇ ରେଡ୍ ପାଇଁ ଯାଇଥିବା ଟିମ୍ ଉପରେ ବାଲି ମାଫିଆଙ୍କ ମରଣାନ୍ତକ ଆକ୍ରମଣ। ଏଥିରେ ଖଣି ବିଭାଗର ଅଫିସର ଓ ଅନ୍ୟ ୨ ଜଣ ଆହତ ହୋଇଛନ୍ତି।
ହାତରୁ ମେହେନ୍ଦି ଲିଭିନି, ପାଦରୁ ଅଳତା ବି ଛାଡ଼ି ନାହିଁ। ବିବାହର ମାସେ ନପୁରୁଣୁ ଯୌତୁକ ଜୁଇରେ ଜଳିଗଲା ନବବଧୂ।
ଭାରସାମ୍ୟ ହରାଇ ମାଛ ବିକାଳିଙ୍କ ଉପରେ ଚଢ଼ିଗଲା କଣ୍ଟେନର। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି।