Advertisment

ଚର୍ଚ୍ଚାରେ ୩ ଫୁଟିଆ ନେତା: ଉଚ୍ଚତା କରୁଛି ଭୋଟରଙ୍କ ଦୃଷ୍ଟି ଆକର୍ଷଣ, ଘର ଘର ବୁଲି କରୁଛନ୍ତି ଭୋଟ୍‌ ଭିକ୍ଷା...

ଉଚ୍ଚତା ଜମାରୁ ବି ନୁହେଁ ଉଚ୍ଚାକାଂକ୍ଷା ପାଇଁ ବାଧକ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ନାମାଙ୍କନ ଦାଖଲ କରିଥିବା କାଉନସିଲର ପ୍ରାର୍ଥୀ ପରବେଶ ଚାୱାଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
UP Nikay Chunav 2023

3 feet tall man becomes center of attraction in Moradabad files nomination for civic polls

ଚର୍ଚ୍ଚାରେ ୩ ଫୁଟିଆ ନେତା। ଉଚ୍ଚତା ଜମାରୁ ବି ନୁହେଁ ଉଚ୍ଚାକାଂକ୍ଷା ପାଇଁ ବାଧକ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ନାମାଙ୍କନ ଦାଖଲ କରିଥିବା କାଉନସିଲର ପ୍ରାର୍ଥୀ ପରବେଶ ଚାୱାଲା।ଉତ୍ତର ପ୍ରଦେଶ ମୋରଦାବାଦର ପୌର ନିର୍ବାଚନ ପାଇଁ ପରବେଶ ଚାୱାଲାଙ୍କ ନାମାଙ୍କନ ଦାଖଲକୁ ନେଇ ଚର୍ଚ୍ଚା। ପ୍ରଥମଥର ପାଇଁ ସେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ମଧ୍ୟ ତାଙ୍କ ଉଚ୍ଚତାକୁ ନେଇ ସେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ନାମାଙ୍କନ ଦାଖଲ ପରେ ପରେ ସେ ସିଧାସଳଖ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ବିଭିନ୍ନ ସସସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି। ଏଥିସହ ଆଗାମୀ ନିର୍ବାଚନରେ ତାଙ୍କୁ ବିପୁଳ ଭୋଟ୍‌ରେ ବିଜୟୀ କରିବାକୁ ସ୍ଥାନୀୟ ବାସିନ୍ଦାଙ୍କ ସମର୍ଥନ ଲୋଡ଼ିଛନ୍ତି। 

Advertisment

ପରବେଶ ଚାୱାଲାଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା। ବୟସ ତାଙ୍କର ୩୫ ବର୍ଷ, ହେଲେ ଉଚ୍ଚତା ମାତ୍ର ୩ ଫୁଟ ୯ ଇଞ୍ଚ୍‌। ଏହି ଉଚ୍ଚତାକୁ ନିଜ ଦୁର୍ବଳତା ନୁହେଁ, ବରଂ ଶକ୍ତିରେ ପରିଣତ କରିଛନ୍ତି ପରବେଶ। ତାଙ୍କ ଉଚ୍ଚତା ହିଁ ସାଜିଛି ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିବାର ମୁଖ୍ୟ ଅସ୍ତ୍ର। ନାମାଙ୍କନ ଦାଖଲର ଶେଷ ଦିନରେ ସେ ୨୧ ନମ୍ବର ୱାର୍ଡରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହା ପରଠାରୁ ନିଜ ପ୍ରଚାରକୁ ପରବେଶ ଜୋରଦାର କରିଛନ୍ତି। ଏପରିକି ଘରକୁ ଫେରିବା ବେଳେ, ପ୍ରଥମେ ଗୁରୁଦ୍ୱାର ଯାଇ ସେ ପ୍ରାର୍ଥନା କରିଥିଲେ। ଏହାପରେ ଲୋକଙ୍କୁ ଭେଟି ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।

ପ୍ରଥମ ଥର ପାଇଁ ପରବେଶ ମଇଦାନକୁ ଓହ୍ଲାଇଥିଲେ ମଧ୍ୟ ତାଙ୍କର ପ୍ରଚାର ଶୈଳୀ ଥିଲା ବେଶ୍ ନିଆରା। କେତେବେଳେ ରାସ୍ତାରେ ଠିଆ ହୋଇଥିବା ବୟସ୍କା ମହିଳାଙ୍କୁ ହାତ ଯୋଡ଼ୁଥିଲେ ତ ଆଉ କେତେବେଳେ ପରିବା ବିକୁଥିବା ମହିଳାଙ୍କ ଠାରୁ ତାଙ୍କର ସମସ୍ୟା କଥା ବୁଝି ଭୋଟ୍‌ରେ ଜିତିଲେ ସେସବୁକୁ ସମାଧାନ କରିବା ଲାଗି ପ୍ରତିଶ୍ରୁତି ଦେଉଥିଲେ। ଜଣେ ପୁରୁଖା ନେତାଙ୍କ ଭଳି ପରବେଶ ଘର ଘର ବୁଲି ଭୋଟ୍ ଭିକ୍ଷା କରୁଥିଲେ। ଏତେ କମ୍‌ ଉଚ୍ଚତାର ପ୍ରାର୍ଥୀଙ୍କୁ ଦେଖି ଲୋକମାନେ ଯେତିକି ଉତ୍ସୁକ ହେଉଥିଲେ, ପରବେଶଙ୍କ ଲୋକପ୍ରିୟତା ବି ସେତିକି ବଢ଼ୁଥିବା ଭଳି ଲାଗୁଥିଲା।

Advertisment

ଲୋକଙ୍କ ବୟସ ଅନୁସାରେ ସ୍ୱାଭାବିକ ଉଚ୍ଚତା ଠାରୁ ଢେର୍ କମ୍‌ ଉଚ୍ଚତାର ହେଉଛନ୍ତି ପରବେଶ। ତାଙ୍କୁ ଦେଖିବା ପାଇଁ ସ୍ଥାନୀୟ ଲୋକ ମଧ୍ୟରେ ବେଶ୍‌ ଉତ୍କଣ୍ଠା ରହିଛି। ଏଥିପାଇଁ ପରବେଶ ପ୍ରଚାର ପାଇଁ ଆସିବା ବେଳେ ଲୋକମାନେ ତାଙ୍କୁ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି। ଏପରିକି ଏହି ଉଚ୍ଚତା ତାଙ୍କ ପ୍ରତିବନ୍ଧକ ନୁହେଁ ବରଂ ଜିତାଇବାରେ ସହାୟକ ହେବ ବୋଲି ସ୍ଥାନୀୟ ବାସିନ୍ଦା ମତ ରଖିଛନ୍ତି।

ମୋରଦାବାଦ ପୌର ନିର୍ବାଚନ ପାଇଁ  ମେ’ ୪ ଓ ୧୧ରେ ଦୁଇଟି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେବ। ଏହାପରେ ମେ’ ୧୩ରେ ପ୍ରକାଶ ପାଇବ ଫଳାଫଳ। ସେଥିରେ ପରବେଶଙ୍କ ଭାଗ୍ୟ କେଉଁ ମୋଡ଼ ନେବ, ତାହା ତ ସମୟ କହିବ। କିନ୍ତୁ ଅନ୍ୟ ପ୍ରତିଦ୍ୱନ୍ଦୀଙ୍କ ସହ ନିର୍ବାଚନ ଲଢ଼ିବାକୁ ସେ ଯେଉଁ ଦମ୍ଭ ଦେଖାଇଛନ୍ତି, ତାହା ନିଶ୍ଚୟ ସାବାସୀର କଥା।

Advertisment
Advertisment