ଚଳିତ ବର୍ଷ ସ୍ୱାଭାବିକ ହେବ ମୌସୁମୀ ବର୍ଷା। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ବଲିଉଡ୍ର ଭାଇଜାନ ସଲମାନ ଖାନଙ୍କୁ ପୁଣିଥରେ ହତ୍ୟା ଧମକ। ଜଣେ ବ୍ୟକ୍ତି ଫୋନ୍ କରି ଏପ୍ରିଲ ୩୦ରେ ତାଙ୍କୁ ଜୀବନରୁ ମାରି ଦେବାର ହତ୍ୟା ଧମକ ଦେଇଛନ୍ତି।
ମୋବାଇଲ୍ ଫୋନ୍ ବ୍ୟବହାର କରିବାକୁ ଘର ଲୋକ ମନା କରିବାରୁ ୧୫ ବର୍ଷୀୟା ନାବାଳିକା ୭ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।
ଶେଷ ବଲ୍ରେ ହେଲା ମ୍ୟାଚ୍ର ଫଇସଲା। ଗତକାଲି ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ, ରୟଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ୧ ୱିକେଟରେ ପରାସ୍ତ କରିଛି ।
ରାଜ୍ୟରେ ଗ୍ରୀଷ୍ଣ ପ୍ରବାହ ଜାରି ରହିଛି। ଆହୁରି ୫ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ନଗର ଉପସଭାପତି ଲୋକନାଥ ରାଉତଙ୍କୁ ଭୁଜାଲି ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ମର୍ଣ୍ଣିଂ ୱାକ୍ କରି ଫେରୁଥିବା ବେଳେ ୨ ଅଜଣା ଯୁବକ ତାଙ୍କ ଉପରକୁ ଆକ୍ରମଣ କରିଥିଲେ।
କୁକୁରକୁ ନେଇ ଝଗଡ଼ା ପରେ ଜଣେ ବ୍ୟକ୍ତି ନିଜ ପ୍ରେମିକାଙ୍କ ମା’ଙ୍କୁ ଗୁଳି ମାରି ଦେଇଥିବା ଜଣାପଡ଼ିଛି। ଦିଲ୍ଲୀର ବନ୍ଧୁ ଗୁପ୍ତା ରୋଡ୍ରେ ଶନିବାର ଦିନ ଏହି ଘଟଣା ଘଟିଛି।
ଏବେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଠି କିଛି ଯୁବକ ଓ ଯୁବତୀ ପୋଲିସ୍ ସହ ଯୁକ୍ତିତର୍କ କରୁଛନ୍ତି। ମଦ ପିଇ ଗାଡ଼ି ଚଲାଇବା ବେଳେ ଏମାନେ ଧରାପଡ଼ିଥିଲେ।
CUET UG- ୨୦୨୩ ଆବେଦନ ପାଇଁ ପୁଣି ଥରେ ସୁଯୋଗ। ଅନେକ ଛାତ୍ରଛାତ୍ରୀଙ୍କ ନିବେଦନ ଅନୁସାରେ NTA ପୁଣି ଥରେ ଆବେଦନ ପାଇଁ ସୁଯୋଗ ଦେଇଛି।
ପାରିବାରିକ ଗଣ୍ଡଗୋଳର ସମାଧାନ କରିବାକୁ ଯାଇଥିବା ପୋଲିସ୍କୁ ନିସ୍ତୁକ ମାଡ଼। ମୁଣ୍ଡ ଫାଟିଲା, ଚେତାଶୂନ୍ୟ ହେଲେ କନଷ୍ଟେବଲ।
ଭୁଶୁଡ଼ିଲା ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ପାଚେରି। ପ୍ରାୟ ୧୦୦ ଫୁଟ ଲମ୍ବର ପାଚେରି ଭୁଶୁଡ଼ି ପଡ଼ିଛି।
