Advertisment

ଏଠି ଚିକିତ୍ସା, ଔଷଧ ମାଗଣା...ହେଲେ ମେଡିକାଲ୍‌ ପରିସରରେ ଗାଡ଼ି ରଖିଲେ ୧୦ ଟଙ୍କା ଦେବାକୁ ବାଧ୍ୟ

ଗାଡ଼ି ରଖୁ ରଖୁ ୧୦ ଟଙ୍କା ଦିଅ। ଅଧଘଣ୍ଟା ପାଇଁ ଆସ କି ଘଣ୍ଟାକ ପାଇଁ, କିନ୍ତୁ ପାର୍କିଂ ଫି’ ଦିଅ। ଏମ୍‌କେସିଜି ମେଡିକାଲ ପରିସରରେ ଗାଡି ରଖିବା ମାତ୍ରେ ୧୦ ଟଙ୍କା ଦେବାକୁ ବାଧ୍ୟ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Berhampur MKCG Hospital Parking Fee

Berhampur people annoyed over parking fee collection in MKCG hospital premises

ଗାଡ଼ି ରଖୁ ରଖୁ ୧୦ ଟଙ୍କା ଦିଅ। ଅଧଘଣ୍ଟା ପାଇଁ ଆସ କି ଘଣ୍ଟାକ ପାଇଁ, କିନ୍ତୁ ପାର୍କିଂ ଫି’ ଦିଅ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ପରିସରରେ ଗାଡି ରଖିବା ମାତ୍ରେ ୧୦ ଟଙ୍କା ଦେବାକୁ ବାଧ୍ୟ। ଏଠି ଚିକିତ୍ସା ମାଗଣା, ଔଷଧ ମାଗଣା ହେଲେ ହସ୍ପିଟାଲ୍‌ ପରିସରରେ ପ୍ରବେଶ କରୁ କରୁ ହାତରେ ଚିରିକୁଟି ଧରାଇ ଦେଉଛନ୍ତି ଥାର୍ଡ୍ ପାର୍ଟି। ଫି ଦେବ ତ ଗାଡି ରଖିବ ନ ହେଲେ ଯୁଆଡେ ଯାଉଛ ଯାଅ। 

Advertisment

ଏମ୍‌କେସିଜି ମେଡିକାଲକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଦିନ ହଜାର ହଜାର ରୋଗୀ ସ୍ୱାସ୍ଥ୍ୟସେବା ପାଇଁ ଆସନ୍ତି। ସରକାରୀ ବ୍ୟବସ୍ଥା ଅନୁସାରେ, ଏଠି ଏକାଧିକ ସୁବିଧା ସମ୍ପୂର୍ଣ୍ଣ ମାଗଣା। କ’ଣ କ’ଣ ଏଠି ମାଗଣା ସୁବିଧା ରହିଛି ତାର ଲମ୍ବା ତାଲିକା ମଧ୍ୟ ଲଗାଇ ଦିଆଯାଇଛି। ହେଲେ ମେଡିକାଲ ପରିସର ଭିତରକୁ ପ୍ରବେଶ କରୁ କରୁ ପାର୍କିଂ ପାଇଁ ଟେଣ୍ଡର ନେଇଥିବା ଥାର୍ଡ ପାର୍ଟି ଆସି ଚିରିକୁଟି ଖଣ୍ଡେ ଧରି ପହଞ୍ଚି ଯାଉଛି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ଅଧିକ ପଢ଼ନ୍ତୁ: ଯାଜପୁର ମୁଖ୍ୟ ଚିକିତ୍ସାଳୟର ଏ କି ଅବସ୍ଥା ? ଗରମରେ ଆଉଟୁପାଉଟୁ ରୋଗୀ, ସମ୍ପର୍କୀୟ ଘରୁ ଆଣୁଛନ୍ତି ଫ୍ୟାନ୍‌

Advertisment

ଯିଏ ଫି’ ଦେବା ପାଇଁ ଅମଙ୍ଗ ହେଉଛି ତାକୁ ସିଧା ଶୁଣେଇ ଦେଉଛନ୍ତି। ରୋଗୀଙ୍କୁ ନେଇ ଯୁଆଡେ ଯାଉଛ ଯାଅ ହେଲେ ଗାଡି ଏଠି ରଖିପାରିବନି। ପୂର୍ବରୁ ଏଭଳି ଦେୟ ଯୁକ୍ତ ପାର୍କିଂ ବ୍ୟବସ୍ଥା ନ ଥିବା ବେଳେ ଗତ କିଛିଦିନ ହେବ ଏଠାରେ ଏଭଳି ପାର୍କିଂ ଫି’ ଆଦାୟ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ପାର୍କିଂ ଫି’କୁ ବିରୋଧ କରିଛନ୍ତି ବିଭିନ୍ନ ସଂଗଠନ। ପାର୍କିଂ ଫି’ ବ୍ୟବସ୍ଥା ଉଚ୍ଛେଦ ସାଙ୍ଗକୁ ଗରିବ ଲୋକଙ୍କୁ ହଇରାଣ କରା ନ ଯାଉ ବୋଲି ସ୍ଥାନୀୟ ସଙ୍ଗଠନ SUIC ଦାବି କରିଛି।

ଖାଲି ସେତିକି ନୁହେଁ, ସଂସ୍ଥାର ସଦସ୍ୟମାନେ ହାତରେ ପ୍ଲା କାର୍ଡ ଧରି ପିକେଟିଂ ମଧ୍ୟ କରିଛନ୍ତି। ସେମାନଙ୍କ କହିବା କଥା, ଯଦି ସରକାର ମାଗଣା ଚିକିତ୍ସା ପାଇଁ ଏକାଧିକ ବ୍ୟବସ୍ଥା କରିଛନ୍ତି ତା’ହେଲେ ଏ ପାର୍କିଂ ଫି’ କ’ଣ ପାଇଁ ? ଯଦି ପାର୍କିଂ ଫି’ ନେଉଛନ୍ତି ତା’ହେଲେ ଗାଡ଼ି ଚୋରିହେଲେ ତା’ର ଦାୟିତ୍ୱ ମୁଣ୍ଡାଇବେ ତ ? ଜନସାଧାରଣଙ୍କ ଏଭଳି ଅସନ୍ତୋଷରେ ପ୍ରତିକ୍ରିୟା ରଖିଛନ୍ତି ମେଡିକାଲ୍ ସୁପରିଟେନଡେଣ୍ଟ୍। ସେ କହିଛନ୍ତି, ‘ଲୋକଙ୍କ ଗାଡ଼ି ଚୋରି ହେବା ନେଇ ଅଭିଯୋଗ ହେବାରୁ ଜଗିବା ପାଇଁ ଏଭଳି କରାଯାଇଛି। 

ଗୋଟିଏ ପଟେ ଜନସାଧାରଣଙ୍କ ଅସନ୍ତୋଷ ଆଉ ଅନ୍ୟପକ୍ଷେ କର୍ତ୍ତୃପକ୍ଷଙ୍କ ସଫେଇ। ତେବେ ଦେଖିବାକୁ ବାକି ରହିଲା ଲୋକଙ୍କ ଦାବି ଅନୁସାରେ ପାର୍କିଂ ଫି’ ବ୍ୟବସ୍ଥା ଉଚ୍ଛେଦ ହେଉଛି ନା ମାଗଣା ଚିକିତ୍ସା ନାଁରେ ପ୍ରବେଶ କରୁକରୁ ଫି’ ଆଦାୟ ବଳବତ୍ତର ରହୁଛି।

MKCG Hospital
Advertisment
Advertisment