ଆଉ ୨ରୁ ୩ ଦିନ ପରେ ବଢ଼ିବ ରାଜ୍ୟର ତାତି। ପାଣିପାଗ ବିଭାଗର ସୂଚନା ଅନୁସାରେ, ୨ରୁ ୩ ଡିଗ୍ରୀ ଯାଏ ତାପମାତ୍ରା ବଢିବାର ସମ୍ଭାବନା ରହିଛି।
ନିଜ ଛାତରେ ବର୍ଷ ବର୍ଷ ଧରି ହୋର୍ଡିଂ ଲଗାଇ ଟଙ୍କାଟିଏ ଅର୍ଥ ବିଏମ୍ସିକୁ ଦେଉନଥିବା ଘର ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଛାତ ଉପରେ ଲାଗିଥିବା ହୋର୍ଡିଂକୁ ଖୋଲି ଦିଆଯିବ।
ଜେଲ୍ ଭିତରେ ଥିବା ଶୌଚାଳୟରେ କଏଦୀ ଜଣକ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସେ ଜଣେ ମାନସିକ ଚିକିତ୍ସିତ ରୋଗୀ ବୋଲି ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ମନ୍ଦିର, ମସଜିଦ୍ର ଉନ୍ନତ୍ତି ହେଉନି ବରଂ ବାହାର ରାଜ୍ୟର କଣ୍ଟ୍ରାକ୍ଟରଙ୍କୁ ଠିକା ଦିଆଯାଉଛି । ଠାକୁରଙ୍କ ନାଁରେ ସବୁ ଖୋଳ କରି ଦେଲେଣି : ସହଦେବ ସାହୁ, ପୂର୍ବତନ ମୁଖ୍ୟ ଶାସନ ସଚିବ
ଓଡ଼ିଶୀ ନୃତ୍ୟ ଶିଳ୍ପୀ ଫଟୋ ଉଠାଉଥିଲେ ବୋଲି ଠେଙ୍ଗାରେ ବାଡ଼େଇବ? ଇଏ ତ କଥା କମ୍ ହାତ ଉଠାଉଛନ୍ତି ଅଧିକ । ପଳେଇ ଚାଲ୍ ନାରଣ...ନହେଲେ ପିଠି ଫାଟିବ
ଏ କି ବ୍ୟବସ୍ଥା? ଦୃଷ୍ଟିହୀନ ପିଲାଙ୍କୁ ମିଳୁନି ସରକାରୀ ସୁବିଧା । ସୁନେଲୀ ସ୍ୱପ୍ନ ଦେଖୁଥିଲେ ବି ସାର୍ଥକ ହୋଇପାରୁନି ଭବିଷ୍ୟତ । ସରକାରଙ୍କ ଦୃଷ୍ଟି ଆଢୁଆଳରେ ଦୃଷ୍ଟିବାଧିତ ବିଦ୍ୟାଳୟ
ବାପା ଥିଲା ବେଳେ କଷ୍ଟେମଷ୍ଟେ ଚଳୁଥିଲେ, ସେ ଚାଲିଯିବା ପରେ ସବୁ ସରିଗଲା । ମୁଠେ ଖାଇବାକୁ ଘରେ ନାହିଁ । କିଏ ଦେଲେ ଖାଇବେ ନହେଲେ ଉପବାସରେ ରହିବେ । ପାଠ ପଢିବା ୟାଙ୍କ ଲାଗି ସତେ ଯେମିତି ପାଲଟିଲାଣି ସ୍ୱପ୍ନ...
ପ୍ଲେଟରେ ଗରମ ଗରମ ବରା, ଖଣ୍ଡେ ଛଣା ଲଙ୍କା ଆଉ ଆଳୁ ତରକାରୀ.. ବାଃ ପାଟିକୁ ଯାଉ ଯାଉ ମଜା ଆସିଯାଉଛି.. ୟେ ଏମିତି ସେମିତି ବରା ନୁହେଁ ଆଜ୍ଞା.. ଏ ହେଉଛି ଢେଙ୍କାନାଳ ବରା..
ବିବାହର ମାତ୍ର କିଛି ଘଣ୍ଟା ପରେ ରିସେପସନ୍ ପାର୍ଟିରେ କନ୍ୟାର ଅସଲ ମୁଖା ଖୋଲିଛି ବର। ଭିଣୋଇଙ୍କ ସହ ଥିବା କନ୍ୟାର ସମ୍ପର୍କକୁ ନେଇ ସର୍ବସମ୍ମୁଖରେ ବର ଏହାକୁ ଏକ୍ସପୋଜ୍ କରିଛନ୍ତି।